IND vs SL: ଦଳରୁ ବିଦା ହେବେ ଏହି ୪ ତାରକା ଖେଳାଳି !
Advertisement

IND vs SL: ଦଳରୁ ବିଦା ହେବେ ଏହି ୪ ତାରକା ଖେଳାଳି !

ଆସନ୍ତା ୩ ତାରିଖରୁ ଭାରତ ଗସ୍ତରେ ଆସୁଛି ଶ୍ରୀଲଙ୍କା ଟିମ। ଏହି ଗସ୍ତ ସମୟରେ ଭାରତରେ ଟି୨୦ ଓ ଦିନିକିଆ ସିରିଜ ଖେଳିବ ସିଂହଳ ଦଳ। ତେବେ ଏହି ଉଭୟ ସିରିଜ ପାଇଁ ଆସନ୍ତା କାଲି ଭାରତୀୟ ଦଳ ଘୋଷଣା ହେବା ନେଇ ସମ୍ଭାବନା ରହିଛି। 

IND vs SL: ଦଳରୁ ବିଦା ହେବେ ଏହି ୪ ତାରକା ଖେଳାଳି !

IND vs SL: ନୂଆଦିଲ୍ଲୀ: ୨୦୨୩ ବର୍ଷ ଆରମ୍ଭରୁ ଶ୍ରୀଲଙ୍କା (Sri Lanka) ଭାରତ (India) ଗସ୍ତରେ (India Tour) ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ତିନିଟିକିଆ ଟି୨୦ ସିରିଜ (T20 Series) ସହିତ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ତେବେ ଏହି ସିରିଜ ପାଇଁ ଆସନ୍ତା କାଲି ଭାରତୀୟ ଦଳ (India Team) ଘୋଷଣା ହେବ। ତେବେ  ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି କି ଦିନିକିଆ ସିରିଜରେ ଭାରତୀୟ ଦଳରେ (Indian Team) ପରିବର୍ତ୍ତନର ସମ୍ଭାବନା ରହିଛି। ଏହି ଦଳରେ ବର୍ତ୍ତମାନ କିଏ କିଏ ରହିବେ ତାହାକୁ ନେଇ ମଧ୍ୟ ସସ୍ପନେସ୍ ଲାଗି ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚାରି ଜଣ ବଡ଼ ଖେଳାଳି ଟି୨୦ ସିରିଜରେ ବାଦ ପଡ଼ିପାରନ୍ତି। 

ଟିମ ଇଣ୍ଡିଆର ଚୟନ ପୂର୍ବରୁ ସବୁଠାରୁ ବଡ଼ କଥା ହେଉଛି କି ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା ପୁନର୍ବାର ଦଳରୁ ବାଦ ପଡ଼ିପାରନ୍ତି। ଗଣମାଧ୍ୟମର ରିପୋର୍ଟ ମୁତାବକ ସେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଆହତ ସମସ୍ୟାରୁ ବାହାରି ପାରି ନାହାନ୍ତି। ତାଙ୍କର ଆଙ୍ଗୁଠିରେ ଆଘାତ ଲାଗିଥଇଲା। ଫଳରେ ସେ ସୁସ୍ଥ ହୋଇଥିଲେ ମଧ୍ୟ ବିଶ୍ରାମ ପାଇଁ ସେ ଦଳରୁ ବାଦ ପଡ଼ିପାରନ୍ତି। ଆଗକୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ। ଫଳରେ ବର୍ତ୍ତମାନ ସମୟରେ ତାଙ୍କର ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେବା ଅଧିକ ଜରୁରୀ। ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ତାଙ୍କୁ ସୁସ୍ଥ ହେବାକୁ ପଡ଼ିବ ଏବଂ ସେଥିପାଇଁ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ରିସ୍କ ନେଇ ହେବ ନାହିଁ। 

ସେହିପରି ଓ୍ୱିକେଟ କିପର ଋଷଭ ପନ୍ତ ବାଂଲାଦେଶ ଟେଷ୍ଟ ସିରିଜରେ ବେଶ ଦମଦାର ପ୍ରଦର୍ଶନ କରିଛନ୍ତି। କିନ୍ତୁ ତାଙ୍କର ଟି୨୦ ରେକର୍ଡ ଖରାପ ରହିଛି। ଏଭଳି ସ୍ଥିତିରେ ଋଷଭ ପନ୍ତ ମଧ୍ୟ ଦଳରୁ ବାଦ ରହିପାରନ୍ତି। ତାଙ୍କ ସ୍ଥାନରେ ଇଶାନ କିଶାନ ଓ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିପାରେ। ଦିନିକିଆ ସିରିଜରେ ବଡ଼ ପରିବର୍ତ୍ତନ ମଧ୍ୟ ହେବା ନେଇ ଆଶଙ୍କା ସୃଷ୍ଚି ହୋଇଚି। ଏସିଆ କପରେ ରବିନ୍ଦ୍ର ଜାଡ଼େଜା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଦଳକୁ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ ଏହି ଅଲରାଉଣ୍ଡର ବର୍ତ୍ତମାନ ଫିଟ ରହିଥିବା ବେଳେ ତାଙ୍କୁ ଦଳରେ ଖୁବଶୀଘ୍ର ସାମିଲ କରାଯିବା ନେଇ ଆଶଙ୍କା ରହିଛି। 

ଜଶପ୍ରିତ ବୁମରାହ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଦଳକୁ ଫେରିବାର ସମ୍ଭାବନା ରହିଛି। ବୁମରାହଙ୍କ ଅଣ୍ଟାରେ ଆଘାତ ଲାଗିଥିବା ବେଳେ ଟି୨୦ ବିଶ୍ୱକପରୁ ବାଦ ପଡ଼ିଥିଲେ। ଶ୍ରୀଲଙ୍କା ବିପକ୍ଷରେ ଟି୨୦ ସିରିଜରେ ମଧ୍ୟ ସେ ଦଳରୁ ବାଦ ପଡ଼ିପାରନ୍ତି କିନ୍ତୁ ଦିନିକିଆ ସିରିଜ ପାଇଁ ସେ ଦଳରେ ସାମିଲ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। 

Also Read: କୋଚ ଅନୀଲ କୁମ୍ବଲେଙ୍କୁ ହଟାଇବା ପରେ ଭୟଙ୍କର ରାଗିଗଲେ ଏହି ତାରକା ଖେଳାଳି

Also Read: ଟିମ୍ ଇଣ୍ଡିଆରୁ ଏବେ କେଏଲ୍ ରାହୁଲଙ୍କୁ କରନ୍ତୁ ବାହାର, ଏହି ଦିଗ୍ଗଜ କଲେ ଦାବି