World Cup 2023: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ଏହି ଖେଳାଳିଙ୍କ ଚମକାଇ ପାରେ ଭାଗ୍ୟ, ବିଶ୍ୱକପ ଖେଳିବାର ପାଇପାରନ୍ତି ସୁଯୋଗ
Advertisement
Article Detail0/zeeodisha/odisha1922699

World Cup 2023: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ଏହି ଖେଳାଳିଙ୍କ ଚମକାଇ ପାରେ ଭାଗ୍ୟ, ବିଶ୍ୱକପ ଖେଳିବାର ପାଇପାରନ୍ତି ସୁଯୋଗ

Hardik Pandya Injury Update: ବାଂଲାଦେଶ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି ଯେ ଯଦି ସେ ଠିକ୍ ନ ହୁଅନ୍ତି, ତେବେ ଦଳରେ ତାଙ୍କ ସ୍ଥାନ କିଏ ପାଇବ ।

 

Hardik Pandya Injury

World Cup 2023: ବିଶ୍ୱକପରେ ଟିମ୍ ଇଣ୍ଡିଆ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖେଳାଳି ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, କାରଣ ସେ ନୂଆ ବଲର ବୋଲିଂ କରନ୍ତି ଏବଂ ନିମ୍ନ କ୍ରମରେ ଆସି ଆକ୍ରମଣାତ୍ମକ ବ୍ୟାଟିଂ କରିବା ସହିତ ମଧ୍ୟ ଧର୍ଯ୍ୟର ସହିତ ବ୍ୟାଟିଂ କରିପାରନ୍ତି । ଆବଶ୍ୟକ ସମୟ ସମୟରେ ମଧ୍ୟ କ୍ରମରେ ଆଶି ବ୍ୟାଟିଂ କରିଥାନ୍ତି । ବାଂଲାଦେଶ ବିପକ୍ଷରେ ଖେଳାଯାଉଥିବା ଭାରତର ଚତୁର୍ଥ ବିଶ୍ୱକପ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଆହାତ ହୋଇଛନ୍ତି । ସେ ଯେତେବେଳେ ନିଜର ପ୍ରଥମ ଓଭର ବୋଲିଂ କରୁଥିଲେ, ସେତେବେଳେ ଏକ ବଲକୁ ଫଲୋଥ୍ରୋରେ ଅଟକାଇବାକୁ ଚେଷ୍ଟା କରିବା ଯାଇ ସେ ଆହତ ହୋଇଥିଲେ । ଟିମ୍ ଇଣ୍ଡିଆର ଡାକ୍ତର ତାଙ୍କୁ ଆରୋଗ୍ୟ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ପଡ଼ିଆରୁ ବାହାରକୁ ଯିବାକୁ ପଡିଲା ଓ ବିରାଟ କୋହଲି ତାଙ୍କ ଅବଶିଷ୍ଟ ତିନିଟି ବଲକୁ ବୋଲିଂ କରି ଓଭର ଶେଷ କରିଥିଲେ ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ କିଏ ପାଇବ ସୁଯୋଗ?
ଏଭଳି ପରିସ୍ଥିତିରେ ଏବେ ଟିମ୍ ଇଣ୍ଡିଆ ସାମ୍ନାରେ ଏକ ନୂଆ ସମସ୍ୟା ଉପୁଜିଛି ଯେ ଯଦି ହାର୍ଦ୍ଦିକ ପାଣ୍ଡ୍ୟା ଯଦି ଦୀର୍ଘ ସମୟ ପାଇଁ ଆଘାତ ରୁହନ୍ତି, ତେବେ କେଉଁ ଖେଳାଳି ତାଙ୍କ ସ୍ଥାନରେ ଦଳରେ ସାମିଲ ହେବେ । କହିରଖୁଛୁ ଯେ ବର୍ତ୍ତମାନ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଟିମ୍ ଇଣ୍ଡିଆରେ ଅନ୍ୟ କୌଣସି ବିକଳ୍ପ ନାହିଁ, ତଥାପି କିଛି ନାମ ଅଛି ଯାହାକୁ ଟିମ୍ ମ୍ୟାନେଜମେଣ୍ଟ ବିଚାରକୁ ନେଇପାରେ । ଆସନ୍ତୁ ଆପଣଙ୍କୁ ସେହି ଖେଳାଳୀମାନଙ୍କ ମଧ୍ୟରୁ କିଛି ଖେଳାଳିଙ୍କ ବିଷୟରେ କହୁଛୁ ।

ଅକ୍ଷାର ପଟେଲଙ୍କୁ ଟିମ୍ ଇଣ୍ଡିଆକୁ ପ୍ରତ୍ତ୍ୟାବର୍ତ୍ତନ କରାଯାଇପାରିବ । ତାଙ୍କ ନାମ ପୂର୍ବରୁ ବିଶ୍ୱକପ ଦଳରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା, କିନ୍ତୁ ଆଘାତ ଯୋଗୁଁ ଅଶ୍ୱିନଙ୍କୁ ତାଙ୍କ ସ୍ଥାନରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଯଦିଓ, ହାର୍ଦ୍ଦିକ ପାଦ ଶିଘ୍ର ଠିକ୍ ନ ହୁଏ, ତେବେ ଟିମ୍ ଇଣ୍ଡିଆ ପୁଣି ଥରେ ଅକ୍ଷର ପଟେଲଙ୍କୁ ସୁଯୋଗ ଦେଇପାରେ । ଏହି ଖେଳାଳିଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଦ୍ରୁତ ବୋଲିଂ ଅଲରାଉଣ୍ଡର ବିକଳ୍ପରେ ଶିବମ ଦୁବେ ଓ ବିଜୟ ଶଙ୍କରଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି । ଆନ୍ତର୍ଜାତୀୟ କ୍ରିକେଟ୍ ରେ ଶିବମ୍ ଦୁବେଙ୍କର ଅଧିକ ଅଭିଜ୍ଞତା ନାହିଁ, କିନ୍ତୁ ତାଙ୍କ ବ୍ୟାଟିଂ ବହୁତ ଭଲ । ଗତ ବିଶ୍ୱକପ୍‌ରେ ବିଜୟ ଶଙ୍କର ମଧ୍ୟ ଟିମ୍ ଇଣ୍ଡିଆର ଏକ ଅଂଶ ହୋଇଥିଲେ ହେଁ ସେ ଦଳ ବାହାରେ ଥିଲେ । ଏଥର ସେ ଘରୋଇ କ୍ରିକେଟ୍ ରେ ଭଲ ପ୍ରଦର୍ଶନ କରୁଛନ୍ତି, ତେଣୁ ତାଙ୍କ ନାମକୁ ମଧ୍ୟ ବିଚାର ନିଆଯାଇପାରେ ।