India vs Australia 4th Test: ଦଳକୁ ଲାଗିଲା ବଡ଼ ଝଟକା, ଏହି ବଡ଼ ମ୍ୟାଚ୍ ୱିନର ଖେଳାଳି ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟରୁ ହେଲେ ବାହାର!
Advertisement

India vs Australia 4th Test: ଦଳକୁ ଲାଗିଲା ବଡ଼ ଝଟକା, ଏହି ବଡ଼ ମ୍ୟାଚ୍ ୱିନର ଖେଳାଳି ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟରୁ ହେଲେ ବାହାର!

India vs Australia 4th Test: ଚତୁର୍ଥ ମ୍ୟାଚ୍ ୯ ମାର୍ଚ୍ଚରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାର ଅଛି । ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ଏକ ଖରାପ ଖବର ସାମ୍ନାକୁ ଆସୁଛି । ଚତୁର୍ଥ ଟେଷ୍ଟ ମ୍ୟାଚରୁ ଏକ ବଡ଼ ମ୍ୟାଚ୍ ୱିନର ଖେଳାଳିଙ୍କୁ ବାହାର ହେବାକୁ ପଡ଼ିପାରେ । ଏହି ଖେଳାଳିଙ୍କୁ ସିରିଜର ତୃତୀୟ ଟେଷ୍ଟ ମ୍ୟାଚରୁ ମଧ୍ୟ ଡ୍ରପ କରାଯାଇଥିଲା । 

India vs Australia 4th Test: ଦଳକୁ ଲାଗିଲା ବଡ଼ ଝଟକା, ଏହି ବଡ଼ ମ୍ୟାଚ୍ ୱିନର ଖେଳାଳି ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟରୁ ହେଲେ ବାହାର!

India vs Australia 4th Test: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି (Border-Gavaskar Trophy) ଟେଷ୍ଟ ସିରିଜ (India vs Australia Test Series) ଚାଲିଛି । ଏହି ସିରିଜର ୩ଟି ମ୍ୟାଚ୍ ସରିଛି । ଏହି ସିରିଜରେ ଟିମ୍ ଇଣ୍ଡିଆ (Team India) ୨-୧ରେ ଆଗୁଆ ରହିଛି । ଚତୁର୍ଥ ମ୍ୟାଚ୍ (IND vs AUS 4th Test) ୯ ମାର୍ଚ୍ଚରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାର ଅଛି । ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ଏକ ଖରାପ ଖବର ସାମ୍ନାକୁ ଆସୁଛି । ଚତୁର୍ଥ ଟେଷ୍ଟ ମ୍ୟାଚରୁ ଏକ ବଡ଼ ମ୍ୟାଚ୍ ୱିନର ଖେଳାଳିଙ୍କୁ ବାହାର ହେବାକୁ ପଡ଼ିପାରେ । ଏହି ଖେଳାଳିଙ୍କୁ ସିରିଜର ତୃତୀୟ ଟେଷ୍ଟ ମ୍ୟାଚରୁ ମଧ୍ୟ ଡ୍ରପ କରାଯାଇଥିଲା । ଏହି ସିରିଜ୍ ମଧ୍ୟରେ ଅଷ୍ଟ୍ରେଲିୟ ଦଳର ଅଧିନାୟକ (Australian Captain) ପ୍ୟାଟ୍ କମିନ୍ସ (Pat Cummins) ନିଜ ଦେଶକୁ ଫେରିଥିଲେ । 

ସିରିଜ (IND vs AUS Test Series) ର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ (IND vs AUS 2nd Test) ପରଠାରୁ ପ୍ୟାଟ୍ କମିନ୍ସ (Pat Cummins) ତାଙ୍କ ଅସୁସ୍ଥ ମା’ଙ୍କୁ ଦେଖିବାକୁ ସିଡନୀ ଯାଇଛନ୍ତି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ପ୍ୟାଟ୍ କମିନ୍ସ (Pat Cummins) ସିଡନୀରେ ହିଁ ରହିବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ପ୍ୟାଟ୍ କମିନ୍ସ ଚତୁର୍ଥ ଟେଷ୍ଟ ମ୍ୟାଚରୁ ମଧ୍ୟ ବାହାରେ ରହିପାରନ୍ତି । ପ୍ୟାଟ୍ କମିନ୍ସ ଘରକୁ ଫେରିବା ପରେ ଷ୍ଟିଭ୍ ସ୍ମିଥ୍ (Steve Smith) ତୃତୀୟ ଟେଷ୍ଟରେ ଅଧିନାୟକ ହୋଇଥିଲେ । ତେଣୁ ଶେଷ ମ୍ୟାଚରେ ଷ୍ଟିଭ୍ ସ୍ମିଥ୍ (Steve Smith) ମଧ୍ୟ ଅଧିନାୟକତ୍ୱ କରିପାରନ୍ତି ।

ପ୍ୟାଟ୍ କମିନ୍ସ (Pat Cummins) ଙ୍କ ଉପରେ ଏକ ଅପଡେଟ୍ ଦେଇ ଅଷ୍ଟ୍ରେଲିଆର ଦଳର ମୁଖ୍ୟ ପ୍ରଶିକ୍ଷକ ଆଣ୍ଡ୍ରିୟୁ ମ୍ୟାକଡୋନାଲ୍ଡ (Andrew McDonald) କହିଛନ୍ତି ଯେ, "ଏହି କଠିନ ସମୟରେ ଆମର ସମବେଦନା ତାଙ୍କ ତଥା ତାଙ୍କ ପରିବାରଙ୍କ ସହ ରହିଛି । ଆମେ ତାଙ୍କ ସହିତ ପ୍ରତିଦିନ ଯୋଗାଯୋଗରେ ଅଛୁ, ତେଣୁ ବର୍ତ୍ତମାନ ସେ ଏଠାରେ ନାହାଁନ୍ତି ଏବଂ ଟେଷ୍ଟ ମ୍ୟାଚ୍ କିଛି ଦିନ ବାକି ଅଛି, ତେଣୁ ଆମେ ପ୍ୟାଟଙ୍କ ସହ ପ୍ରତିଦିନ ଆଲୋଚନା କରିବୁ । ସେ ଏବେ ମଧ୍ୟ ଦଳ ସହିତ ସଂପୂର୍ଣ୍ଣ ଯୋଗାଯୋଗରେ ଅଛନ୍ତି ।"

ଷ୍ଟିଭ ସ୍ମିଥ (Steve Smith) ଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଦଳ ୯ ୱିକେଟରେ ତୃତୀୟ ଟେଷ୍ଟ ଜିତିଥିଲା । ଏହାପୂର୍ବରୁ ଷ୍ଟିଭ ସ୍ମିଥ (Steve Smith) ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଅଧିନାୟକତ୍ୱ କରିଥିଲେ । ତୃତୀୟ ଟେଷ୍ଟର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ମ୍ୟାଚ୍ ପରେ କହିଥିଲେ ଯେ, "ମୋର ସମୟ ସରିଯାଇଛି । ବର୍ତ୍ତମାନ ଏହା ହେଉଛି ପ୍ୟାଟ୍ କମିନ୍ସଙ୍କ ଦଳ ।" କିନ୍ତୁ ଯଦି ପ୍ୟାଟ୍ କମିନ୍ସ (Pat Cummins) ଭାରତକୁ ନଆସନ୍ତି, ତେବେ ତାଙ୍କ ସ୍ଥାନରେ ଷ୍ଟିଭ୍ ସ୍ମିଥ୍ ଅଧିନାୟକତ୍ୱ କରୁଥିବା ଦେଖିବାକୁ ମିଳିବ ।

ଅଧିକ ପଢ଼ନ୍ତୁ:-ଏପ୍ରିଲ ୧ରୁ ମିଳିବ ପୁରୁଣା ପେନସନର ଲାଭ, ଆଶା କର୍ମୀଙ୍କ ୭୮୦ ପଦ ହେବ ପୂରଣ; ସରକାର କଲେ ଘୋଷଣା

ଅଧିକ ପଢ଼ନ୍ତୁ:-ସର୍ବଗୁଣ ସଂପନ୍ନ ହୋଇଥାଏ ରସୁଣ, ତଥାପି ଏହି ଲୋକମାନେ ରସୁଣ ଖାଇବା ଉଚିତ୍ ନୁହେଁ; ନଚେତ୍ ଭୋଗିବେ ଏସବୁ ସମସ୍ୟା

ଅଧିକ ପଢ଼ନ୍ତୁ:-ପିଏମ କିସାନର ଟଙ୍କା ମିଳିବା ପରେ କୃଷି ମନ୍ତ୍ରୀ ଦେଲେ ଆଉ ଏକ ଖୁସି ଖବର, ଜାଣି ଖୁସିରେ ନାଚି ଉଠିବେ ଆପଣ

ଶେଷ ଟେଷ୍ଟ ମ୍ୟାଚ୍ ପାଇଁ କଙ୍ଗାରୁ ଦଳ

ଷ୍ଟିଭ୍ ସ୍ମିଥ୍ (ଅଧିନାୟକ), ସ୍କଟ୍ ବୋଲାଣ୍ଡ, ଆଲେକ୍ସ କ୍ୟାରି, କ୍ୟାମେରନ୍ ଗ୍ରୀନ୍, ପିଟର ହ୍ୟାଣ୍ଡସକମ୍ବ, ଟ୍ରାଭିସ୍ ହେଡ୍, ଉସମାନ ଖାୱାଜା, ମ୍ୟାଟ କୁହେମାନ, ମାର୍ନୁସ ଲାବୁସାଗନେ, ନାଥାନ ଲିୟନ, ଲାନ୍ସ ମୋରିସ, ଟଡ ମର୍ଫି, ମାଥ୍ୟୁ ରେନ୍ସା, ମିଚେଲ ଷ୍ଟାର୍କ, ମିଚେଲ ସ୍ୱେପସନ ।