Ind Vs NZ: ସଞ୍ଜୁ ସାମସନଙ୍କୁ ଦ୍ୱିତୀୟ ଦିନିକିଆରେ ଡ୍ରପ କରିବାକୁ ନେଇ ହଙ୍ଗାମା, ଏହା ପଛର କାରଣ କହିଲେ ଧାୱନ
Advertisement
Article Detail0/zeeodisha/odisha1460188

Ind Vs NZ: ସଞ୍ଜୁ ସାମସନଙ୍କୁ ଦ୍ୱିତୀୟ ଦିନିକିଆରେ ଡ୍ରପ କରିବାକୁ ନେଇ ହଙ୍ଗାମା, ଏହା ପଛର କାରଣ କହିଲେ ଧାୱନ

Shikhar Dhawan on Sanju Samson: ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ସଞ୍ଜୁ ସାମସନଙ୍କ ଡ୍ରପ କରିବାକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ କ୍ରୋଧିତ ହୋଇ ନିଜ ମତାମତ ଦେଉଛନ୍ତି ଓ ସେମାନେ ଟିମ୍ ମ୍ୟାନେଜମ୍ୟାଣ୍ଟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୌ: ସୋସିଆଲ ମିଡିଆ

Shikhar Dhawan on Sanju Samson: ହାମିଲଟନରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ (India Vs New Zealand) ମଧ୍ୟରେ ଦ୍ୱିତୀୟ ଦିନିକିଆକୁ ବର୍ଷା ଧୋଇନେଇଛି । ମ୍ୟାଚ୍ ମଝିରେ ଦୁଇଥର ବର୍ଷା ହୋଇଥିଲା, ଏହା ପରେ ଅମ୍ପାୟାରମାନେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଜିର ମ୍ୟାଚ୍ ହୋଇପାରି ନଥିଲା କିନ୍ତୁ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ (Team India ) ଦ୍ୱାରା ଚୟନ ହୋଇଥିବା ପ୍ଲେଇଂ ଇଲେଭେନକୁ ନେଇ ନିଶ୍ଚିତ ଭାବରେ ଚର୍ଚ୍ଚା କରାଯାଉଛି । ପ୍ଲେଇଂ ଇଲେଭେନରେ ଦଳରୁ ସଞ୍ଜୁ ସାମସନଙ୍କ (Sanju Samson) ଡ୍ରପ କରିବାକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ କ୍ରୋଧିତ ହୋଇ ନିଜ ମତାମତ ଦେଉଛନ୍ତି ଓ ସେମାନେ ଟିମ୍ ମ୍ୟାନେଜମ୍ୟାଣ୍ଟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅଧିନାୟକ ଶିଖର ଧାୱନ ଟସ୍ ସମୟରେ କହିଥିଲେ ଯେ ସଞ୍ଜୁ ସାମସନଙ୍କ ସ୍ଥାନରେ ଦୀପକ ହୁଡ୍ଡାଙ୍କୁ ଏକ ସୁଯୋଗ ମିଳିଛି । ଏହା ବ୍ୟତୀତ ଶ୍ରାର୍ଦ୍ଧୁଲ ଠାକୁରଙ୍କ ସ୍ଥାନରେ ଦୀପକ ଚହରଙ୍କୁ ସ୍ଥାନ ଦିଆଯାଇଥିଲା । ସାମସନକୁ ବାଦ ଦେବା ନିଷ୍ପତ୍ତିକୁ ପ୍ରଶଂସକମାନେ ଅନ୍ୟାୟ ବୋଲି କହିଥିଲେ । ତେବେ ମ୍ୟାଚ୍ ବାତିଲ ହେବା ପରେ ଧୱନ ସାମସନଙ୍କୁ ବାଡ଼ ଦେବାର କାରଣ ଦର୍ଶାଇଥିଲେ ।

ପ୍ରଥମ ଦିନିକିଆରେ ସଞ୍ଜୁ ସାମସନ ୩୮ ବଲରେ ୩୬ ରନ୍ ସଂଗ୍ରହ କରିଥିଲେ । ଏହା ପରେ ସେ ଆଉଟ ହୋଇ ଯାଇଥିଲେ । ତେବେ ସେ ଦ୍ୱିତୀୟ ଦିନିକିଆରେ ସୁଯୋଗ ପାଇ ନଥିଲେ । ଏହା ପଛର କାରଣ କ’ଣ ବୋଲି ଧୱନ କହିଛନ୍ତି । ସେ କହିଛନ୍ତି, 'ଆମେ ଷଷ୍ଠ ବୋଲର ସହ ଏହି ମ୍ୟାଚରେ ପ୍ରବେଶ କରିବାକୁ ଚାହୁଁଥିଲୁ । ଏହି କାରଣରୁ ସଞ୍ଜୁଙ୍କ ସ୍ଥାନରେ ଦୀପକ ହୁଡ୍ଡାଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଦୀପକ ଚହରଙ୍କୁ ଏଥିପାଇଁ ସାମିଲ କରାଯାଇଥିଲା କାରଣ ସେ ସୁଇଙ୍ଗ କରିପାରନ୍ତି । ଦୀପକ ହୁଡା ପ୍ରଥମ ଦିନିକିଆରେ ସ୍ଥାନ ପାଇନଥିଲେ । ଏପରିକି ସେତେବେଳେ ଟିମ୍ ଇଣ୍ଡିଆର ଚୟନ ଉପରେ ପ୍ରଶ୍ନ ଉଠିଥିଲା । ପ୍ରଶଂସକ ଓ ଭେଟେରାନମାନେ ବିଶ୍ୱାସ କରୁଥିଲେ ଯେ ଦଳ ଷଷ୍ଠ ବୋଲରଙ୍କ ସହ ଯିବା ଉଚିତ ଓ ଦଳ ବୋଧହୁଏ ହୁଡ୍ଡାଙ୍କୁ ସୁଯୋଗ ଦେବ ।

ମ୍ୟାଚ୍ ବାତିଲ ହେବା ଉପରେ ଧାୱନ କହିଛନ୍ତି, 'ଏହା ଆମ ନିୟନ୍ତ୍ରଣରେ ନାହିଁ, ଆପଣଙ୍କୁ କେବଳ ଅପେକ୍ଷା କରିବାକୁ ପଡିବ । ଖେଳ ଆରମ୍ଭ ହେବା ପାଇଁ ଆମେ ଅପେକ୍ଷା କରିଥିଲୁ, ଏହାକୁ ନେଇ କେହି ସାହାଯ୍ୟ କରିପାରିବେ ନାହିଁ । ବର୍ତ୍ତମାନ ତୃତୀୟ ଦିନିକିଆକୁ ଅପେକ୍ଷା କରିଛି । ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଶୁଭମନଙ୍କୁ ଏହିପରି ଖେଳିବା ଦେଖି ବହୁତ ଭଲ ଲାଗିଲା । ଆମର କିଛି ଖେଳାଳି ବିଶ୍ରାମ ନେଉଛନ୍ତି କିନ୍ତୁ ଏହି ଦଳ ମଜବୁତ, ଏହା ଆମ ଦଳର ଗଭୀରତାକୁ ଦର୍ଶାଇଥାଏ ।'

ଏହା ବି ପଢ଼ନ୍ତୁ: IND vs NZ 2nd ODI: ବର୍ଷା ଯୋଗୁଁ ଭାଙ୍ଗିଲା ଟିମ୍ ଇଣ୍ଡିଆର ବଡ଼ ସ୍ୱପ୍ନ, ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ODI ବାତିଲ