ICC U-19 Global Tournaments: ଆସନ୍ତା ପାଞ୍ଚ ବର୍ଷର ସିଡ୍ୟୁଲ ଘୋଷିତ, ତାଲିକାରେ ନାହିଁ ଭାରତର ନାମ
Advertisement

ICC U-19 Global Tournaments: ଆସନ୍ତା ପାଞ୍ଚ ବର୍ଷର ସିଡ୍ୟୁଲ ଘୋଷିତ, ତାଲିକାରେ ନାହିଁ ଭାରତର ନାମ

ICC U-19 Global Tournaments: ଆସନ୍ତା ପାଞ୍ଚ ବର୍ଷ ପାଇଁ ଆଇସିସି ତାର କାର୍ଯ୍ୟସୂଚୀ ଜାରି କରିଛି। ୧୯ ବର୍ଷରୁ କମ ଉଭୟ ମହିଳା ଓ ପୁରୁଷ ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ଘୋଷଣା କରାଯାଇଛି। ୨୦୨୪ରୁ ଇଭେଣ୍ଟ ଆରମ୍ଭ ହେବ। 

ICC U-19 Global Tournaments: ଆସନ୍ତା ପାଞ୍ଚ ବର୍ଷର ସିଡ୍ୟୁଲ ଘୋଷିତ, ତାଲିକାରେ ନାହିଁ ଭାରତର ନାମ

ICC U-19 Global Tournaments, ନୂଆଦିଲ୍ଲୀ: ଆସନ୍ତା ପାଞ୍ଚ ବର୍ଷ ପାଇଁ ଆଇସିସି ତାର କାର୍ଯ୍ୟସୂଚୀ ଜାରି କରିଛି। ୧୯ ବର୍ଷରୁ କମ ଉଭୟ ମହିଳା ଓ ପୁରୁଷ ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ଘୋଷଣା କରାଯାଇଛି। ୨୦୨୪ରୁ ଇଭେଣ୍ଟ ଆରମ୍ଭ ହେବ। ୨୦୨୭ ମଧ୍ୟରେ ଦୁଇଟି ଦିନିକିଆ ଓ ଦୁଇଟି ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। କିନ୍ତୁ ଭାରତରେ କୌଣସି ଟୁର୍ଣ୍ଣାମେଣ୍ଟ ହେବ ନାହିଁ। ଯାହା ଭାରତୀୟ ଦର୍ଶକଙ୍କୁ ନିରାଶ କରିଛି।

ତେବେ ଏଥର ICCର ଏକାଧିକ ଇଭେଣ୍ଟରେ ଯୁଗ୍ମ ଆୟୋଜକ ଅଛନ୍ତି। ICCର ସିଡ୍ୟୁଲ ଅନୁସାରେ, ଶ୍ରୀଲଙ୍କାରେ U19 Men’s Cricket World Cup 2024 ଅନୁଷ୍ଠିତ ହେବ। ୨୦୨୬ରେ ଏହି ଟୁର୍ଣ୍ଣମାଣ୍ଟକୁ ମିଳିତ ଭାବେ ହୋଷ୍ଟ କରାଯିବ। ଏଥିପାଇଁ ଜିମ୍ବାୱେ ଓ ନାମିବିଆକୁ ଦାୟିତ୍ୱ ଦିଆଯାଇଛି। ୨୦୨୫ରେ ୧୯ ବର୍ଷରୁ କମ୍ ମହିଳା ଟି-୨୦ ବିଶ୍ୱକପ ଖେଳାଯିବ। ଏହାକୁ ମାଲେସିଆ ଓ ଥାଇଲାଣ୍ଡ ମିଳିତ ଭାବେ ଆୟୋଜନ କରିବେ। ସେହିପରି ୨୦୨୬ରେ ହେବାକୁ ଥିବା ICC U19 Women’s T20 World Cup ବାଂଲାଦେଶ ଓ ନେପାଳରେ ହେବ।

ଅନ୍ୟପଟେ ପୁରୁଷ ବିଶ୍ୱକପ ୨୦୨୭ର ଯୋଗ୍ୟତା ପାଇଁ ବାଟ ଫିଟିଛି। ଏଥିରେ ୧୪ଟି ଦଳ ସାମିଲ ହେବାକୁ ଥିବାବେଳେ ୧୦ଟି ଦଳି ସିଧାସଳଖ ଯୋଗ୍ୟତା ପର୍ଯ୍ୟାୟରେ ପହଞ୍ଚିବେ। ସେହି ଦଶଟି ଟିମ ମଧ୍ୟରୁ ଆୟୋଜକ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ, ପୁରୁଷ ବିଶ୍ୱକପ ୨୦୨୭ ପାଇଁ ଯୋଗ୍ୟ ବିବେଚିତ ହୋଇସାରିଛନ୍ତି। ବଳକା ଅଠଟି ଦଳକୁ ICC MRF Tyres ODI Ranking ଅନୁସାରେ ଚୟନ କରାଯିବ। ଅନ୍ୟ ଚାରଟି ଦଳକୁ  ICC CWC Global Qualifier series ମାଧ୍ୟମରେ ନିଜ ସ୍ଥାନ ପକ୍କା କରିବାକୁ ପଡିବ।

ସେହିପରି ICC Women’s T20 World Cup 2024 ପାଇଁ ମଧ୍ୟ ୧୦ଟି ଯୋଗ୍ୟ ଟିମ ବଛାଯିବ। ଆଠଟି ଟିମ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ। ପ୍ରତ୍ୟେକ ଗ୍ରୁପର ଶୀର୍ଷ ତିନୋଟି ଟିମକୁ ଏଥିରେ ସାମିଲ କରାଯିବ। ଆୟୋଜକ ବାଂଲାଦେଶର ସ୍ଥାନ ଏକ ପ୍ରକାରର Women’s T20 World Cup 2024 ପାଇଁ ପକ୍କା ହୋଇଯାଇଛି। ବାଂଲାଦେଶକୁ ମିଶାଇ ୮ଟି ସିଧାସଳଖ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଥିବା ବେଳେ ଅନ୍ୟ ଦୁଇଟି ଦଳ ICC Women’s T20 World Cup Global Qualifier ସିରିଜ ମଧ୍ୟରେ ନିଜ ସ୍ଥାନ ସୁନିଶ୍ଚିତ କରିବେ।