IND vs NZ 1st ODI: ମ୍ୟାଚ୍ ହାରିବା ପରେ ଏହି ଖେଳାଳିଙ୍କ ଉପରେ ରାଗି ପାଚି ଲାଲ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, କହିଲେ ପରାଜୟ ପାଇଁ ସବୁଠୁ ଅଧିକ ଦାୟୀ!
Advertisement

IND vs NZ 1st ODI: ମ୍ୟାଚ୍ ହାରିବା ପରେ ଏହି ଖେଳାଳିଙ୍କ ଉପରେ ରାଗି ପାଚି ଲାଲ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, କହିଲେ ପରାଜୟ ପାଇଁ ସବୁଠୁ ଅଧିକ ଦାୟୀ!

Hardik Pandya On IND vs NZ 1st ODI: ଟି-20 ସିରିଜର ପ୍ରଥମ ମ୍ୟାଚ୍ ଗତକାଲି ଅର୍ଥାତ ଜାନୁଆରୀ ୨୭ରେ ରାଞ୍ଚିରେ ଖେଳାଯାଇଛି । ପ୍ରଥମ ଟି-20 ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଦଳ ଟିମ୍ ଇଣ୍ଡିଆକୁ ୨୧ ରନରେ ପରାସ୍ତ କରିଛି । ଏହି ପରାଜୟ ପରେ ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅତ୍ୟନ୍ତ ଅସନ୍ତୋଷ ଥିବାର ନଜରକୁ ଆସିଛନ୍ତି । 

 IND vs NZ 1st ODI: ମ୍ୟାଚ୍ ହାରିବା ପରେ ଏହି ଖେଳାଳିଙ୍କ ଉପରେ ରାଗି ପାଚି ଲାଲ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, କହିଲେ ପରାଜୟ ପାଇଁ ସବୁଠୁ ଅଧିକ ଦାୟୀ!

Hardik Pandya On India vs New Zealand 1st T20: ଦିନିକିଆ ସିରିଜ (IND vs NZ ODI Series) ଶେଷ ହେବା ପରେ ବର୍ତ୍ତମାନ ଭାରତ ଓ ନ୍ୟୁଜିଲ୍ୟାଣ୍ଡ (India vs New Zealand T20 Series) ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ ଆରମ୍ଭ ହୋଇଛି । ଏହି ସିରିଜର ପ୍ରଥମ ମ୍ୟାଚ୍ (IND vs NZ 1st ODI) ଗତକାଲି ଅର୍ଥାତ ଜାନୁଆରୀ ୨୭ରେ ରାଞ୍ଚିରେ ଖେଳାଯାଇଛି । ପ୍ରଥମ ଟି-20 ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଦଳ (New Zealand Team) ଟିମ୍ ଇଣ୍ଡିଆ (Team India) କୁ ୨୧ ରନରେ ପରାସ୍ତ କରିଛି । ଏହି ପରାଜୟ ପରେ ଭାରତୀୟ ଦଳର ଅଧିନାୟକ (Indian Captain) ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଅତ୍ୟନ୍ତ ଅସନ୍ତୋଷ ଥିବାର ନଜରକୁ ଆସିଛନ୍ତି ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-20 ମ୍ୟାଚ୍ ହାରିଯିବା ପରେ ଟିମ୍ ଇଣ୍ଡିଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) କ୍ରୋଧିତ ହୋଇଛନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଏହି ପ୍ରକାର ପରାଜୟରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଦୌ ଖୁସି ନୁହଁନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-20 ମ୍ୟାଚ (India vs New Zealand 1st T20) ରେ ହାର୍ଦ୍ଦିକ ପାଣ୍ଡ୍ୟା ଏହି ପରାଜୟ ପାଇଁ ଟିମ୍ ଇଣ୍ଡିଆର ବୋଲରଙ୍କୁ ଦାୟୀ କରିଛନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-20 ମ୍ୟାଚରେ ଦ୍ରୁତ ବୋଲର ଅର୍ଶଦୀପ ସିଂ (Arshdeep Singh) ମାତ୍ର ୧ ୱିକେଟ୍ ମୂଲ୍ୟରେ ୪ ଓଭରରେ ୫୧ ରନ୍ ଦେଇଛନ୍ତି । ଅର୍ଶଦୀପ ସିଂଙ୍କ ଖରାପ ବୋଲିଂର ସୁଯୋଗ ନେଇ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ ମାନେ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ରନ୍ ଲୁଟ୍ କରି ବୋର୍ଡରେ ୧୭୬ ରନ୍ ସ୍କୋର ଲଗାଇଥିଲେ ।

ଅର୍ଶଦୀପ ସିଂ (Arshdeep Singh) ଙ୍କ ଖରାପ ବୋଲିଂ ଯୋଗୁଁ ମ୍ୟାଚର ପୂରା ମୋମେଣ୍ଟ ନ୍ୟୁଜିଲ୍ୟାଣ୍ଡ ସପକ୍ଷରେ ଯାଇଥିଲା । ଏହା ବ୍ୟତୀତ ଦ୍ରୁତ ବୋଲର ଉମ୍ରାନ ମଲିକ ଗୋଟିଏ ଓଭରରେ ୧୬ ରନ ଦେଇଥିଲେ । ଏଥି ସହିତ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ନିଜେ ୩ ଓଭରରେ ୩୩ ରନ୍ ଦେଇଥିଲେ । ଉମ୍ରାନ ମଲିକ (Umran Malik) ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ବି ୱିକେଟ୍ ପାଇ ନଥିଲେ । ମ୍ୟାଚ୍ ହାରିଯିବା ପରେ ଟିମ୍ ଇଣ୍ଡିଆର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ, "ଆମେ ଅନାବଶ୍ୟକ ଭାବରେ ୨୦ରୁ ୨୫ ରନ୍ ଦେଇଛୁ ଓ ବୋଧହୁଏ ଏହି କାରଣରୁ ମ୍ୟାଚ୍ ହାରିଛୁ ।" 

ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ରାଗି କହିଛନ୍ତି ଯେ, "ଆମେ ବଲରୁ ୨୦ରୁ ୨୫ ଅତିରିକ୍ତ ରନ୍ ଦେଇଥିଲୁ । ଯେପର୍ଯ୍ୟନ୍ତ ମୁଁ ଓ ସୂର୍ଯ୍ୟ (Suryakumar Yadav) ବ୍ୟାଟିଂ କରୁଥିଲେ, ଆମେ ଭାବୁଥିଲୁ ଆମେ ଟାର୍ଗେଟକୁ ପୂରା କରିନେବୁ । ଆମେ ବଲ୍ ସହିତ ବାସ୍ତବରେ ଖରାପ ଥିଲୁ ଓ ୨୦ରୁ ୨୫ ରନ୍ ଅଧିକ ଦେଇଥିଲୁ । ଏହା ଏକ ଯୁବ ଗୋଷ୍ଠୀ ଓ ଆମେ ଏଥିରୁ ଶିଖିବୁ ।" 

ଅଧିକ ପଢ଼ନ୍ତୁ:- OYO ହୋଟେଲର ମାଲିକ ରିତେଶ ଅଗ୍ରୱାଲଙ୍କ ମାର୍ଚ୍ଚରେ ବାହାଘର, ୨୯ ବର୍ଷ ବୟସରେ ଏତେ ହଜାର କୋଟି ଟଙ୍କାର ମାଲିକ

ଅଧିକ ପଢ଼ନ୍ତୁ:-କେଏଲ ରାହୁଲ- ଆଥିଆଙ୍କୁ କୋଟି କୋଟି ଟଙ୍କାର ଉପହାର ଦେଇ ନାହାଁନ୍ତି ଧୋନି ଓ କୋହଲି, ସୁନୀଲ ଶେଟ୍ଟିଙ୍କ ପରିବାର କହିଲା ସତ

ଟିମ୍ ଇଣ୍ଡିଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ବୟାନରୁ ଏହା ସ୍ପଷ୍ଟ ହୋଇଛି ଯେ, ପ୍ରଥମ ଟି-20 ମ୍ୟାଚରେ ଭାରତୀୟ ବୋଲରଙ୍କ ଖରାପ ପ୍ରଦର୍ଶନକୁ ନେଇ ସେ ଅତ୍ୟନ୍ତ କ୍ରୋଧିତ ଅଛନ୍ତି । ମ୍ୟାଚ୍ ହାରିବା ସତ୍ତ୍ୱେ ଟିମ୍ ଇଣ୍ଡିଆର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର (Washington Sundar) ଙ୍କୁ ପ୍ରଶଂସା କରିଛନ୍ତି । ପ୍ରଥମ ଟି-20 ମ୍ୟାଚରେ ୱାଶିଂଟନ୍ ସୁନ୍ଦର ମାତ୍ର ୨୮ ବଲରେ ୫୦ ରନର ଇନିଂସ ଖେଳି ମ୍ୟାଚରେ ଭାରତକୁ ଫେରାଇବାର କାମ କରିଥିଲେ, କିନ୍ତୁ ସେ ଟିମ୍ ଇଣ୍ଡିଆକୁ ବିଜୟ ଦେଇପାରିନଥିଲେ । ଭାରତ ରାଞ୍ଚିରେ ପ୍ରଥମ ଟି-20 ମ୍ୟାଚ୍ ୨୧ ରନରେ ହାରିଛି ।