Advertisement
Article Detail0/zeeodisha/odisha2059847
Zee OdishaOdisha SportsIND vs AFG: ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଚୂଡ଼ାନ୍ତ ଏକାଦଶରେ ୨ ପରିବର୍ତ୍ତନ

IND vs AFG: ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଚୂଡ଼ାନ୍ତ ଏକାଦଶରେ ୨ ପରିବର୍ତ୍ତନ

ଇନ୍ଦୋରର ହୋଲକର ଷ୍ଟାଡ଼ିୟମରେ ଖେଳାଯାଉଛି ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ। 

IND vs AFG: ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଚୂଡ଼ାନ୍ତ ଏକାଦଶରେ ୨ ପରିବର୍ତ୍ତନ

IND vs AFG: ନୂଆଦିଲ୍ଲୀ: ଇନ୍ଦୋରର ହୋଲକର ଷ୍ଟାଡ଼ିୟମରେ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଘରୋଇ ଭାରତ। ତେବେ ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତ ବିଜୟ ଲାଭ କରି ସିରିଜରେ ୧-୦ରେ ଆଗୁଆ ରହିଛି। ଏହି ମ୍ୟାଚ ଜିତିଲେ ଭାରତ ସିରିଜ ବିଜୟୀ ହେବ। ଏହି ମ୍ୟାଚ ପାଇଁ ଦୁଇଟି ପରିବର୍ତ୍ତନ କରାଯାଇଛି। ଭାରତର ବିସ୍ଫୋରକ ବ୍ୟାଟସମ୍ୟାନ ଶୁବମନ ଗିଲ ଓ ତିଲକ ବର୍ମାଙ୍କୁ ଦଳରୁ ବାଦ ଦିଆଯାଇଛି। ଏହି ଦୁଇ ଖେଳାଳିଙ୍କ ସ୍ଥାନରେ ବିରାଟ କୋହଲିଙ୍କୁ ସ୍ଥାନ ମିଳିଛି। ଆଜି ବିରାଟଙ୍କ ପ୍ରଦର୍ଶନ ଉପରେ କୋଟି କୋଟି କ୍ରିକେଟ ପ୍ରଶଂସକଙ୍କ ନଜର ରହିଛି। ସେହିପରି ଯଶସ୍ୱ ଜୟସ୍ୱାଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ରହିଛି। 

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶସ୍ୱି ଜୟସ୍ୱାଲ, ବିରାଟ କୋହଲି, ଶିବମ ଦୁବେ, ଜିତେଶ ଶର୍ମା, ରିଙ୍କୁ ସିଂହ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ମୁକେଶ କୁମାର, 

ଆଫଗାନିସ୍ତାନ ଦଳ: ରେହମାନୁଲ୍ଲାହ ଗୁରବାଜ, ଇବ୍ରାହିମ ଜାଦରାନ, ଆଜମାତୁଲ୍ଲାହ ଉମରଜାଇ, ମହମ୍ମଦ ନବୀ, ନଜିବୁଲ୍ଲାହ ଜାଦରାନ, କରୀମ ଜନତ, ଗୁଲବଦୀନ ନାଏବ, ନୁର ଅହମ୍ମଦ, ଫଜଲହକ ଫାରୁକୀ, ନବୀନ ଉଲ ହକ, ମୁଜିବୁର ରେହମାନ

Add Zee News as a Preferred Source
About the Author