ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସି ଖବର! ଏଣିକି ମାଗଣାରେ ଦେଖିବେ ମ୍ୟାଚ, ଏହି ଚ୍ୟାନେଲରେ ହେବ ସିଧା ପ୍ରସାରଣ
Advertisement
Article Detail0/zeeodisha/odisha1258140

ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସି ଖବର! ଏଣିକି ମାଗଣାରେ ଦେଖିବେ ମ୍ୟାଚ, ଏହି ଚ୍ୟାନେଲରେ ହେବ ସିଧା ପ୍ରସାରଣ

ଡିଡି ସ୍ପୋର୍ଟସରେ ଭାରତର ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜର ସିଧା ପ୍ରସାରଣ ହେବ। ଜୁଲାଇ ୨୨ରୁ ଭାରତୀୟ ଦଳର ୱେଷ୍ଟଇଣ୍ଡିଜ୍ ଗସ୍ତ କରୁଛି। ୭ ଅଗଷ୍ଟ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ଏକାଧିକ ମ୍ୟାଚ ଅନୁଷ୍ଠିତ ହେବ। 

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଏଣିକି ମାଗଣାରେ ଲାଇଭ୍ ମ୍ୟାଚ ଦେଖିପାରିବେ। ଦେଶର ସାର୍ବଜନୀନ ପ୍ରସାରଣକାରୀ ଡିଡି ସ୍ପୋର୍ଟସରେ ସିଧା ପ୍ରସାରଣ ହେବ। ଦୀର୍ଘ ୧୫ ବର୍ଷ ପରେ ଭାରତର କୌଣସି ବିଦେଶୀ ସିରିଜ୍ ଡିଡି ସ୍ପୋର୍ଟସରେ ପ୍ରସାରିତ ହେବ।

ଡିଡି ସ୍ପୋର୍ଟସରେ ଭାରତର ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜର ସିଧା ପ୍ରସାରଣ ହେବ। ଜୁଲାଇ ୨୨ରୁ ଭାରତୀୟ ଦଳର ୱେଷ୍ଟଇଣ୍ଡିଜ୍ ଗସ୍ତ କରୁଛି। ୭ ଅଗଷ୍ଟ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ଏକାଧିକ ମ୍ୟାଚ ଅନୁଷ୍ଠିତ ହେବ। ଏହି ସବୁ ମ୍ୟାଚକୁ ଭାରତୀୟ କ୍ରିକେଟ ପ୍ରେମୀମାନେ ମାଗଣାରେ ଡିଡି ସ୍ପୋର୍ଟସରେ ଲାଇଭ୍ ଦେଖିପାରିବେ। ଦୀର୍ଘ ୧୫ ବର୍ଷ ପରେ ଭାରତର ବିଦେଶୀ ସିରିଜ୍ ଡିଡି ସ୍ପୋର୍ଟସରେ ପ୍ରସାରିତ ହେବ। ଏହାପୂର୍ବରୁ ଏପ୍ରିଲ୍ ୨୦୨୧ରେ କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ (CWI) ସହିତ ଫାନକୋଡ୍ ଚାରି ବର୍ଷର ଚୁକ୍ତି ସ୍ୱାକ୍ଷର କରିଥିଲା । କିନ୍ତୁ ଏହା କେବଳ ଡିଜିଟାଲ୍ ପାଇଁ ଥିଲା।

Also Read: India vs England 2nd ODI: ବର୍ଷର ପ୍ରଥମ ଦିନିକିଆ ହାରିଲା ଟିମ୍ ଇଣ୍ଡିଆ, ଚହଳ ଖେଳାଇଲେ ଚହଲ

ଚୁକ୍ତି ଅନୁସାରେ ଫାନକୋଡ୍ ୨୦୨୪ ସୁଦ୍ଧା କାରିବିଆନ୍ ଦେଶରେ ପ୍ରାୟ ୧୫୦ଟି ଆନ୍ତର୍ଜାତୀୟ ଏବଂ ୨୫୦ଟି ଘରୋଇ କ୍ରିକେଟ୍ ସିଧା ପ୍ରସାରଣ କରିବ। ଇଣ୍ଡିଆ ଏବଂ ୱେଷ୍ଟଇଣ୍ଡିଜ୍ ସିରିଜ୍ ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ ଫାନକୋଡ୍ ଆପରେ କରାଯିବ। ୱେଷ୍ଟଇଣ୍ଡିଜ୍ ଗସ୍ତରେ ଟେଲିଭିଜନ ଦର୍ଶକମାନେ ଏଥିରୁ ବଞ୍ଚିତ ନହେବାକୁ ନିଶ୍ଚିତ କରିବାକୁ ଫାନକୋଡ୍, ଡିଡି ସ୍ପୋର୍ଟସକୁ ଫ୍ରିଡିଶ ବ୍ୟତୀତ ସମସ୍ତ କେବୁଲ ଏବଂ DTH ପ୍ଲାଟଫର୍ମରେ ଉପଲବ୍ଧ ହେବାକୁ ଟିଭି ଅଧିକାର ପ୍ରଦାନ କରିଛି।

ପ୍ରସାର ଭାରତୀ ସିଇଓ, ମୟଙ୍କ କୁମାର ଅଗ୍ରୱାଲ କହିଛନ୍ତି, 'କ୍ରିକେଟ୍, କ୍ରୀଡ଼ା ଏବଂ ମନୋରଞ୍ଜନ କ୍ଷେତ୍ରରେ ଭାରତ ସର୍ବଦା ଆଗରେ ରହିଆସିଛି। ବଜାର ଏବଂ ଦର୍ଶକ ରହିଛନ୍ତି ଏବଂ ପାଶ୍ଚାତ୍ୟର ଭାରତ ଗସ୍ତକୁ ନେଇ ଆମେ ଉତ୍ସାହିତ ଅଛୁ।' ସେ ଆହୁରି ମଧ୍ୟ କହିଛନ୍ତି ଯେ, କ୍ରୀଡା ପ୍ରଶଂସକଙ୍କ ପାଇଁ ଏକ ଅଦ୍ୱିତୀୟ ଡିଜିଟାଲ୍ ଅଭିଜ୍ଞତା ନିର୍ମାଣ କରୁଛି। ଫାନକୋଡ୍ ତାର ଅଧିକାରର ସମ୍ପ୍ରସାରଣ ଅର୍ଥ ଡିଡି ସ୍ପୋର୍ଟସରେ କ୍ରୀଡ଼ା ପ୍ରଶଂସକଙ୍କ ପାଇଁ ସମସ୍ତ ସିରିଜ୍ ଆଣିବା।