ଦ୍ୱିତୀୟ କ୍ରିକେଟର ଭାବେ ୨୦୦ ODI କ୍ଲବରେ ସାମିଲ ହେଲେ ଏହି ଖେଳାଳୀ
Advertisement

ଦ୍ୱିତୀୟ କ୍ରିକେଟର ଭାବେ ୨୦୦ ODI କ୍ଲବରେ ସାମିଲ ହେଲେ ଏହି ଖେଳାଳୀ

ଟିମ୍ ଇଣ୍ଡିଆର ସ୍ପିଡଷ୍ଟର ଝୁଲଣ ଗୋସ୍ୱାମୀ ୨୦୦ ଦିନିକିଆ କ୍ଲବରେ ପହଁଞ୍ଚିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଖେଳି ସେ ଏହି କ୍ଲବରେ ସାମିଲ ହୋଇଛନ୍ତି ।

(ଫାଇଲ ଫଟୋ)

ICC Women's ODI World Cup 2022: ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆ (India vs Australia) ପରାସ୍ତ ହୋଇଛି । ଅକଲାଣ୍ଡରେ ଭଲ ବ୍ୟାଟିଂ କରିଥିଲେ ବି ମ୍ୟାଚ୍ ଭାରତ ମ୍ୟାଚକୁ ଜିତି ପାରନିଥିଲା । ଏହାର ମୁଖ୍ୟ କାରଣ ଭାରତୀୟ ବୋଲର ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନଙ୍କୁ ଆଉଟ୍ କରିବାରେ ଫେଲ୍ ମାରିଥିଲେ । ଏହି ବିଜୟ ସହ ଅଷ୍ଟ୍ରେଲିଆ ସେମି ଫାଇନାଲରେ ଏଣ୍ଟ୍ରି କରିଛି । ବର୍ତ୍ତମାନ ଭାରତକୁ ସେମି ଫାଇନାଲରେ ପହଞ୍ଚିବା କଷ୍ଟକର ହୋଇଯାଇଛି ।

ଅକଲାଣ୍ଡରେ ଜବରଦସ୍ତ ପରଫରମାନ୍ସ ସତ୍ତ୍ୱେ ଟିମ୍ ଅଷ୍ଟ୍ରେଲିଆ ଭାରତକୁ ୬ ୱିକେଟରେ ପରାସ୍ତ କରି ବିଶ୍ୱକପର ପ୍ରଥମ ଟିମ୍ ଭାବେ ସେମିରେ ପ୍ରବେଶ କରିଛି । ଦଳ ଖେଳିଥିବା ସମସ୍ତ ୫ ମ୍ୟାଚରେ ବିଜୟୀ ହୋଇ କଙ୍ଗାରୁ ଟିମ୍ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୭୭ ରନ୍ କରିଥିଲେ ସୁଦ୍ଧା ମ୍ୟାଚ୍ ଜିତି ପାରିନଥିଲା । ଅଷ୍ଟ୍ରେଲିଆ ଅଧିନାୟକ ମେଗ୍ ଲେନିଂ ୯୭ ଏବଂ ହିଲୀ ୭୨ ରନ୍ କରି ନିଜ ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସବୁ ଡିପାର୍ଟମେଣ୍ଟରେ 
ଅଷ୍ଟ୍ରେଲିଆ ଟିମ୍ ନିଜର ଦମଦାର ପ୍ରଦର୍ଶନ ଦେଖାଇଥିଲା ।

ସେପଟେ, ଅଷ୍ଟ୍ରେଲିଆ ସହ ମୁକାବିଲା କରି ହାରିବା ପରେ ଭାରତ ପାଇଁ ଟେନସନ ବଢ଼ି ଯାଇଛି । କାରଣ ସେମିଫାଇନାଲ ଖେଳିବାକୁ ହେଲେ ଦଳକୁ ଆସନ୍ତା ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ବିପକ୍ଷ ମ୍ୟାଚରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ । ଏହା ସହ ବଡ଼ ବ୍ୟବଧାନରେ ବିଜୟୀ ହେଲେ ଦଳ ବିଶ୍ୱକପରେ ସେମିଫାଇନାଲ ଖେଳିବା ଆଶା ଉଜ୍ଜିବୀତ ରହିବ । ୫ ମ୍ୟାଚରୁ ମାତ୍ର ୨ଟିରେ ଦଳ ଜିତି ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ଭାରତ ପଛକୁ ଅଛନ୍ତି ନ୍ୟୁଜିଲାଣ୍ଡ, ଇଂଲଣ୍ଡ ପରି ଶକ୍ତିଶାଳୀ ଟିମ୍ । ତେଣୁ ସମସ୍ତେ ସେମିରେ ପ୍ରବେଶ କରିବାକୁ ଉଦ୍ୟମ କରିବେ ଯାହା ଭାରତକୁ ଅଡୁଆରେ ପକାଇବ ।

ଏହି ମ୍ୟାଚ ଖେଳିଥିବା ଟିମ୍ ଇଣ୍ଡିଆର ସ୍ପିଡଷ୍ଟର ଝୁଲଣ ଗୋସ୍ୱାମୀ ୨୦୦ ଦିନିକିଆ କ୍ଲବରେ ପହଁଞ୍ଚିଛନ୍ତି । ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଖେଳି ଏହି କ୍ଲବରେ ସେ ସାମିଲ ହୋଇଛନ୍ତି । ଟପରେ ଥିବା ମିଥାଲି ରାଜ ୨୩୦ ମ୍ୟାଚ୍ ଖେଳିଥିବା ବେଳେ ତାଙ୍କ ପରେ ଦ୍ୱିତୀୟ କ୍ରିକେଟର ଭାବେ ଝୁଲଣ ଏହି ସଫଳତା ପାଇଛନ୍ତି । ନିକଟରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅନିଶା ମହମ୍ମଦଙ୍କୁ ଆଉଟ୍ କରିଥିଲେ । ଅନିଶାଙ୍କୁ ଆଉଟ୍ କରି ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ ଝୁଲଣ ଗୋସ୍ୱାମୀ ଦିନିକିଆରେ ୨୫୦ ୱିକେଟ୍ ନେଇଥିଲେ ।

ଏହା ବି ପଢ଼ନ୍ତୁ: ୨୦୨୪ ନିର୍ବାଚନ: ନରେନ୍ଦ୍ର ମୋଦି ବନାମ କିଏ?

ଏହା ବି ପଢ଼ନ୍ତୁ: Asia Cup 2022: ପୁଣି ଥରେ ମୁହାଁମୁହିଁ ହେବେ ଭାରତ-ପାକ୍, ୨୭ ଅଗଷ୍ଟରୁ ଶ୍ରୀଲଙ୍କାରେ ଟୁର୍ଣ୍ଣାମେଣ୍ଟ