ରାଞ୍ଚିରେ ଚତୁର୍ଥ ଟେଷ୍ଟ୍ ମ୍ୟାଚ୍ ଖେଳିବେନି ବୁମ୍‌ରା, ଜାଣନ୍ତୁ କାହିଁକି ଦଳରୁ ବାଦ ପଡ଼ିଲେ ଷ୍ଟାର ବୋଲର
Advertisement

ରାଞ୍ଚିରେ ଚତୁର୍ଥ ଟେଷ୍ଟ୍ ମ୍ୟାଚ୍ ଖେଳିବେନି ବୁମ୍‌ରା, ଜାଣନ୍ତୁ କାହିଁକି ଦଳରୁ ବାଦ ପଡ଼ିଲେ ଷ୍ଟାର ବୋଲର

Ind vs Eng: ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ରବିବାର ରାଜକୋଟରେ ଖେଳାଯାଇଥିବା ୪ର୍ଥ ଟେଷ୍ଟ ମ୍ୟାଚ୍ ରେ ଭାରତ ଇଂଲଣ୍ଡକୁ ୪୩୪ ରନ୍ ରେ ପରାସ୍ତ କରିଛି। ଯାହା ଭାରତ ପାଇଁ ଏକ ଐତିହାସିକ ବିଜୟ ଅଟେ ।

ଖବର ଅନୁଯାୟୀ, ୨୩ରୁ ୨୭ ଫେବୃଆରୀ ଯାଏଁ ଉଭୟ ଦଳ ମଧ୍ଯରେ ସିରିଜର ଚତୁର୍ଥ ମ୍ୟାଚ୍ ଖେଳାଯିବ । ତେବେ ଏହି ମ୍ୟାଚ୍ ପୂର୍ବରୁ ଭାରତର ପ୍ଲେଇଙ୍ଗ ଇଲେଭେନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ରାଞ୍ଚିରେ ଖେଳାଯିବାକୁ ଥିବା ପରବର୍ତ୍ତୀ ଟେଷ୍ଟ ମ୍ୟାଚରୁ ଭାରତର ଷ୍ଟାର ବୋଲର ଜସପ୍ରୀତ ବୁମରାଙ୍କୁ ବାଦ ଦିଆଯାଇଛି । ଅର୍ଥାତ୍ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ ଜସପ୍ରୀତ ବୁମରାଙ୍କୁ ଦେଖିବାକୁ ମିଳିବ ନାହିଁ, ଏହି ଖବର କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିଛି । ବୁମରାଙ୍କ ସ୍ଥାନରେ ମୁକେଶ କୁମାର ନଚେତ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ ବୋଲି ସୂଚନା ମିଳିଛି ।

ଚତୁର୍ଥ ଟେଷ୍ଟ ମ୍ୟାଚରୁ କାହିଁକି ବାଦ ପଡ଼ିଲେ ବୁମରା ?

ଚଳିତ ସିରିଜରେ ବୁମରା ଏବେ ପର୍ଯ୍ୟନ୍ତ ୮୧ ଓଭର ବୋଲି ଭାରତ ପକ୍ଷରୁ ସର୍ବାଧିକ ୧୭ଟି ୱିକେଟ ହାସଲ କରିଛନ୍ତି । ବୁମରା ଦୀର୍ଘ ଦିନ ଧରି ଭାରତୀୟ ଟିମ୍ ସହ ଖେଳିଆସୁଛନ୍ତି । ତେବେ ତାଙ୍କୁ କିଛି ଦିନ ପାଇଁ ବିଶ୍ରାମ ଦେବାକୁ ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । । ଭଲ ଫର୍ମରେ ଥିବା ଦ୍ରୁତ ବୁମରା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ, ଯେଉଁଥିପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା । ଏହାସହ ସେ ଟେଷ୍ଟ ମ୍ୟାଚ୍ ରେ ନମ୍ବର ୧ ବୋଲର ହେବା ସହ ଏହି ମାନ୍ୟତା ହାସଲ କରିବାରେ ପ୍ରଥମ ଭାରତୀୟ ବୋଲର ହୋଇଥିଲେ । କ୍ରିକେଟ୍ ର ଅନ୍ୟ ଦୁଇଟି ଫର୍ମାଟରେ ମଧ୍ୟ ସେ ଏକ ନମ୍ବର ସ୍ଥାନରେ ରହିଛନ୍ତି ।