U19 Men's World Cup 2024: ଆଇସିସି ପୁରୁଷ ଅଣ୍ଡର-୧୯ ବିଶ୍ୱକପ ୨୦୨୪ ର କାର୍ଯ୍ୟସୂଚୀ ପ୍ରକାଶ କରିଛି । ଏହା ୧୯ ଜାନୁଆରୀରୁ ୧୧ ଫେବୃଆରୀ ପର୍ଯ୍ୟନ୍ତ ଖେଳାଯିବ ।
Trending Photos
U19 World Cup 2024 Schedule: ଆଇସିସି ସୋମବାର ଦିନ ଆସନ୍ତା ବର୍ଷର ହେବାକୁ ଥିବା ଅଣ୍ଡର-୧୯ କ୍ରିକେଟ୍ ବିଶ୍ୱକପ୍ର କାର୍ଯ୍ୟସୂଚୀ ପ୍ରକାଶ କରିଛି । ଏହି ଟୁର୍ଣ୍ଣାମେଣ୍ଟ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବ । ଏଥିରେ ଭାରତ ସମେତ ମୋଟ ୧୬ ଟି ଦଳ ଅଂଶଗ୍ରହଣ କରିବେ । ଏହି ଟୁର୍ଣ୍ଣାମେଣ୍ଟ ୧୯ ଜାନୁଆରୀରୁ ଆରମ୍ଭ ହେବ । ଯେଉଁଠାରେ ଫାଇନାଲ ମ୍ୟାଚ୍ ୧୧ ଫେବୃଆରୀରେ ଖେଳାଯିବ । ୧୨ ଫେବୃଆରୀରେ ଫାଇନାଲ ମ୍ୟାଚ୍ ହେବ ।
କେବେ ହେବ ଭାରତର ପ୍ରଥମ ମ୍ୟାଚ୍?
ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ୨୦ ଜାନୁଆରୀରେ ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ । ବାଂଲାଦେଶ, ଆୟର୍ଲାଣ୍ଡ ଓ ଆମେରିକା ସହିତ ଗ୍ରୁପ୍ ଏ’ରେ ଭାରତ ସ୍ଥାନିତ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪୧ ଟି ମ୍ୟାଚ୍ ହେବ । ଲିଗ୍ ପର୍ଯ୍ୟାୟରେ ଦଳଗୁଡିକ ନିଜ ନିଜ ମଧ୍ୟରେ ଗୋଟିଏ ଲେଖାଁଏ ମ୍ୟାଚ୍ ଖେଳିବେ । ତେବେ ସୁପର-6 ମ୍ୟାଚ୍ ଗ୍ରୁପ୍ ଏ ଏବଂ ଡି, ଗ୍ରୁପ୍ ବି ଏବଂ ସି ମଧ୍ୟରେ ଭିନ୍ନ ହେବ । ପରିଶେଷରେ, ପ୍ରତ୍ୟେକ ସୁପର-୨ ରୁ ୨ଟି ଲେଖାଁଏ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ । ସେମିଫାଇନାଲର ବିଜେତା ଦଳ ୧୧ ଫେବୃଆରୀରେ ଫାଇନାଲରେ ମୁହାଁମୁହିଁ ହେବେ ।
U19 Men's World Cup schedule. pic.twitter.com/AGFTcVR1GA
— Mufaddal Vohra (@mufaddal_vohra) December 11, 2023
ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ଯୁଦ୍ଧ!
କହିରଖୁଛୁ ଯେ ଏହି ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟରେ ଭାରତ ଓ ପାକିସ୍ଥାନର ଦଳ ବିଭିନ୍ନ ଦଳରେ ଅଛନ୍ତି । କିନ୍ତୁ ଉଭୟ ଦଳ ସୁପର-୬ ରେ ସଂଘର୍ଷ କରିପାରନ୍ତି । ଗ୍ରୁପ୍-ଏ ରେ ଭାରତ ଓ ଗ୍ରୁପ୍-ଡି ରେ ପାକିସ୍ତାନ ଅଛି । ସୁପର-୬ ରେ, ଗ୍ରୁପ୍-ଏ ର ୩ଟି ଟିମ୍ ଏବଂ ଗ୍ରୁପ୍-ଡି ର ୩ ଟିମ୍ ସହ ମୁହାଁମୁହିଁ ହେବେ । ତେଣୁ ଏହି ରାଉଣ୍ଡରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିପାରେ ।
ପାଞ୍ଚ ଥର ଚାମ୍ପିଅନ୍ ରହିଛି ଟିମ୍ ଇଣ୍ଡିଆ
ଭାରତୀୟ ଦଳ ପାଞ୍ଚ ଥର ଅଣ୍ଡର-୧୯ ବିଶ୍ୱକପ ଟାଇଟଲ ଜିତିଛି । ଏହି ଟୁର୍ଣ୍ଣାମେଣ୍ଟ ପଚାଶ ଓଭର ବିଶ୍ୱକପ ହେବ । ଭାରତୀୟ ଦଳ ଶେଷରେ ୟଶ ଧୁଲଙ୍କ ଅଧିନାୟକତ୍ୱରେ ଅଣ୍ଡର-୧୯ ବିଶ୍ୱକପ ଜିତିଥିଲେ । ସେହି ଦଳର ଅନେକ ଖେଳାଳି ବର୍ତ୍ତମାନ ଆଇପିଏଲ୍ ର ବିଭିନ୍ନ ଫ୍ରାଞ୍ଚାଇଜ୍ ସହିତ ଜଡିତ । ଅଣ୍ଡର-୧୯ ବିଶ୍ୱକପ ବିଜେତା ଦଳର ପୃଥ୍ୱୀ ଶ, ଶୁବମନ ଗିଲ, ଇଶାନ କିଶାନ ମଧ୍ୟ ଅଂଶଗ୍ରହଣ କରିଛନ୍ତି ।