IND vs SL: ରୋହିତ ଶର୍ମା ରଚିଲେ ଇତିହାସ, ଶ୍ରୀଲଙ୍କା ବିପକ୍ଷରେ ତୁଫାନି ଇନିଂସ ଖେଳି ଭାଙ୍ଗିଲେ ଅନେକ ବଡ଼ ରେକର୍ଡ
Advertisement
Article Detail0/zeeodisha/odisha1868234

IND vs SL: ରୋହିତ ଶର୍ମା ରଚିଲେ ଇତିହାସ, ଶ୍ରୀଲଙ୍କା ବିପକ୍ଷରେ ତୁଫାନି ଇନିଂସ ଖେଳି ଭାଙ୍ଗିଲେ ଅନେକ ବଡ଼ ରେକର୍ଡ

IND vs SL, Rohit Sharma Record: ହିଟମ୍ୟାନ୍ ରୋହିତ ଶର୍ମା ମଙ୍ଗଳବାର ଦିନ ନିଜ ନାମରେ ଅନେକ ରେକର୍ଡ ପଞ୍ଜିକରଣ କରିଛନ୍ତି । ସେ ଏହା ସହ ଏସିଆ କପ୍‌ରେ ସର୍ବାଧିକ ଛକା ମାରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ।

 

ସୌ: ସୋସିଆଲ ମିଡିଆ

Rohit Sharma Records IND vs SL Asia Cup 2023: ଟିମ୍ ଇଣ୍ଡିଆର ଅଧିନାୟକ ତଥା ଓପନର୍ ରୋହିତ ଶର୍ମା ପୁଣି ଥରେ ଏସିଆ କପରେ ଚମତ୍କାର ବ୍ୟାଟିଂ କରିଛନ୍ତି । ମଙ୍ଗଳବାର ଦିନ କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ସୁପର-୪ ମ୍ୟାଚରେ ହିଟମ୍ୟାନ ବୋଲରଙ୍କ ଉପରେ ଜୋରଦାର ପ୍ରହାର କରି ଏକ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ସହ ରୋହିତ ନିଜ ନାମରେ ଅନେକ ରେକର୍ଡ ପଞ୍ଜିକରଣ କରିଛନ୍ତି ।

ଏସିଆ କପ୍‌ରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ୍
ରୋହିତ ଶର୍ମା ଏସିଆ କପ୍‌ରେ ସର୍ବାଧିକ ଛକା ମାରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ସେ ନିଜର ୨୭ ତମ ଛକା ମାରିବା ମାତ୍ରେ ସେ ପାକିସ୍ତାନର ପୂର୍ବତନ ଅଧିନାୟକ ବୁମ୍-ବୁମ୍ ସହିଦ ଆଫ୍ରିଦିଙ୍କ ରେକର୍ଡ ଭାଙ୍ଗିଥିଲେ । ଏସିଆ କପ୍‌ରେ ସହିଦ ସର୍ବାଧିକ ଛକା ମାରି ରେକର୍ଡ କରିଥିଲେ । ସେ ୨୬ଟି ଛକା ମାରିଥିଲେ । ମଙ୍ଗଳବାର ଦିନ ରୋହିତ ଏହି ରେକର୍ଡ ଭାଙ୍ଗି ଦେଇଛନ୍ତି ।

ଦ୍ରୁତତମ ୧୦ ହଜାର ରନ୍ ସ୍କୋର କରିବାରେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ 
ଏହା ସହ ରୋହିତ ତାଙ୍କ ODI କ୍ୟାରିୟରରେ ୧୦ ହଜାର ରନ୍ ପୂରଣ କରିଥିଲେ । ଦ୍ରୁତତମ ୧୦ ହଜାର ରନ୍ ସ୍କୋର କରିବାରେ ସେ ବିଶ୍ୱର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ସେ ତାଙ୍କର ୨୪୧ ତମ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ଦ୍ରୁତତମ ୧୦ ହଜାର ରନ୍ ସ୍କୋର କରିବାର ରେକର୍ଡ ବିରାଟ କୋହଲିଙ୍କ ନାମରେ ଅଛି । ସେ ୨୦୫ ଇନିଂସରେ ଏହି ସଫଳତା ହାସଲ କରିଥିଲେ । ଏହି ପ୍ରସଙ୍ଗରେ ରୋହିତ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ସଚିନ ୨୫୯ ଇନିଂସରେ ଏହି ସଫଳତା ହାସଲ କରିଥିଲେ ।

ଓପନର୍ ଭାବରେ ଦ୍ରୁତ ୮ ହଜାର ରନ୍ 
ରୋହିତ ଏହା ସହିତ ଏକ ବିଶ୍ୱ ରେକର୍ଡ ମଧ୍ୟ କରିଛନ୍ତି । ସେ ଓପନର୍ ଭାବରେ ୮ ହଜାର ରନ୍ ସ୍କୋର କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇଯାଇଛନ୍ତି । ରୋହିତ ତାଙ୍କ କ୍ୟାରିୟରରେ ଏହା କରିବାକୁ ୧୬୦ଟି ଇନିଂସ ଖେଳିଛନ୍ତି । ଏହି ପ୍ରସଙ୍ଗରେ ସେ ହାସିମ ଆମଲାଙ୍କ ରେକର୍ଡ ଭାଙ୍ଗିଥିଲେ । ୧୭୩ ଇନିଂସରେ ଆମଲା ଏହି ସଫଳତା ହାସଲ କରିଥିଲେ । ସଚିନ ତେନ୍ଦୁଲକର ୧୭୯ ଇନିଂସରେ ଏହି ସଫଳତା ହାସଲ କରିଥିଲେ ।

ଏହା ସହ ରୋହିତ ମଧ୍ୟ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇ ଦଶ ଥର ୫୦ ପ୍ଲସ୍ ସ୍କୋର କରିଥିଲେ । ସେ ଏହି ପ୍ରସଙ୍ଗରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ଯ୍ଏ ଏହି ସଫଳତା ୯ ଥର କରିସାରିଛି । ବର୍ତ୍ତମାନ ରୋହିତ କୁମାର ସାଙ୍ଗାକାରାଙ୍କ ରେକର୍ଡଠାରୁ ମାତ୍ର ଦୁଇ ପାଦ ଦୂରରେ ଅଛନ୍ତି । ଯଦି ସେ ଆହୁରି ୨ ପଚାଶ ପ୍ଲସ୍ ସ୍କୋର କରନ୍ତି, ତେବେ ସେ ଇତିହାସ ସୃଷ୍ଟି କରିବେ ।

ଏହା ବି ପଢ଼ନ୍ତୁ: India vs Pakistan: ଭାରତ ଠାରୁ ହାରିବା ପରେ ପାକିସ୍ତାନକୁ ଲାଗିଲା ଆଉ ଏକ ବଡ଼ ଝଟକା! ଦଳରୁ ବାଦ ପଡ଼ିଲେ ଏହି ସବୁ ଖେଳାଳି

ଏହା ବି ପଢ଼ନ୍ତୁ: Team India: ବିରାଟ କୋହଲିଙ୍କୁ ପଛରେ ପକାଇ କେଏଲ ରାହୁଲ ସୃଷ୍ଟି କରିଛନ୍ତି ଏକ ନୂଆ ରେକର୍ଡ