Monsoon Session: ଦେଶରେ ବର୍ଷକୁ ୧୫ ଲକ୍ଷରୁ ଅଧିକ କ୍ୟାନସର ରୋଗୀ, ଚିକିତ୍ସା ପାଇଁ ୭ ହଜାର କୋଟି
Advertisement
Article Detail0/zeeodisha/odisha2354106

Monsoon Session: ଦେଶରେ ବର୍ଷକୁ ୧୫ ଲକ୍ଷରୁ ଅଧିକ କ୍ୟାନସର ରୋଗୀ, ଚିକିତ୍ସା ପାଇଁ ୭ ହଜାର କୋଟି

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଭାରତୀୟ ଭେଷଜ ବିଜ୍ଞାନ ଗବେଷଣା ପରିଷଦ (ICMR) ଦ୍ୱାରା ପ୍ରସ୍ତୁତ ଜାତୀୟ କ୍ୟାନସର ରେଜିଷ୍ଟ୍ରି ଅନୁସାରେ ୨୦୨୪ ବର୍ଷରେ ଏପର୍ଯ୍ୟନ୍ତ ୧୫ ଲକ୍ଷ ୩୩ ହଜାର ୫୫ ଜଣ ରୋଗୀଙ୍କୁ ପଞ୍ଜିକରଣ କରାଯାଇଛି। ଏହି ରୋଗୀଙ୍କ ଚିକିତ୍ସା ପାଇଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜ

 Monsoon Session: ଦେଶରେ ବର୍ଷକୁ ୧୫ ଲକ୍ଷରୁ ଅଧିକ କ୍ୟାନସର ରୋଗୀ, ଚିକିତ୍ସା ପାଇଁ ୭ ହଜାର କୋଟି

Monsoon Session: ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଭାରତୀୟ ଭେଷଜ ବିଜ୍ଞାନ ଗବେଷଣା ପରିଷଦ (ICMR) ଦ୍ୱାରା ପ୍ରସ୍ତୁତ ଜାତୀୟ କ୍ୟାନସର ରେଜିଷ୍ଟ୍ରି ଅନୁସାରେ ୨୦୨୪ ବର୍ଷରେ ଏପର୍ଯ୍ୟନ୍ତ ୧୫ ଲକ୍ଷ ୩୩ ହଜାର ୫୫ ଜଣ ରୋଗୀଙ୍କୁ ପଞ୍ଜିକରଣ କରାଯାଇଛି। ଏହି ରୋଗୀଙ୍କ ଚିକିତ୍ସା ପାଇଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ପ୍ରାୟ ୭୧୩୦ କୋଟି ଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚ କରିଥିବା ଦର୍ଶାଇଛନ୍ତି। ୩୭ ଲକ୍ଷ ୭୬ ହଜାର ହସ୍ପିଟାଲରେ ଆଡମିସନ ନେଇଥିବା କ୍ୟାନସର ରୋଗୀଙ୍କ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯାଇଛି ବୋଲି ସ୍ୱାସ୍ଥ୍ୟ ଜଗତ ପ୍ରକାଶ ନଡ୍ଡା ଲୋକସଭାରେ ବିବୃତ୍ତି ଦେଇଛନ୍ତି। 

ଆଜି ସାଂସଦ ହନୁମାନ ବେନିୱାଲ ଏବଂ ପ୍ରଦୀପ କୁମାର ସିଂହଙ୍କର ଏକ ପ୍ରଶ୍ନର ଉତ୍ତର ରଖି ଶ୍ରୀ ନଡ୍ଡା କହିଛନ୍ତି ଦିନକୁ ଦିନ ଦେଶରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ୨୦୨୧ରେ ପ୍ରାୟ ୧୪ ଲକ୍ଷ ୨୬ ହଜାର ୪୪୭ ଜଣ ରୋଗୀଙ୍କୁ ଜାତୀୟ କ୍ୟାନସର ରେଜିଷ୍ଟ୍ରିରେ ଅନ୍ତର୍ଭୁକ୍ତ କରାଯାଇଥିଲା। ୨୦୨୨ରେ ଏହି ସଂଖ୍ୟା ୧୪ ଲକ୍ଷ ୬୧ ହଜାର ୪୨୭ରେ ପହଞ୍ଚିଥିବା ବେଳେ ୨୦୨୩ରେ ୧୪ ଲକ୍ଷ ୯୬ ହଜାର ୯୭୨ ଜଣ ରୋଗୀଙ୍କୁ କ୍ୟାନସର ରେଜିଷ୍ଟ୍ରିରେ ପଞ୍ଜିକୃତ କରାଯାଇଥିଲା। 

ଭାରତ ସରକାର କ୍ୟାନସର ଭଳି ଜଟିଳ ରୋଗ ଗୁଡିକର ଚିକିତ୍ସା ସୁବିଧା ଜନସାଧାରଣଙ୍କୁ ଯୋଗାଇବା ତଥା ଏଥିପାଇଁ ଆବଶ୍ୟକ ଔଷଧ ଓ ଅନ୍ୟ ସରଞ୍ଜାମ ଉପରେ ରିହାତି ବ୍ୟବସ୍ଥା କରିଛନ୍ତି। ଜାତୀୟ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି ବା ଜାତୀୟ ଔଷଧ ମୂଲ୍ୟ ପ୍ରାଧିକରଣ (NPPA) ୧୩୧ଟି ଅତ୍ୟାବଶ୍ୟକ ଔଷଧର ମୂଲ୍ୟକୁ ନିୟନ୍ତ୍ରଣରେ ରଖିଛନ୍ତି। ଏହା ଦ୍ୱାରା ରୋଗୀଙ୍କର ଔଷଧ କିଣା ଖର୍ଚ୍ଚ ବାବଦରେ ପ୍ରାୟ ୨୯୪ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଏହିପରି ଅଣସୂଚିତ ୪୨ଟି କ୍ୟାନସର ଚିକିତ୍ସା ଔଷଧକୁ ସରକାର ମୂଲ୍ୟ ନିୟନ୍ତ୍ରଣ କରିଛନ୍ତି। ଏହାଦ୍ୱାରା ୫୨୬ଟି ବ୍ରାଣ୍ଡର କ୍ୟାନସର ଚିକିତ୍ସା ଔଷଧରେ ପ୍ରାୟ ୫୦ ପ୍ରତିଶତ ଦର ହ୍ରାସ ଘଟିଛି। ଏହା ଦ୍ୱାରା ୯୮୪ କୋଟି ଟଙ୍କାର ଫାଇଦା ରୋଗୀମାନଙ୍କୁ ହୋଇପାରିଛି ବୋଲି ଶ୍ରୀ ନଡ୍ଡା ବିବୃତ୍ତିରେ ରଖିଛନ୍ତି। ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା ଅମୃତ ଯୋଜନା, ପିଏଲଆଇ ଯୋଜନା ମାଧ୍ୟମରେ ସରକାର କ୍ୟାନସର ଭଳି ଜଟିଳ ରୋଗ ଗୁଡିକର ଚିକିତ୍ସା ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ନଡ୍ଡା ଜଣାଇଛନ୍ତି।