IND vs NED: ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଆହତ ଅଛନ୍ତି ହାର୍ଦ୍ଦିକ! ନେଦରଲ୍ୟାଣ୍ଡ ବିପକ୍ଷରେ ମ୍ୟାଚରେ ନେଇପାରନ୍ତି ବିଶ୍ରାମ
Advertisement

IND vs NED: ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଆହତ ଅଛନ୍ତି ହାର୍ଦ୍ଦିକ! ନେଦରଲ୍ୟାଣ୍ଡ ବିପକ୍ଷରେ ମ୍ୟାଚରେ ନେଇପାରନ୍ତି ବିଶ୍ରାମ

IND vs NED T20 WC: ହାର୍ଦ୍ଦିକ ପାକିସ୍ତାନ ବିପକ୍ଷରେ ଆଶ୍ଚର୍ଯ୍ୟଜନକ ବୋଲିଂ କରି ଚାରି ଓଭରରେ ୩୦ ରନ୍ ଦେଇ ତିନୋଟି ୱିକେଟ୍ ନେଇଥିଲେ । ବ୍ୟାଟିଂରେ ସେ ଗୋଟିଏ ଚୌକା ଓ ଦୁଇଟି ଛକା ସହାୟତାରେ ୩୭ ବଲରେ ୪୦ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ।

ସୌ: ସୋସିଆଲ ମିଡିଆ

IND vs NED T20 WC: ଆଇସିସି ଟି-୨୦ ବିଶ୍ୱକପ ୨୦୨୨ (ICC T20 World Cup 2022) ର ସବୁଠାରୁ ବଡ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ବିଜୟ ସହିତ ନିଜ ଅଭିଯାନ ଆରମ୍ଭ କରିଛି । ଆସନ୍ତା ୨୭ ଅକ୍ଟୋବରରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ (Sydney Cricket Ground) ନେଦରଲ୍ୟାଣ୍ଡ (Netherlands) ବିପକ୍ଷ ସୁପର-୧୨ ର ଗ୍ରୁପ୍ -୨ ରେ ଟିମ୍ ଇଣ୍ଡିଆକୁ (Team India) ନିଜର ପରବର୍ତ୍ତୀ ମ୍ୟାଚ୍ ଖେଳିବାକୁ ପଡିବ । ପାକିସ୍ତାନକୁ ପରାସ୍ତ କରିବା ପରେ ସେମିଫାଇନାଲ ଯିବା ପାଇଁ ଭାରତର ରାସ୍ତା ସହଜ ହୋଇଛି, କିନ୍ତୁ ଏହାକୁ ସହଜ କରିବାକୁ ଭାରତୀୟ ଦଳ ନେଦରଲ୍ୟାଣ୍ଡ ବିପକ୍ଷରେ ନିଜର ବିଜୟ ଧାରା ଜାରି ରଖିବାକୁ ଚାହୁଁଛି । ଏହାସହ ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତର ପ୍ଲେଇଂ ଇଲେଭେନରେ କିଛି ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିପାରେ ।

ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରୁ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ (Hardik Pandya) ବିଶ୍ରାମ ଦିଆଯାଇପାରେ, କାରଣ ସେ ଆହତ ଥିବା ଚର୍ଚ୍ଚା ହେଉଛି । ଯଦିଓ ବିସିସିଆଇ ତରଫରୁ କୌଣସି ଅଧିକାରୀକ ବୟାନ ଆସିନାହିଁ । ନ୍ୟୁଜ୍ ଏଜେନ୍ସି ପିଟିଆଇର ଏକ ରିପୋର୍ଟ ଅନୁଯାୟୀ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷ ଇନିଂସରେ ଆଘାତ ହୋଇଥିଲେ । ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ବର୍ତ୍ତମାନ ଏହି ଅଲରାଉଣ୍ଡରଙ୍କ ଫିଟନେସ ଉପରେ ତୀକ୍ଷ୍ଣ ନଜର ରଖିଛି ।

ପାକିସ୍ତାନ ବିପକ୍ଷରେ ହାର୍ଦ୍ଦିକ ଚାରି ଓଭର ବୋଲିଂ କରି ୩୦ ରନ୍ ଦେଇ ତିନୋଟି ୱିକେଟ୍ ନେଇଥିଲେ । ଏହା ପରେ ସେ ଗୋଟିଏ ଚୌକା ଓ ଦୁଇଟି ଛକା ସହାୟତାରେ ୩୭ ବଲରେ ୪୦ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଷ୍ଟାର ଅଲରାଉଣ୍ଡର ବିରାଟ କୋହଲିଙ୍କ ସହ ପଞ୍ଚମ ୱିକେଟ୍ ପାଇଁ ସେ ୭୮ ବଲରେ ୧୧୩ ରନର ଏକ ବଡ଼ ଭାଗିଦାରୀ ମଧ୍ୟ କରିଥିଲେ । କହିରଖୁଛୁ ଯେ ନେଦରଲ୍ୟାଣ୍ଡ ବିପକ୍ଷରେ ଲେଗ-ସ୍ପିନର ୟୁଜଭେନ୍ଦ୍ର ଚହଲ, ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କ ସ୍ଥାନରେ ପ୍ଲେଇଂ ଇଲେଭେନରେ ଖେଳିପାରନ୍ତି । ମେଲବୋର୍ଣ୍ଣରୁ ସିଡନୀରେ ପହଞ୍ଚିବା ପରେ ଟିମ୍ ଇଣ୍ଡିଆ ଏହାର ପ୍ରଥମ ଅଭ୍ୟାସ ସେସନରେ କରିଥିଲା । ଏହି ଇଚ୍ଛାଧୀନ ଅଭ୍ୟାସ ସେସନରୁ ସୁର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ମହମ୍ମଦ ଶାମି ବିରତି ନେଇଥିଲେ ।

ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ଦୁଇଟି ସ୍ପିନରଙ୍କ ସହ ପଡିଆକୁ ଓହ୍ଲାଇଥିଲା । ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ କୌଣସି ୱିକେଟ୍ ନ ନେଇ ତିନି ଓଭରରେ ୨୩ ରନ୍ ଦେଇଥିଲେ । କିନ୍ତୁ ଅକ୍ଷର ପଟେଲ ମହଙ୍ଗା ପ୍ରମାଣିତ ହୋଇଥିଲା ଓ ସେ ଗୋଟିଏ ଓଭରରେ ୨୧ ରନ୍ ବ୍ୟୟ କରିଥିଲେ । ଏହା ପରେ ରୋହିତ ତାଙ୍କୁ ଆଉ ଓଭର ଦେଇ ନଥିଲେ । ମେଲବୋର୍ଣ୍ଣ ତୁଳନାରେ ଲେଗ୍ ସ୍ପିନରମାନେ ସିଡନୀର ପିଚକୁ ଅଧିକ ପସନ୍ଦ କରନ୍ତି ଓ ଏଭଳି ପରିସ୍ଥିତିରେ ଟିମ୍ ମ୍ୟାନେଜମେଣ୍ଟ ଚହଲଙ୍କୁ ଅକ୍ଷରଙ୍କ ବଦଳରେ ଏକ ସୁଯୋଗ ଦେଇପାରେ । ଯଦି ଚାହାଲ ନେଦରଲ୍ୟାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରନ୍ତି, ତେବେ ତାଙ୍କୁ ପର୍ଥରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ଲେଇଂ ଇଲେଭେନେରେ ମଧ୍ୟ ସୁଯୋଗ ଦିଆଯାଇପାରେ ।

ଏହା ବି ପଢ଼ନ୍ତୁ: T20 World Cup 2022: ରୋଚକ ସ୍ଥିତିରେ ପହଞ୍ଚିଲା ବିଶ୍ୱକପର ଗ୍ରୁପ୍-2, ଟୁର୍ଣ୍ଣାମେଣ୍ଟରୁ ବାଦ ପଡିପାରେ ପାକିସ୍ତାନ ଦଳ