କାର ଦୁର୍ଘଟଣାରେ କୀମ୍ବଦନ୍ତି କ୍ରିକେଟର Andrew Symondsଙ୍କ ଦେହାନ୍ତ
Advertisement
Article Detail0/zeeodisha/odisha1185003

କାର ଦୁର୍ଘଟଣାରେ କୀମ୍ବଦନ୍ତି କ୍ରିକେଟର Andrew Symondsଙ୍କ ଦେହାନ୍ତ

 Townsvilleଠାରୁ ପ୍ରାୟ ୫୦କିଲୋମିଟର ଦୂରରେ ଥିବା ହେର୍ଭି ରେଞ୍ଜରେ ଗୋଟିଏ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଥିରେ ୪୬ ବର୍ଷିୟ ଆଣ୍ଡ୍ର୍ୟୁ ସାଇମଣ୍ଡ୍ସଙ୍କ ମୃତ୍ୟୁ ହୋଇଥିଲା। ପ୍ରାରମ୍ଭକ ତଦନ୍ତ ଅନୁସାରେ ଦୁର୍ଘଟଣାଟି ରାତି ପ୍ରାୟ ୧୧ଟା ପରେ ଆଲିସ ନଦୀ ବ୍ରିଜ୍ ନିକଟସ୍ଥ ହେର୍ଭି ରେଞ୍ଜର ରାସ୍ତାରେ ସାଇମଣ୍ଡ୍ସଙ୍କ ଗାଡି ଓଲଟି ପଡିଥିଲା। 

ସୌ- ସୋସିଆଲ ମିଡିଆ

ସିଡନୀ: କ୍ରିଡା ଜଗତ ପାଇଁ ଆଉ ଏକ ଦୁଃଖଦ ଖବର ଆସିଛି । ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ତଥା କୀମ୍ବଦନ୍ତି କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡ୍ସ ଆଉ ନାହାନ୍ତି। ଶନିବାର ରାତିରେ କୁଇନ୍ସଲ୍ୟାଣ୍ଡରେ ଏକ କାର ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା। ସାଇମଣ୍ଡ୍ସ ତାଙ୍କର ୧୯ ବର୍ଷର (୧୯୯୮-୨୦୦୯) ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୨୬ଟି ଟେଷ୍ଟ ଓ ୧୯୮ଟି ଦିନିକିଆ ସିରିଜ୍ ଖେଳିଛନ୍ତି। 

କୁଇନ୍ସଲ୍ୟାଣ୍ଡ ପୋଲିସ ଅନୁସାରେ, Townsvilleଠାରୁ ପ୍ରାୟ ୫୦କିଲୋମିଟର ଦୂରରେ ଥିବା ହେର୍ଭି ରେଞ୍ଜରେ ଗୋଟିଏ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଥିରେ ୪୬ ବର୍ଷିୟ ଆଣ୍ଡ୍ର୍ୟୁ ସାଇମଣ୍ଡ୍ସଙ୍କ ମୃତ୍ୟୁ ହୋଇଥିଲା। ପ୍ରାରମ୍ଭକ ତଦନ୍ତ ଅନୁସାରେ ଦୁର୍ଘଟଣାଟି ରାତି ପ୍ରାୟ ୧୧ଟା ପରେ ଆଲିସ ନଦୀ ବ୍ରିଜ୍ ନିକଟସ୍ଥ ହେର୍ଭି ରେଞ୍ଜର ରାସ୍ତାରେ ସାଇମଣ୍ଡ୍ସଙ୍କ ଗାଡି ଓଲଟି ପଡିଥିଲା। ସାଇମଣ୍ଡ୍ସ ନିଜେ ପୋଲିସକୁ ଦୁର୍ଘଟଣାର ସୂଚନା ଦେଇଥିଲେ। ଏମର୍ଜେନ୍ସି ଟିମ୍ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଗଭୀର ଆଘାତ ଯୋଗୁଁ ସାଇମଣ୍ଡ୍ସଙ୍କ ଦେହେନ୍ତ ହୋଇଛି।

Also Read: ବନ୍ଦ ହୋଇଯିବ Work From Home କଲଚର୍? ୨୦୨୩ରେ ଏହି କମ୍ପାନୀ ଦେବ ୪୦,୦୦୦ ନିଯୁକ୍ତି ସୁଯୋଗ

ମାର୍ଚ୍ଚ ପ୍ରଥମ ସପ୍ତାହରେ Shane Warne ଓ Rodney Marshଙ୍କ ଦେହାନ୍ତ ହୋଇଥିଲା। ଏବେ Andrew Symonds ଏହି ଦୁନିଆରୁ ବିଦାୟ ନେଇଛନ୍ତି। ଆଣ୍ଡ୍ର୍ୟୁ ସାଇମଣ୍ଡ୍ସଙ୍କ ମୃତ୍ୟୁକୁ ନେଇ ଅଷ୍ଟ୍ରେଲିଆ ସମେତ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି। ସାଇମଣ୍ଡ୍ସଙ୍କ ସମୟରେ ଅଷ୍ଟ୍ରେଲିଆ ଲଗାତର ଦୁଇ ଦୁଇଟି (୨୦୦୩, ୨୦୦୭) ବିଶ୍ୱକପ ଟ୍ରଫି ଜିତିଥିଲା। ୨୦୦୦ ମସିହା ମଧ୍ୟ ଭଆଗରେ ସେ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ପ୍ରମୁଖ ସଦସ୍ୟ ଥିଲେ। ତାଙ୍କ ସମୟରେ ଆଣ୍ଡ୍ର୍ୟୁ ସାଇମଣ୍ଡ୍ସ ଜଣେ ଘାତକ ଅଲରାଉଣ୍ଡର ଥିଲେ। ସେ ଜଣେ ଉତ୍କୃଷ୍ଟ ମିଡିୟମ ପେସର ସହ ଫିଲ୍ଡର ମଧ୍ୟ ଥିଲେ।

fallback

Andrew Symonds ବର୍ମିଂହାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ୧୯୯୫ ମସିହାରେ ଇଂଲଣ୍ଡ ପକ୍ଷରୁ ଖେଳିବା ପାଇଁ ଅଫର ମିଳିଥିଲା। କିନ୍ତୁ ସେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଆଉ ୧୯୯୮ ମସିହାରେ ଅଷ୍ଟ୍ରେଲିଆ ଟିମରେ ସିଲେକସନ ହୋଇ ଦୀର୍ଘ ଦୁଇ ଦଶନ୍ଧୀ ପର୍ଯ୍ୟନ୍ତ ନିଜ ପ୍ରତିଭା ଦେଖାଇଥିଲେ। ୨୦୦୩ ବିଶ୍ୱକପର ଅଷ୍ଟ୍ରେଲିଆର ଉଦଘାଟନୀ ମ୍ୟାଚରେ ଆଣ୍ଡ୍ର୍ୟୁ ସାଇମଣ୍ଡ୍ସ ନିଜର ପାରଦର୍ଶିତା ଦେଖାଇଥିଲେ। ପାକିସ୍ତାନ ବିପକ୍ଷରେ କଙ୍ଗାରୁ ୪ ୱିକେଟ ହରାଇ ମାତ୍ର ୮୬ ରନ କରିଥିଲା, ସେତେବେଳେ ଆଣ୍ଡ୍ର୍ୟୁ ଦଳର ମଙ୍ଗ ଧରିଥିଲେ। ଆଉ ସେ ୧୨୫ଟି ବଲରେ ୧୪୩ ରନ୍ କରିଥିଲେ। ତା ପରେ ପାଞ୍ଚଟି ଦିନି କିଆରେ ଆଣ୍ଡ୍ର୍ୟୁଙ୍କ ବ୍ୟାଟରେ ସେଞ୍ଚୁରୀ ଲାଗିଥିଲା।

Also Read: ବିଶ୍ୱର ବିଶାଳକାୟ ପୁରୁଷ ଯୌନାଙ୍ଗ ସଂଗ୍ରହାଳୟ: ଅଧିକ ମହିଳାଙ୍କୁ କରୁଛି ଆକର୍ଷଣ

୨୦୦୪ ମସିହାରେ ଆଣ୍ଡ୍ର୍ୟୁ ଟେଷ୍ଟ ଡେବ୍ୟୁ କରିଥିଲେ। ସେ ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିବାବେଳେ ୨୦୦୬-୦୭ ମସିହାରେ ଇଂଲଣ୍ଡ ବିପକ୍ଷରେ ବକ୍ସିଂ ଡେ ଟେଷ୍ଟ ୧୫୬ ରନ୍ କରିଥିଲେ। ଆଣ୍ଡ୍ର୍ୟୁ  ୨୦୦୮ରେ ସିଡନୀରେ ଭାରତ ବିପକ୍ଷରେ କ୍ୟାରିୟରର ଶ୍ରେଷ୍ଠ ୧୬୨ ସ୍କୋର କରିଥିଲେ। କିନ୍ତୁ ଏହା ତାଙ୍କର ଏକ ବିବାଦୀୟ ମୁହୂର୍ତ୍ତ ଥିଲା। ଏହି ମ୍ୟାଚରେ ହରଭଜନ ସିଂହ ଓ ଆଣ୍ଡ୍ର୍ୟୁ ମୁହାଁମୁହିଁ ହୋଇଥିଲେ। ୨୦୦୫ରେ ସେ ମଦ୍ୟପାନ କରି ନିଲମ୍ବିତ ହୋଇଥିଲେ ଏବଂ ୨୦୦୮ରେ ଡାରୱିନ୍‌ ଫିସିଂ ମାମଲାରେ ଛନ୍ଦି ହୋଇ ଆଣ୍ଡ୍ର୍ୟୁଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବନ୍ଦ ହୋଇଯାଇଥିଲା। 

fallback

୨୦୦୯ର ଇଂଲଣ୍ଡ ବିପକ୍ଷ ଟି-୨୦ ବିଶ୍ୱକପ ପୂର୍ବରୁ ଆଣ୍ତ୍ର୍ୟୁ ସାଇମଣ୍ଡ୍ସ ଦଳରୁ ବିଦା କରାଯାଇଥିଲା। ଦଳର ଡ୍ରିକିଂସ୍ ନିୟମ ଭାଙ୍ଗିବା ଅଭିଯୋଗରେ କ୍ରିକେଟ୍ ଅଷ୍ଟ୍ରେଲିଆ ତାଙ୍କର ଚୁକ୍ତି ବାତିଲ କରିଥିଲା। ୨୦୦୪ରେ କ୍ୟାଣ୍ଟରେ ଖାଳେଯାଇଥିବା ଟି-୨୦ରେ ଆଣ୍ତ୍ର୍ୟୁ ମାତ୍ର ୩୪ଟି ବଲରେ ଶତକ କରିଥିଲେ। ୨୦୦୮ରେ ପ୍ରଥମ ଆଇପିଏଲ୍ ନିଲାମରେ ସେ ୧.୩୫ ମିଲିୟନ୍ ଡଲାର ରୋଜଗାର କରିଥିଲେ। ୨୦୧୨ରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବା ପରେ ସାଇମଣ୍ଡ୍ସଙ୍କୁ ଅଷ୍ଟ୍ରେଲିଆର କମେଣ୍ଟ୍ରି ବକ୍ସରେ ଦେଖିବାକୁ ମିଳୁଥିଲା।