ICC ODI World Cup 2023 Schedule: ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ମୁକାବିଲା
Advertisement
Article Detail0/zeeodisha/odisha1756104

ICC ODI World Cup 2023 Schedule: ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ମୁକାବିଲା

ପ୍ରକାଶିତ ସୂଚୀ ଅନୁଯାୟୀ ଅକ୍ଟୋବର ୧୫ ତାରିଖରେ ଅହମଦାବାଦରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଏହି ମ୍ୟାଚ ପୂର୍ବରୁ ଭାରତ ଦୁଇଟି ମ୍ୟାଚ ଖେଳିବ। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଚେନ୍ନାଇରେ ଭେଟିବାକୁ ଥିବା ବେଳେ ୧୧ ତାରିଖରେ ଦିଲ୍ଲୀରେ ଆଫଗାନିସ୍ତାନକୁ ଭେଟିବ ଭାରତ। 

ICC ODI World Cup 2023 Schedule: ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ମୁକାବିଲା

Odi World Cup 2023: ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ମାସରେ ଖେଳାଯିବାକୁ ବିଶ୍ୱକପ ବିଗୁଲ ବାଜି ସାରିଛି। ଅକ୍ଟୋବର ୧୫ ତାରିଖରୁ ବିଶ୍ୱକପ ମହାକୁମ୍ଭ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଭେଟିବାକୁ ଥିବା ବେଳେ ଅକ୍ଟୋବର ୮ ତାରିଖରୁ ଭାରତ ତାର ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ତେବେ ବିଶ୍ୱକପର ସବୁଠାରୁ ହାଇଭୋଲଟେଜ ମ୍ୟାଚ ଅକ୍ଟୋବର ୧୫ ତାରିଖରେ ଦେଖିବାକୁ ମିଳିବ। 

ପ୍ରକାଶିତ ସୂଚୀ ଅନୁଯାୟୀ ଅକ୍ଟୋବର ୧୫ ତାରିଖରେ ଅହମଦାବାଦରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଏହି ମ୍ୟାଚ ପୂର୍ବରୁ ଭାରତ ଦୁଇଟି ମ୍ୟାଚ ଖେଳିବ। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଚେନ୍ନାଇରେ ଭେଟିବାକୁ ଥିବା ବେଳେ ୧୧ ତାରିଖରେ ଦିଲ୍ଲୀରେ ଆଫଗାନିସ୍ତାନକୁ ଭେଟିବ ଭାରତ। 

Odi World Cup 2023: ମୋଟ ୧୦ଟି ସ୍ଥାନରେ ଖେଳାଯିବ ବିଶ୍ୱକପ
ଚଳିତ ବର୍ଷ ୧୦ଟି ସ୍ଥାନରେ ଆଇସିସି ODI ବିଶ୍ୱକପ୍ ଆୟୋଜିତ ହେବ। ଏଥିରେ ଭାରତର ୧୦ଟି ସହର ସାମିଲ ରହିଛି। ହାଇଦ୍ରାବାଦ, ଅହମ୍ମଦାବାଦ, ଧରମଶାଲା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ ଏବଂ କୋଲକାତାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ODI ବିଶ୍ୱକପ ୨୦୨୩ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ୧୫ ନଭେମ୍ବର ୨୦୨୩ରେ ମୁମ୍ବାଇରେ ଖେଳାଯିବ। ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ୧୭ ନଭେମ୍ବର ୨୦୨୩ରେ କୋଲକାତାରେ ଖେଳାଯିବ। ଅନ୍ତିମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ଆଇସିସି ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟରେ ସମୁଦାୟ ୧୦ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଏଥିମଧ୍ୟରୁ ୮ଟି ଦଳ ଚୟନ ହୋଇଥିବାବେଳେ ଅବଶିଷ୍ଟ ଦୁଇଟି ଦଳ ପାଇଁ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ଆୟୋଜନ କରାଯାଉଛି। ବିଶ୍ୱକପରେ ଖେଳୁଥିବା ସମସ୍ତ ୧୦ଟି ଦଳକୁ ଦୁଇଟି ଦଳରେ ବିଭକ୍ତ କରାଯିବ। ଯେଉଁଥିରେ ଗ୍ରୁପ୍ ଏ ଏବଂ ଗ୍ରୁପ୍ ବି ଅନ୍ତର୍ଭୁକ୍ତ ହେବ। ଏହାର ଫର୍ମାଟରେ, ସମସ୍ତ ଦଳ ପ୍ରତ୍ୟେକ ଦଳ ବିପକ୍ଷରେ ଗୋଟିଏ ମ୍ୟାଚ୍ ଖେଳିବେ। ସେହି ଅନୁଯାୟୀ, ପ୍ରତ୍ୟେକ ଦଳ ଲିଗ୍ ପର୍ଯ୍ୟାୟରେ ମୋଟ ୯ଟି ମ୍ୟାଚ୍ ଖେଳିବାକୁ ପାଇବେ। ଏହି ପର୍ଯ୍ୟାୟ ଶେଷରେ, ଉଭୟ ଗୋଷ୍ଠୀର ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେବେ। ସେମିଫାଇନାଲ ମ୍ୟାଚ୍ ନକ୍ଆଉଟ୍ ହେବ ଏବଂ ଟାଇଟଲ୍ ମ୍ୟାଚ୍ ପାଇଁ ଦୁଇ ବିଜେତା ଦଳ ମୁହାଁମୁହିଁ ହେବେ।

fallback

Odi World Cup 2023: ମୋଟ ୮ଟି ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି।
ବିଶ୍ୱକପ ପାଇଁ ବର୍ତ୍ତମାନ ସୁଦ୍ଧା ମୋଟ ୮ଟି ଦଳ ଯୋଗ୍ୟତା ହାସଲ କରିଛନ୍ତି। ଆଉ ଦୁଇଟି ଦଳ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ବିଜୟ ହାସଲ କରି ଏହି ଟିମରେ ସାମିଲ ହେବେ। 

୧. ଭାରତ
୨. ଅଷ୍ଟ୍ରେଲିଆ
୩. ଆଫଗାନିସ୍ତାନ
୪. ଇଂଲଣ୍ଡ
୫. ନ୍ୟୁଜିଲାଣ୍ଡ
୬. ଦକ୍ଷିଣ ଆଫ୍ରିକା
୭. ବାଂଲାଦେଶ
୮. ପାକିସ୍ତାନ

ଦେଖନ୍ତୁ ପୂରା କ୍ରୀଡ଼ସୂଚା

 

ଭାରତର ବିଶ୍ୱକପ ସୂଚୀ
IND vs AUS: October 8, Chennai
IND vs AFG: October 11, Delhi
IND vs PAK: October 15, Ahmedabad
IND vs BAN: October 19, Pune
IND vs NZ: October 22, Dharamshala
IND vs ENG: October 29, Lucknow
IND vs QF2: November 2, Mumbai
IND vs SA: November 5, Kolkata
IND vs QF1: November 11, Bengaluru