Advertisement
Article Detail0/zeeodisha/odisha2064758
Zee OdishaOdisha SportsIND Vs AFG: ଦ୍ୱିତୀୟ ସୁପର ଓଭରରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ, ଆଫଗାନିସ୍ତାନକୁ ପରାସ୍ତ କରି ହାତେଇଲା ଟି-୨୦ ସିରିଜ୍

IND Vs AFG: ଦ୍ୱିତୀୟ ସୁପର ଓଭରରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ, ଆଫଗାନିସ୍ତାନକୁ ପରାସ୍ତ କରି ହାତେଇଲା ଟି-୨୦ ସିରିଜ୍

India Vs Afghanistan 3rd T20: ତୃତୀୟ ଟି-୨୦ ରେ ଭାରତ ପ୍ରଥମେ ଖେଳିବା ପରେ ୨୧୨ ରନ୍ ସ୍କୋର କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ଦଳ ମଧ୍ୟ ନିର୍ଦ୍ଧାରିତ ଓଭରରେ ୨୧୨ ରନ୍ ସ୍କୋର କରିଥିଲା। ଏହାପରେ ସୁପର ଓଭର ଖେଳାଯାଇଥିଲା। ପ୍ରଥମ ସୁପର ଓଭର ମଧ୍ୟ ଟାଇ ହୋଇଥିଲା।

 

India Vs Afghanistan 3rd T20
India Vs Afghanistan 3rd T20

IND vs AFG 3rd T20 Highlights: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ୍ ଆଜି ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଦୁଇଟି ସୁପର ଓଭର ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ପ୍ରଥମ ସୁପର ଓଭର ମଧ୍ୟ ଏକ ଟାଇ ହୋଇଥିଲା। ଯାହା ପରେ ମ୍ୟାଚର ଫଳାଫଳ ସ୍ଥିର କରିବାକୁ ଦ୍ୱିତୀୟ ସୁପର ଓଭର କରାଯାଇଥିଲା। ଯେଉଁଥିରେ ଭାରତୀୟ ଦଳ ଜିତିଥିଲା।

ପ୍ରଥମ ସୁପର ଓଭରରେ ଉଭୟ ଦଳ ୧୬ ରନ୍ ସ୍କୋର କରିଥିଲେ ଓ ଏହା ଯୋଗୁଁ ମ୍ୟାଚ୍ ଟାଇ ହୋଇଥିଲେ ଏବଂ ପରେ ଦ୍ୱିତୀୟ ସୁପର ଓଭରରେ ଭାରତ ୧୦ ରନ୍ ଜିତିଥିଲା। ରବି ବିଷ୍ଣୋଇ ଭାରତ ପାଇଁ ଦ୍ୱିତୀୟ ସୁପର ଓଭର ବୋଲିଂ କରିଥିଲେ।

ଦ୍ୱିତୀୟ ସୁପର ମ୍ୟାଚରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୧୧ ରନ୍ ସଂଗ୍ରହ କରିଥିଲା। ଏହି ଟାର୍ଗେଟକୁ ପିଛାକରି ରବି ବିଷ୍ଣୋଇ ଆଫଗାନିସ୍ତାନକୁ ମାତ୍ର ୧ ରନ୍ ସ୍କୋର କରିବାକୁ ଦେଇଥିଲା ଏବଂ ମ୍ୟାଚ୍ ଭାରତ ସପକ୍ଷରେ ଯାଇଥିଲେ। ଏହି ମ୍ୟାଚ୍ ବହୁତ ରୋଚକ ଥିଲା। ବିଷ୍ଣୋଇ କେବଳ ତିନୋଟି ବଲରେ ୨ୱିକେଟ୍ ନେଇ ଆଫଗାନିସ୍ତାନକୁ ପରାସ୍ତ କରିଥିଲେ।

Add Zee News as a Preferred Source

 ମ୍ୟାଚ୍ ବିଷୟରେ କଥା ହେଲେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ଏହାର ୪ ଜଣ ବ୍ୟାଟ୍ସମ୍ୟାନ୍ଙ୍କୁ ମାତ୍ର ୨୧ ରନରେ ହରାଇଥିଲା। ଯଶସ୍ୱୀ ଜୈସୱାଲ ମାତ୍ର ୪ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଏହା ପରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଶିବମ୍ ଦୁବେ ମଧ୍ୟ ମାତ୍ର ୧ ରନ୍ କରି ନିଜ ୱିକେଟ୍ ଦେଇଥିଲେ। ୱିକେଟ୍ କ୍ରମ ଏଠାରେ ଅଟକି ନଥିଲା, ବିରାଟ ଏବଂ ସଞ୍ଜୁ ସାମସନ ମଧ୍ୟ ନିଜ ନିଜର ଆକାଉଣ୍ଟ ମଧ୍ୟ ଖୋଲିପାରିନଥିଲେ। ଏହା ପରେ ରିଙ୍କୁ ସିଂ ଆସିଥିଲେ, ଯିଏ ନିଜ ଷ୍ଟାଇଲରେ ବ୍ୟାଟିଂ ଆରମ୍ଭ କରିଥିଲେ। ଏଥି ସହିତ ଅଧିନାୟକ ରୋହିତ ଶର୍ମା ନିଜ ଟି-୨୦ କ୍ୟାରିୟରର ପଞ୍ଚମ ଶତକ ଚୌକା ମାରି ପୂରା କରିଥିଲେ। ସେ ୧୧ଟି ଚୌକା ଓ ୮ଟି ଛକା ସହାୟତାରେ ମାତ୍ର ୬୯ ବଲରେ ୧୨୧ ରନର ଏକ ତୁଫାନି ଇନିଂସ ଖେଳିଥିଲେ।

ଅନ୍ୟ ପଟେ ରିଙ୍କୁ ସିଂ ମଧ୍ୟ ଛକା ଚୌକା ମାରି ନିଜ କ୍ୟାରିୟରର ଶ୍ରେଷ୍ଠ ଇନିଂସ ଖେଳିଥିବାର ନଜର ଆସିଥିଲେ। ସେ ୬ଟି ଛକା ଏବଂ ୨ ଚୌକା ସହାୟତାରେ ରିଙ୍କୁ ୩୯ ବଲରେ ୬୯ ରନ୍ ସଂଗ୍ରହ କରିଥିଲେ। ଦୁଇ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ୧୯୦ ରନର ଭାଗିଦାରୀ ଦେଖିବାକୁ ମିଳିଥିଲା।| ଏହି ଇନିଂସ ଯୋଗୁଁ ଭାରତ ଭ୍ରମଣକାରୀ ଦଳ ପାଇଁ  ୨୧୨ ରନ୍‌ର ଏକ ବଡ଼ ଲକ୍ଷ୍ୟ ସ୍ଥିର କରିଥିଲା। ଏହାର ଜବାବରେ ମଧ୍ୟ ଆଫଗାନିସ୍ଥାନ ନିର୍ଦ୍ଧାରିତ ୨୦ ଓଭରେ ୨୧୨ ରନ୍ କରିପାରିଥିଲା।

About the Author