IND vs NZ 3rd T20I: ତୃତୀୟ ଟି-୨୦ ମ୍ୟାଚରେ ପନ୍ତଙ୍କ ଛୁଟି! ଏହି ଖତରନାକ ବ୍ୟାଟ୍ସମ୍ୟାନଙ୍କୁ ମିଳିବ ସୁଯୋଗ
Advertisement
Article Detail0/zeeodisha/odisha1451224

IND vs NZ 3rd T20I: ତୃତୀୟ ଟି-୨୦ ମ୍ୟାଚରେ ପନ୍ତଙ୍କ ଛୁଟି! ଏହି ଖତରନାକ ବ୍ୟାଟ୍ସମ୍ୟାନଙ୍କୁ ମିଳିବ ସୁଯୋଗ

IND vs NZ 3rd T20I: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମଙ୍ଗଳବାର ଦିନ ଖେଳାଯିବାକୁ ଥିବା ତୃତୀୟ ଟି-୨୦ ମ୍ୟାଚରେ ଋଷଭ ପନ୍ତଙ୍କ ପତା କଟାଯାଇପାରେ । ଏହା ସହ ଏହି ଓପନିଂ ବ୍ୟାଟ୍ସମ୍ୟାନଙ୍କ ସ୍ଥାନରେ ଦଳରେ ଆଉ ଏକ ବ୍ୟାଟ୍ସମ୍ୟାନଙ୍କୁ ସାମିଲ କରଯାଇପାରେ ।

ସୌ: ସୋସିଆଲ ମିଡିଆ

IND vs NZ 3rd T20I: ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର (Team India) ଆରମ୍ଭ ବିଜୟ ସହିତ ଦେଖିବାକୁ ମିଳୁଛି । ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ୍ ଧୋଇଯିବା ପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚକୁ ୬୫ ରନରେ ଜିତି ନେଇଥିଲା । ଏହି ମ୍ୟାଚରେ ଋଷଭ ପନ୍ତ (Rishabh Pant) ପ୍ଲେଇଂ ଇଲେଭେନରେ ସାମିଲ ହୋଇଥିଲେ । ଇଶାନ କିଶନଙ୍କ (Ishaan Kishan) ସହ ପନ୍ତ ଓପନିଂ କରିବା ପାଇଁ ଆସିଥିଲେ । କିନ୍ତୁ ସେ କିଛି ବିଶେଷ କରିପାରିନଥିଲେ ଓ ମାତ୍ର ୪୬.୧୫ ଷ୍ଟ୍ରାଇକ୍ ରେଟ ସହ ୧୩ ବଲରେ ୬ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ । ବର୍ତ୍ତମାନ ପରବର୍ତ୍ତୀ ମ୍ୟାଚରେ ତାଙ୍କ ପତା କଟିବା ପରି ଦୃଶ୍ୟମାନ ହେଉଛି । ଏହି ଖେଳାଳିଙ୍କ ସ୍ଥାନରେ ଆଉ ଏକ ଦମଦାର ଖେଳାଳିଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯାଇପାରେ ।

ପରବର୍ତ୍ତୀ ମ୍ୟାଚ୍‌ରେ ଋଷଭ ପନ୍ତଙ୍କ ସ୍ଥାନରେ ଶୁଭମାନ ଗିଲଙ୍କୁ ଦଳରେ ସାମିଲ କରାଯାଇପାରେ । ଏହି ମ୍ୟାଚ୍ ମାଧ୍ୟମରେ ଗିଲ ଟି-୨୦ ଇଣ୍ଟରନ୍ୟାସନାଲରେ ମଧ୍ୟ ଡେବ୍ୟୁ କରିପାରନ୍ତି । ଗିଲ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ ଟେଷ୍ଟ କ୍ରିକେଟ୍ ଓ ଦିନିକିଆ ମ୍ୟାଚରେ ଡେବ୍ୟୁ କରି ସାରିଛନ୍ତି । ଭାରତୀୟ ଦଳ ପାଇଁ ଗିଲ ଅନେକ ଥର ଖୋଲିଛନ୍ତି । ଦିନିକିଆ କ୍ରିକେଟରେ ସେ ଓପନର୍ ଭାବରେ ଖେଳୁଥିବା ନଜର ଆସି ସାରିଛନ୍ତି ।

ଗିଲ ବର୍ତ୍ତମାନ ଟି-୨୦ ଇଣ୍ଟରନ୍ୟାସନାଲରେ ମଧ୍ୟ ନିଜ କମାଲ ଦେଖାଇ ପାରନ୍ତି । ଦିନିକିଆ କ୍ରିକେଟରେ ଖେଳିଥିବା ଗିଲ ହାରାହାରି ୫୭.୯୦ ରେ ୧୨ଟି ମ୍ୟାଚରେ ୫୭୯ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ସେ ଗୋଟିଏ ଶତକ ଓ ତିନିଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏଥି ସହିତ, ଆଇପିଏଲ୍ ୨୦୨୨ ରେ, ସେ ହାରାହାରି ୩୪.୫୦ ରେ ୧୬ଟି ମ୍ୟାଚରେ ୪୮୩ ରନ୍ କରିଛନ୍ତି ଓ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୩୨.୩୩ ରହିଛି । ଟି-୨୦ ଦୃଷ୍ଟିରୁ, ଏହି ସଂଖ୍ୟାଗୁଡିକ ଠିକ୍ ଦେଖାଯାଉଛି । ଏଭଳି ପରିସ୍ଥିତିରେ ତାଙ୍କର ଟି-୨୦ ଆନ୍ତର୍ଜାତୀୟ ଡେବ୍ୟୁ ସମ୍ଭବ ଦେଖାଯାଉଛି ।

ଟେଷ୍ଟ କ୍ରିକେଟରେ ବିଶାଳ ଦେଖାଯାଉଥିବା ଋଷଭ ପନ୍ତ ଏପର୍ଯ୍ୟନ୍ତ ଟି-୨୦ ଇଣ୍ଟରନ୍ୟାସନାଲରେ ବହୁତ ଫିକା ଦେଖାଯାଉଛନ୍ତି । ପନ୍ତ ନିଜର ଶେଷ ଚାରି ଟି-୨୦ ଅନ୍ତର୍ଜାତୀୟ ଇନିଂସରେ ମାତ୍ର ୪୨ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଆଫ୍ରିକା ବିପକ୍ଷରେ ୨୭, ଜିମ୍ବାୱେ ବିପକ୍ଷରେ ୩, ଇଂଲଣ୍ଡ ବିପକ୍ଷରେ ୬ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ୬ ରନ ଅନ୍ତର୍ଭୁକ୍ତ ରହିଛି । ପନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୬୫ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ହାରାହାରି ୨୨.୬୯ ରେ ୯୭୬ ରନ୍ କରିଛନ୍ତି ଓ ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ ୧୨୫.୭୭ ରହିଛି ।

ଏହା ବି ପଢ଼ନ୍ତୁ: IND vs NZ: ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ଟି-20ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ନୁହଁନ୍ତ, କାରଣ କହିଲେ ନ୍ୟୁଜିଲ୍ୟାଣ୍ଡର ଏହି ଘାତକ ବୋଲର