IND vs AUS 2nd Test: ଦ୍ୱିତୀୟ ଟେଷ୍ଟ ପାଇଁ ଦଳରେ ହେଲା ବଡ଼ ପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ପ୍ଲେଇଂ ଇଲେଭେନ
Advertisement

IND vs AUS 2nd Test: ଦ୍ୱିତୀୟ ଟେଷ୍ଟ ପାଇଁ ଦଳରେ ହେଲା ବଡ଼ ପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ପ୍ଲେଇଂ ଇଲେଭେନ

IND vs AUS 2nd Test: ଆଜି ଠାରୁ ଅରୁଣ ଜେଟଲୀ ଷ୍ଟାଡ଼ିୟମରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଓ ଘରୋଇ ଭାରତ ମଧ୍ୟରେ ଖେଳାଯାଉଛି ଦ୍ୱିତୀୟ ଟେଷ୍ଟ ମ୍ୟାଚ। ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି କଙ୍ଗାରୁ ଦଳ। ତେବେ ଦ୍ୱିତୀୟ ଟେଷ୍ଟ ପାଇଁ ଏକ ବଡ଼ ପରିବର୍ତ୍ତନ କରିଛି ଭାରତୀୟ ଦଳ। ତେବେ ଦଳରେ କଣ ପରିବର୍ତ୍ତନ କରାଯାଇଛି ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ...

IND vs AUS 2nd Test: ଦ୍ୱିତୀୟ ଟେଷ୍ଟ ପାଇଁ ଦଳରେ ହେଲା ବଡ଼ ପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ପ୍ଲେଇଂ ଇଲେଭେନ

IND vs AUS 2nd Test: ନୂଆଦିଲ୍ଲୀ: ଭାରତ (India) ଓ ଅଷ୍ଟ୍ରେଲିଆ (Australia) ମଧ୍ୟରେ ଆଜି ଠାରୁ ଦ୍ୱିତୀୟ ଟେଷ୍ଟ (2nd Test Border Gavaskar Trophy) ଆରମ୍ଭ ହୋଇଛି। ଚାରି ଟିକିଆ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜର (Test Series) ଏହି ଦ୍ୱିତୀୟ ମ୍ୟାଚ ଅରୁଣ ଜେଟଲୀ ଷ୍ଟାଡ଼ିୟମରେ (Arun Jaitley Stadium) ଖେଳାଯାଉଛି। ଏହି ମ୍ୟାଚରେ ଟସ ଜିତି ଭ୍ରମଣକାରୀ ଦଳ (Australia) ବ୍ୟାଟିଂ ନିଷ୍ପତ୍ତି ନେଇଛି। ଫଳରେ ଘରୋଇ ଦଳ (India) ବୋଲିଂ କରିବ। ତେବେ ଏହି ମ୍ୟାଚ ପାଇଁ ଭାରତୀୟ ଦଳରେ (Indian Team) ଏକ ବଡ଼ ପରିବର୍ତ୍ତନ ହୋଇଛି। ଶ୍ରେୟାସ ଆୟରଙ୍କୁ (Shreyas Iyer) ଦଳରେ ସ୍ଥାନ ମିଳିଛି। ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଦଳରୁ ବାଦ ପଡ଼ିଛନ୍ତି। ଏହି ଟେଷ୍ଟ ସିରିଜରେ ଭାରତ ବିଜୟ ଲାଭ କଲେ ସିରିଜକୁ ୨-୦ରେ ଆଗୁଆ ରହିବ। ତେବେ ଏହି ମ୍ୟାଚ ଜିତିବାକୁ ଭାରତ ପ୍ରୟାସ କରିବ। 

ଅଷ୍ଟ୍ରେଲିଆ ପ୍ଲେଇଂ ଏକାଦଶ: ଡେଭିଡ ଓ୍ୱାର୍ଣ୍ଣର, ଉସମାନ ଖ୍ୱାଜା, ମାରନସ ଲାବୁସ୍ଚେଗନ, ଷ୍ଟିଭନ ସ୍ମିଥ, ଡେଭିସ ହେଡ଼, ପିଟର ହେଣ୍ଡସକାମ୍ବ, ଏଲେକ୍ସ କେରୀ, ପାଟ କମିନ୍ସ (ଅଧିନାୟକ), ଟାଡ଼ ମର୍ଫି, ନାଥନ ଲିୟୋନ, ମାଥ୍ୟୁ କୁହ୍ନମ୍ୟାନ

ଭାରତ ପ୍ଲେଇଂ ଏକାଦଶ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟାସ ଆୟାର, ରବିନ୍ଦ୍ର ଜାଡ଼େଜା, ଶ୍ରୀକର ଭରତ (ଓ୍ୱିକେଟ କିପର), ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି, ମହମ୍ମଦ ସିରାଜ

Head to Head Record
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୧୯୪୭ ମସିହାରେ ପ୍ରଥମ ଟେଷ୍ଟ ଖେଳାଯାଇଥିଲା। ଏହା ପରେ ଉଭୟ ଦଳ ଟେଷ୍ଟ ମ୍ୟାଚରେ ୨୭ ଥର ପରସ୍ପରକୁ ଭେଟିଛନ୍ତି। ୨୭ଟି ମ୍ୟାଚ ମଧ୍ୟରୁ ୧୦ ଥର ଭାରତ ବିଜୟ ହାସଲ କରିଛି। ସେହିପରି ୧୨ ଥର ବିଜୟ ସଫଳତା ଅଷ୍ଟ୍ରେଲିଆ ସପକ୍ଷରେ ରହିଛି। ଏହା ବ୍ୟତୀତ ଉଭୟ ଦଳ ୧୦୩ଟି ଟେଷ୍ଟ ମ୍ୟାଚ ଖେଳିସାରିଛନ୍ତି। ଯେଉଁଥିରେ ଭାରତ ୩୧ଟି ବିଜୟ ହାସଲ କରିଛି। ସେହିପରି ଅଷ୍ଟ୍ରେଲିଆ ୪୩ଟି ମ୍ୟାଚରେ ବିଜୟ ହାସଲ କରିନେଇଛନ୍ତି। ଏହା ବ୍ୟତୀତ ୨୮ଟି ମ୍ୟାଚ ଡ୍ର ରହିଛି। ଅଷ୍ଟ୍ରେଲିଆ ଭାରତରେ ମୋଟ ୧୪ଟି ଟେଷ୍ଟ ସିରିଜ ଖେଳିଛି। ଏଥିରେ ୮ଟିରେ ଭାରତ ଜିତିଥିବା ବେଳେ ମୋଟ ୪ଟି କଙ୍ଗାରୁ ଦଳ ନାଁରେ ରହିଛି। ଏହା ବ୍ୟତୀତ ୨ଟି ମ୍ୟାଚ ଡ୍ର ରହିଛି।  

Also Read: Theunis De Bruyn Retirement: ଦିଲ୍ଲୀ ଟେଷ୍ଟ ପୂର୍ବରୁ ଆସିଲା ବଡ଼ ଖବର

Also Read: Tulsidas Balaram Pass Away: ଆରପାରିରେ ଭାରତର ଏହି କିମ୍ବଦନ୍ତୀ ଖେଳାଳି, କ୍ରୀଡ଼ା ଜଗତରେ ଶୋକର ଲହର