IND vs NZ Playing 11: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏପରି ହେବ ଭାରତର ଚୂଡ଼ାନ୍ତ ଏକାଦଶ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍
Advertisement

IND vs NZ Playing 11: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏପରି ହେବ ଭାରତର ଚୂଡ଼ାନ୍ତ ଏକାଦଶ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

IND vs NZ 1st ODI Team India Playing 11: ଇଶାନ କିଶନ ୱିକେଟ୍ କିପର ଭାବରେ ପ୍ଲେଇଙ୍ଗ୍-11 ରେ ସ୍ଥାନ ପାଇବାକୁ ନିଶ୍ଚିତ, କାରଣ ସେ ବିଗତ ଦିନରେ ବାଂଲାଦେଶ ବିପକ୍ଷ ଏକ ଦିନିକିଆ ମ୍ୟାଚରେ ଦ୍ୱିଶତକ ହାସଲ କରିଥିଲେ । କିନ୍ତୁ ଗୋଟିଏ ଅସୁବିଧାଜନକ ବିଷୟ ହୋଇପାରେ ଯେ ଇଶାନ କିଶନଙ୍କୁ କେଏଲ ରାହୁଲଙ୍କ ପରି ମଧ୍ୟମ କ୍ରମରେ ନମ୍ବର-୫ରେ ବ୍ୟାଟିଂ କରିବାକୁ ପଡିପାରେ ।

IND vs NZ Playing 11: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏପରି ହେବ ଭାରତର ଚୂଡ଼ାନ୍ତ ଏକାଦଶ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

India vs New Zealand 1st ODI Match Team India Playing 11: ଭାରତୀୟ କ୍ରିକେଟ୍ ଦଳ (Indian Cricket Team) କୁ ବର୍ତ୍ତମାନ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ (India vs New Zealand ODI Series) ଖେଳିବାର ଅଛି । ଆସନ୍ତାକାଲି (ବୁଧବାର) ଅର୍ଥାତ ଜାନୁଆରୀ ୧୮ରେ ହାଇଦ୍ରାବାଦରେ ପ୍ରଥମ ମ୍ୟାଚ୍ (India vs New Zealand 1st ODI) ଅନୁଷ୍ଠିତ ହେବ । ଦ୍ୱିତୀୟ ଦିନିକିଆ (India vs New Zealand 2nd ODI) ଜାନୁଆରୀ ୨୧ରେ ରାୟପୁରରେ ଓ ତୃତୀୟ ମ୍ୟାଚ୍ (India vs New Zealand 3rd ODI) ଜାନୁଆରୀ ୨୪ରେ ଇନ୍ଦୌରରେ ଖେଳାଯିବ । ସମସ୍ତ ମ୍ୟାଚ୍ ଭାରତୀୟ ସମୟ ଦିନ ୧.୩୦ରୁ ଆରମ୍ଭ ହେବ ।

ନିକଟ ଅତୀତରେ ଟିମ୍ ଇଣ୍ଡିଆ (Team India) ଦିନିକି ସିରିଜରେ ଶ୍ରୀଲଙ୍କା (IND vs SL ODI Series) କୁ ୩-୦ କ୍ଲିନସ୍ୱୀପ୍ କରିଛି । ଏହି ସିରିଜରେ ଟିମ୍ ଇଣ୍ଡିଆର ଷ୍ଟାର୍ ୱିକେଟ୍ କିପର ଓପନର୍ ଇଶାନ୍ କିଶନ (Ishan Kishan) ଙ୍କୁ ସୁଯୋଗ ମିଳିନଥିଲା । ଟି-20ର ନମ୍ବର ୧ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କୁ ମଧ୍ୟ ଗୋଟିଏ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା ।

କିନ୍ତୁ ବର୍ତ୍ତମାନ ପ୍ରାୟ ନିଶ୍ଚିତ ଯେ, ଇଶାନ କିଶନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରେ ସୁଯୋଗ ପାଇବେ । ଏହାର କାରଣ ହେଉଛି ଏହି ସିରିଜ୍ ପାଇଁ କେ.ଏଲ୍ ରାହୁଲ (KL Rahul) ଙ୍କୁ ବିଶ୍ରାମ ଦିଆଯାଇଛି । ୱିକେଟ୍ କିପର ଭାବେ ଦଳରେ କେବଳ ଇଶାନ କିଶନ (Ishan Kishan) ଓ କେ.ଏସ୍ ଭରତ (KS Bharat) ଙ୍କୁ ସାମିଲ କରାଯାଇଛି । ଏଭଳି ପରିସ୍ଥିତିରେ ଇଶାନ କିଶନ ୱିକେଟ୍ କିପର ଭାବରେ ପ୍ଲେଇଙ୍ଗ୍-11 ରେ ସ୍ଥାନ ପାଇବାକୁ ନିଶ୍ଚିତ, କାରଣ ସେ ବିଗତ ଦିନରେ ବାଂଲାଦେଶ ବିପକ୍ଷ ଏକ ଦିନିକିଆ ମ୍ୟାଚରେ ଦ୍ୱିଶତକ ହାସଲ କରିଥିଲେ । କିନ୍ତୁ ଗୋଟିଏ ଅସୁବିଧାଜନକ ବିଷୟ ହୋଇପାରେ ଯେ ଇଶାନ କିଶନଙ୍କୁ କେଏଲ ରାହୁଲଙ୍କ ପରି ମଧ୍ୟମ କ୍ରମରେ ନମ୍ବର-୫ରେ ବ୍ୟାଟିଂ କରିବାକୁ ପଡିପାରେ ।

କାରଣ ଭାରତୀୟ ଅଧିନାୟକ ରୋହିତ ଶର୍ମା (Rohit Sharma) ଓ ଶୁଭମାନ ଗିଲ (Shubman Gill) ଓପନିଂ ପାଇଁ ଫିକ୍ସ ଅଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ସ୍ପିନ୍ ଅଲରାଉଣ୍ଡର ଅକ୍ସର ପଟେଲଙ୍କୁ ମଧ୍ୟ ଦଳରେ ରଖାଯାଇ ନାହିଁ । ଏଭଳି ପରିସ୍ଥିତିରେ ସୁର୍ଯ୍ୟକୁମାର କିମ୍ବା ୱାଶିଂଟନ୍ ସୁନ୍ଦର ଚୂଡ଼ାନ୍ତ ଏକାଦଶରେ ଅକ୍ସରଙ୍କ ସ୍ଥାନରେ ଏକ ସୁଯୋଗ ପାଇପାରନ୍ତି ।

ଅଧିକ ପଢ଼ନ୍ତୁ:-ବିରାଟ କୋହଲି ନିଜ ଫ୍ୟାନଙ୍କୁ ବାହାଘର ଦିନ ଦେଲେ ଚମତ୍କାର ଉପହାର, ପୂରା କାହାଣୀ ଜାଣିଲେ ଆପଣ ବି କହିବେ ଏ ହେଉଛନ୍ତି ଫ୍ୟାନ୍ ନମ୍ବର ୧

ଅଧିକ ପଢ଼ନ୍ତୁ:-ଜସପ୍ରୀତ ବୁମ୍ରାଙ୍କୁ ନେଇ BCCI ଦେଲା ବଡ଼ ଅପଡେଟ୍, ଜାଣନ୍ତୁ ଟିମ୍ ଇଣ୍ଡିଆରେ କେବେ ହେବେ ରିଟର୍ଣ୍ଣ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଦଳର ସମ୍ଭାବ୍ୟ ଏକାଦଶ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଇଶାନ କିଶନ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ ଏବଂ ଉମ୍ରାନ ମଲିକ ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଇଶାନ କିଶନ (ୱିକେଟ୍ କିପର), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏସ୍ ଭାରତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରଜତ ପାଟିଦାର, ୱାଶିଂଟନ୍ ସୁନ୍ଦର, ଶାହବାଜ ଅହମ୍ମଦ, ଶାର୍ଦୁଲ ଠାକୁର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ୍ ।