Ind Vs Ban: ଭାରତ ବିଜୟର ପରଦା ପଛରେ ନାୟକ ଥିଲେ ରଘୁ! ଜାଣନ୍ତୁ ବାଉଣ୍ଡ୍ରି ବାହାରେ ରହି କରିଥିଲେ କେଉଁ କାମ?
Advertisement
Article Detail0/zeeodisha/odisha1423528

Ind Vs Ban: ଭାରତ ବିଜୟର ପରଦା ପଛରେ ନାୟକ ଥିଲେ ରଘୁ! ଜାଣନ୍ତୁ ବାଉଣ୍ଡ୍ରି ବାହାରେ ରହି କରିଥିଲେ କେଉଁ କାମ?

India Vs Bangladesh: ସୋସିଆଲ ମିଡିଆରେ ହାତରେ ବ୍ରଶ ଧରିଥିବା ରଘୁଙ୍କ ଫଟୋ ଜୋରଦାର ଭାବେ ଭାଇରାଲ ହେବାରେ ଲାଗିଛି ଓ ସମସ୍ତେ ତାଙ୍କୁ ପ୍ରଶଂସା କରୁଥିବା ଦେଖାଯାଉଛି ।  

ସୌ: ସୋସିଆଲ ମିଡିଆ

India Vs Bangladesh: ଟିମ୍ ଇଣ୍ଡିଆର ଟି-୨୦ ବିଶ୍ୱକପ୍‌ରେ ବିଜୟ ସହ ପୁଣି ଥରେ ଟ୍ରାକକୁ ଫେରିଛି । ୨ ନଭେମ୍ବର ଅର୍ଥାତ ବୁଧବାର ଦିନ ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ବାଂଲାଦେଶକୁ ପରାସ୍ତ କରିଛି । ଭାରତୀୟ ଦଳ ଏହି ରୋମାଞ୍ଚକର ମ୍ୟାଚକୁ ୫ ରନରେ ଜିତି ନେଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର (Indian Cricket Team) ଏହା ହେଉଛି ତୃତୀୟ ବିଜୟ । ଏହି ବିଜୟ ସହିତ ଭାରତ ସେମିଫାଇନାଲ ଆଶାକୁ ଆହୁରି ଦୃଢ଼ କରିପାରିଛି । ଏହି ମ୍ୟାଚରେ ଦଳର ବିଜୟର ହିରୋ କେଏଲ ରାହୁଲ ଥିଲେ । ସେ ପ୍ରଥମେ ବ୍ୟାଟ୍ ଓ ପରେ ଫିଲ୍ଡିଂ କରି ଭାରତ ଆଡକୁ ମ୍ୟାଚ୍ ଆଣିଥିଲେ । ଏହି ବିଜୟରେ ବିରାଟ କୋହଲି ଓ ଅର୍ଶଦୀପ ସିଂ ମଧ୍ୟ ଉଲ୍ଲେଖନୀୟ ଭୂମିକା ନିଭାଇଥିଲେ ।

କିନ୍ତୁ, ଏସବୁ ବ୍ୟତୀତ ଜଣେ ବ୍ୟକ୍ତି ଭାରତର ବିଜୟରେ ବହୁତ ସହଯୋଗ କରିଥିଲେ । କେବଳ ପାର୍ଥକ୍ୟ ଏତିକି ଥିଲା ଯେ ସେ ଏହି କାମକୁ ପରଦା ପଛରୁ କରିଥିଲେ । ଏହି ବ୍ୟକ୍ତିଙ୍କ ନାମ ହେଉଛି ଡି ରାଘବେନ୍ଦ୍ର । ସେ ରଘୁ ନାମରେ ମଧ୍ୟ ଜଣାଶୁଣା । ରଘୁ ଭାରତୀୟ ଦଳର ଥ୍ରୋ-ଡାଉନ୍ ଏକ୍ସପର୍ଟ, ଅର୍ଥାତ୍ ନେଟରେ ଅଭ୍ୟାସ ସମୟରେ ତାଙ୍କର କାର୍ଯ୍ୟ ଦେଖାଯାଇଥାଏ । କିନ୍ତୁ, ବୁଧବାର, ଯେତେବେଳେ ଦଳର ଖେଳାଳିମାନେ ବାଂଲାଦେଶ ସହ ଖେଳୁଥିଲେ, ସେତବେଳେ ରଘୁ ଭାରତୀୟ ଦଳକୁ ସାହାଯ୍ୟ କରୁଥିଲେ । ଆସନ୍ତୁ ଜାଣିବା ମ୍ୟାଚ୍ ସମୟରେ ଜଣେ ଥ୍ରୋ-ଡାଉନ୍ ବିଶେଷଜ୍ଞ ଭାରତୀୟ ଦଳକୁ କିପରି ସାହାଯ୍ୟ କରୁଥିଲେ?

ବାସ୍ତବରେ ମ୍ୟାଚର ଦ୍ୱିତୀୟ ଇନିଂସରେ ବାଂଲାଦେଶ ଦଳ ବ୍ୟାଟିଂ କରୁଥିବାବେଳେ ବର୍ଷା ହୋଇଥିଲା । ଏବଂ ଏହି କାରଣରୁ ବାଂଲାଦେଶକୁ ମାତ୍ର ୧୬ ଓଭର ଖେଳିବାକୁ ପଡିଥିଲା । ଆଡିଲେଡର ଭୂମି ଓଦା ଥିଲା ଓ ଭାରତୀୟ ଖେଳାଳିଙ୍କ ଜୋତାରେ ମାଟି ବାରମ୍ବାର ପସିଯାଉଥିଲା ​​। ଏହି କାରଣରୁ ଖେଳାଳି ମାନଙ୍କୁ ପଡିଯିବାର ଓ ଆଘାତ ହେବାର ଡର ଥିଲା ।

ଏପରି ପରିସ୍ଥିତିରେ, ରଘୁ ନିଜ ହାତରେ ଏକ ବ୍ରଶ୍ ନେଇ ବାଉଣ୍ଡ୍ରି ବାହାରେ ନିଜ ମୋର୍ଚ୍ଚା ସମ୍ଭାଳି ଥିଲେ । ଯେତେବେଳେ କୌଣସି ଓଭର ଶେଷ ହେଉଥିଲା, ସେତବେଳେ ରଘୁ ଭାରତୀୟ ଦଳର ଖେଳାଳିଙ୍କ ନିକଟକୁ ଦୌଡ଼ି ଯାଉଥିଲେ ଓ ତାଙ୍କ ଜୋତାରୁ ମାଟି ସଫା କରିଦେଉଥିଲେ । ହାତରେ ବ୍ରଶ ଧରିଥିବା ରଘୁଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ଓ ସମସ୍ତେ ତାଙ୍କୁ ପ୍ରଶଂସା କରୁଥିବା ଦେଖାଯାଉଛି । କିଛି ଲୋକ ତାଙ୍କୁ ଟିମ୍ ଇଣ୍ଡିଆର ବିଜୟରେ ପରଦା ପଛରେ ହିରୋ ବୋଲି କହୁଛନ୍ତି ।

ଏହା ବି ପଢ଼ନ୍ତୁ: IND Vs BAN: ଭାରତ-ବାଂଲାଦେଶ ମ୍ୟାଚକୁ ନେଇ ଗାଭାସ୍କର ଦେଲେ ଅଜବ ବୟାନ, ଆପଣ ଶୁଣି ମୁଣ୍ଡରେ ହାତ ଦେବେ!

ଏହା ବି ପଢ଼ନ୍ତୁ: IND vs BAN: ହାଇପ୍ରେସର ମ୍ୟାଚରେ କ୍ରୋଧିତ ହେଲେ କୋହଲି, ଲଗାଇଲେ DK ଙ୍କ କ୍ଲାସ! ଦେଖନ୍ତୁ Video