IND vs SA T20I : ବାରବାଟୀରେ ନିରାଶ କଲା Team India, ୨-୦ରେ ଭ୍ରମଣକାରୀ ଦ.ଆଫ୍ରିକା ଆଗୁଆ
Advertisement
Article Detail0/zeeodisha/odisha1217735

IND vs SA T20I : ବାରବାଟୀରେ ନିରାଶ କଲା Team India, ୨-୦ରେ ଭ୍ରମଣକାରୀ ଦ.ଆଫ୍ରିକା ଆଗୁଆ

 କ୍ରମାଗତ ଦ୍ୱିତୀୟ ଥର ଭାରତର ଶୋଚନୀୟ ପରାଜୟ ହୋଇଛି।  ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୧୪୯ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଆଫ୍ରିକୀୟ ଦଳ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା। ହେନରିକ୍ କ୍ଲାସେଁଙ୍କୁ  ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ଘୋଷଣା କରାଯାଇଛି।

ସୌ- ସୋସିଆଲ ମିଡିଆ

IND vs SA T20I : ପୁଣିଥରେ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ Team India ନିରାଶ କରିଛି। କଟକ, ବାରବାଟୀଠାରେ ଖେଳାଯାଇଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚକୁ ୪ ୱିକେଟରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଜିତିଛି। କ୍ରମାଗତ ଦ୍ୱିତୀୟ ଥର ଭାରତର ଶୋଚନୀୟ ପରାଜୟ ହୋଇଛି।  ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୧୪୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଆଫ୍ରିକୀୟ ଦଳ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା। ହେନରିକ୍ କ୍ଲାସେଁଙ୍କୁ  ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ଘୋଷଣା କରାଯାଇଛି।

ରବିବାର ବାରବାଟୀ (Barabati Stadium) ରେ ଘଣ୍ଟି ବଜେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) , ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ ଆରମ୍ଭ କରିଥିଲେ। ଟସ ଜିତି ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଭାରତ ଛଅ ୱିକେଟ ପାଇଁ ୧୪୮ ରନ ସଂଗ୍ରହ କରିଥିଲା। ଭାରତ ଦେଇଥିବା ଟାର୍ଗେଟକୁ ଗୋଡ଼ାଇ ଆଫ୍ରିକୀୟ ଦଳ ଖରାପ ଆରମ୍ଭ କରିଥିଲା। ଦକ୍ଷିଣ ଆଫ୍ରିକା ୨୯ ରନ୍ ପାଇଁ ୩ ୱିକେଟ୍ ହରାଇଥିଲା। କିନ୍ତୁ ଏହା ପରେ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ହେନରିକ୍ କ୍ଲାସେଁ ମ୍ୟାଚର ପାଗ ବଦଳାଇ ଦେଇଥିଲେ। ସେ  ୪୬ ବଲରେ ୭ଟି ଚୌକା ଓ ୫ ଛକା ମାରି ୮୧ ରନ ସ୍କୋର କରିଥିଲେ ଏବଂ ଦଳର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Also Read: IND vs SA T20I : ବିଜେଡ଼ି ସାଂସଦ ଅମର ପଟ୍ଟନାୟକଙ୍କୁ ମିଳିଲାନି ପାସ, ଆରମ୍ଭ କଲେ ଏହି ଅଭିଯାନ

ଭ୍ରମଣକାରୀ ଦଳ (South Africa) ର ଅଧିନାୟକ ଟେମ୍ବା ବାଭୁମା ଆରମ୍ଭରୁ ସଂଘର୍ଷ କରିଥିଲେ। ସେ ୪ଟି ଚୌକା ଓ ଗୋଟିଏ ଛକା ସାହାଯ୍ୟରେ ୩୦ଟି ବଲରେ ୩୫ରନ୍ ସଂଗ୍ରହ କରିଥିଲେ। ରେଜା ହେଣ୍ଡ୍ରିକ୍ସ ଏବଂ ପ୍ରିଟୋରିୟସ୍ ଅଧିକ କିଛି କରିପାରିଲେ ନାହିଁ। ଏହି ଖେଳାଳିମାନେ ମାତ୍ର ଚାରି ରନ୍ ଲେଖାଏଁ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ମାତ୍ର ଗୋଟିଏ ରନ୍ କରି ଡୁସେନ ପାଭିଲିଅନ ଫେରିଥିଲେ। ଶେଷରେ ଡେଭିଡ ମିଲର ୨୦ ରନରେ ଅପରାଜିତ ରହିଥିଲେ। ସେ ୧୫ଟି ବଲରେ ଗୋଟିଏ ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ଏହି ପରି ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ୬ ୱିକେଟ୍ ହରାଇ ୧୪୯ ରନର ଟାର୍ଗେଟ ପୁରା କରି ବିଜୟ ହାସଲ କରିଛି।

ଟିମ୍ ଇଣ୍ଡିଆ (Team India) ପାଇଁ ଭୁବନେଶ୍ୱର କୁମାର ଘାତକ ବୋଲିଂ କରିଥିଲେ। ସେ ୪ ଓଭରରେ ମାତ୍ର ୧୩ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ। ହର୍ଷଲ ପଟେଲ ମଧ୍ୟ ଭଲ ବୋଲିଂ କରିଥିଲେ। ସେ ୩ ଓଭରରେ ୧୭ ରନ୍ ପାଇଁ ଗୋଟିଏ ୱିକେଟ୍ ନେଇଥିଲେ। ୟୁଜଭେନ୍ଦ୍ର ଚହଲ ୪ ଓଭରରେ ୪୯ ରନ୍ ପାଇଁ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ। ଅନ୍ୟପଟେ ଆବେଶ ଖାନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ବି ୱିକେଟ ମିଳିନାହିଁ। ଏହାପୂର୍ବରୁ ପ୍ରଥମେ ବ୍ୟାଟିଂରେ ଶ୍ରେୟସ୍ ଆୟର ଟିମ୍ ଇଣ୍ଡିଆ ପାଇଁ ୩୫ ବଲରେ ୪୦ ରନ୍ ସଂଗ୍ରହ କରିଥିଲେ। ଦୀନେଶ କାର୍ତ୍ତିକ ୩୦ରେ ଅପରାଜିତ ରହିଥିଲେ। ଇଶାନ କିଶନ ୩୪ ରନ ସ୍କୋର କରିଥିବା ବେଳେ ଅଧନାୟକ ଋଷଭ ପନ୍ତଙ୍କ ବ୍ୟାଟରେ ମାତ୍ର ୫ ରନ ହୋଇଥିଲା।

Also Read: IND vs SA T20I : ବାରବାଟୀରେ କଳାବାଜାରୀ! ପାନ ଦୋକାନରେ ମିଳୁଛି କାଉଣ୍ଟର ଟିକଟ

ସୂଚନାୟୋଗ୍ୟ, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯାଉଛି। ଘରୋଇ ଗ୍ରାଉଣ୍ଡରେ ଟିମ ଇଣ୍ଡିଆ ଲଗାତର ଦୁଇଟି ମ୍ୟାଚ ହାରିଲାଣି। ପ୍ରଥମେ ଦିଲ୍ଲୀ ଓ ପରେ ବାରବାଟୀରେ ଘରୋଇ ଦଳର ଶୋଚନୀୟ ପରାଜୟ ହୋଇଛି। ମଙ୍ଗଳବାର ବିଶାଖାପାଟନମରେ ତୃତୀୟ ଟି-୨୦ ମ୍ୟାଚ ଖେଳାଯିବ। ୱାଇଏସଆର ଷ୍ଟାଡିୟମରେ ସନ୍ଧ୍ୟା ସାତଟାରେ ଖେଳ ଆରମ୍ଭ ହେବ। ତେବେ ଏହା ଭାରତ ପାଇଁ ଏକ ନିର୍ଣ୍ଣାୟକ ମ୍ୟାଚ ହେବ। ଯଦି ବିଶାଖାପାଟନମରେ ଭାରତ ହାରେ ତେବେ, ସରିଜି ହାତରୁ ଯିବ।