IND vs WI 5th T20: ପଞ୍ଚମ ମ୍ୟାଚ ଜିତି ଟି-୨୦ ସିରିଜ ହାତେଇଲା ୱେଷ୍ଟଇଣ୍ଡିଜ୍
Advertisement
Article Detail0/zeeodisha/odisha1823530

IND vs WI 5th T20: ପଞ୍ଚମ ମ୍ୟାଚ ଜିତି ଟି-୨୦ ସିରିଜ ହାତେଇଲା ୱେଷ୍ଟଇଣ୍ଡିଜ୍

IND vs WI 5th T20 Match Highlights: ଶେଷ ମୁକାବିଲା ଜିତିବା ସହ ଭାରତ ବିପକ୍ଷ ଟି-୨୦ ସିରିଜ ହାତେଇଛି ୱେଷ୍ଟଇଣ୍ଡିଜ।

 

IND vs WI 5th T20: ପଞ୍ଚମ ମ୍ୟାଚ ଜିତି ଟି-୨୦ ସିରିଜ ହାତେଇଲା ୱେଷ୍ଟଇଣ୍ଡିଜ୍

IND vs WI 5th T20 Match Result: ଭାରତ ବିପକ୍ଷ ପଞ୍ଚମ ମ୍ୟାଚ ଜିତି ସିରିଜ ହାତେଇଛି ଟି-୨୦ ସିରିଜ ହାତେଇଛି ୱେଷ୍ଟଇଣ୍ଡିଜ୍। ଅଗଷ୍ଟ ୧୩ ତାରିଖ ରବିବାର ଅନୁଷ୍ଠିତ ହୋଇଥିବା ଶେଷ ମୁକବିଲାରେ ଭାରତୀୟ ଦଳକୁ ୯ ୱିକେଟ ବ୍ୟବଧାନରେ ପରାସ୍ତ କରିଥିଲା ୱେଷ୍ଟଇଣ୍ଡିଜ। ଏହି ବିଜୟ ପରେ ଭାରତ ୩-୨ ବ୍ୟବଧାନରେ ଟି-୨୦ ସିରିଜ୍କ ହାରିଛି। ପଞ୍ଚମ ମୁକାବିଲାରେ ୱେଷ୍ଟଇଣ୍ଡିଜ୍ ସାମ୍ନାର ୧୬୬ ରନ୍ ବିଜୟ ଲକ୍ଷ୍ୟ ରହିଥିଲା। ଯାହାକୁ ଦଳ ୧୮ ଓଭର ବେଳକୁ ୨ ୱିକେଟ୍ ହରାଇ ହାସଲ କରି ନେଇଥିଲେ। ୱେଷ୍ଟଇଣ୍ଡିଜ୍ ପାଇଁ ବ୍ରେଣ୍ଡନ୍ କିଙ୍ଗ ଅପରାଜିତ ୮୫ ରନ୍ ସ୍କୋର କରିଥିଲେ। ଏହା ସହିତ ନିକୋଲାସ ପୁରନ ଙ୍କ ୪୭ ରନ୍ ର ଇନିଂସ ମଧ୍ୟ ଦେଖିବାକୁ ମିଳିଥିଲା।

ଶେଷ ଟି-୨୦ ମୁକାବିଲାରେ ୧୬୬ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ୱେଷ୍ଟଇଣ୍ଡିଜ ଦଳର ଆରମ୍ଭ ମଧ୍ୟ ଭଲ ନଥିଲା। ଦଳ ମାତ୍ର ୧୨ ରନ ସ୍କୋର କରିବା ସମୟରେକାଇଲ ପ୍ରଥମ ୱିକେଟ ରୂପେ ମାୟର୍ସଙ୍କୁ ହରାଇଥିଲା। ଏହା ପରେ ବ୍ୟାଟିଂ କରିବାକୁ ବାହାରିଥିବା ନିକୋଲାସ ପୁରନ୍ ବିଗତ ଦୁଇଟି ପାଳିର ବିଫଳତାକୁ ଭୁଲି ସକରାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ।

ନିକୋଲାସ ପୁରନ ଆସିବା ମାତ୍ରେ ଅର୍ଶଦୀପ ସିଂହଙ୍କ ପ୍ରଥମ ଓଭର ବେଳେ ଛକା ମାରିଥିଲେ। ସେହିପରକି ହାର୍ଦ୍ଦିକ ପାଣ୍ଡ୍ୟା ଓଭର ସମୟରେ ଲଗାତାର ଦୁଇଟି ଛକା ସହ ଦ୍ରୁତ ଗତିରେ ରନ୍ ସ୍କୋର ଆରମ୍ଭ କରିଥିଲେ। ପ୍ରଥମ ୬ ଓଭର ପର୍ଯ୍ୟନ୍ତ ୧ ୱିକେଟ୍ ହରାଇ ନିକୋଲାସ ପୁରନ ଏବଂ ବ୍ରେଣ୍ଡନ କିଙ୍ଗ ମିଳିତ ଭାବେ ଦଳୀୟ ସ୍କୋର ୬୧ ପର୍ଯ୍ୟନ୍ତ ପହଞ୍ଚାଇଥିଲେ।

ଏଠାରୁ ଉଭୟ ଦ୍ରୁତ ଗତିରେ ରନ୍ ସ୍କୋର କରିବାର ପ୍ରକ୍ରିୟା ଜାରି ରଖିଥିଲେ। ଯାହା ପରେ ମ୍ୟାଚ୍ ପ୍ରାୟତଃ ଏକପାଖିଆ ହୋଇଯାଇଥିଲା। ଏହା ପରେ, ଖରାପ ପାଗ ହେତୁ ୧୨.୩ ଓଭର ପରେ ମ୍ୟାଚ୍ ବନ୍ଦ ହୋଇଯାଇଥିଲା। ସେତେବେଳକୁ ୱେଷ୍ଟ ଇଣ୍ଡିଜ୍ ଗୋଟିଏ ୱିକେଟ ହରାଇ ୧୧୭ ରନ୍ ସ୍କୋର କରିଥିଲା। ଏହା ପରେ ଖେଳ ଆରମ୍ଭ ହେବା ସହିତ ୱେଷ୍ଟଇଣ୍ଡିଜ୍ ଦଳ ନିକୋଲାସ ପୁରନଙ୍କ ରୂପରେ ଆଉ ଏକ ଝଟକା ପାଇଲା। ଯିଏ ୪୭ ରନ୍ ର ଇନିଂସ ଖେଳିବା ପରେ ତିଲକ ବର୍ମାଙ୍କ ଦ୍ୱାରା ଶିକାର ହୋଇଥିଲେ।

ନିକୋଲାସ୍ ପୁରନ୍ ପାଭିଲିୟନ ଫେରିଯିବା ପରେ ବ୍ରେଣ୍ଡନ୍ କିଙ୍ଗ ଙ୍କୁ ସମର୍ଥନ କରିବାକୁ ପଡ଼ିଆକୁ ଆସିଥିବା ସାଇ ହୋପ୍ ରନ୍ ସ୍କୋର ବେଗକୁ ମନ୍ଥର କରିବାକୁ ଦେଇନଥିଲେ। ବ୍ରେଣ୍ଡନ୍ କିଙ୍ଗ ମଧ୍ୟ ଗୋଟିଏ ପାଖରୁ ରନ୍ ସ୍କୋର କରିବାର ପ୍ରକ୍ରିୟା ଜାରି ରଖିଥିଲେ। ଏହି ମ୍ୟାଚ୍ ର ୧୮ ତମ ଓଭର ସମୟରେ ଦଳକୁ ବିଜୟ ଲକ୍ଷ୍ୟ ନିକଟରେ ପହଞ୍ଚାଇ ଦେଇଥିଲେ। ବ୍ରେଣ୍ଡନ୍ କିଙ୍ଗ ୮୫ ରନ୍ ର ଅପରାଜିତ ଇନିଂସ ଖେଳିଥିବା ବେଳେ, ସାଇ ହୋପ ମଧ୍ୟ ୨୨ ରନ ସ୍କୋର କରିଥିଲେ। ଭାରତ ଦଳ ପକ୍ଷରୁ ଅର୍ଶଦୀପ ସିଂହ ଏବଂ ତିଳକ ବର୍ମା ଗୋଟିଏ ଲେଖାଁଏ ୱିକେଟ୍ ନେଇଥିଲେ।

ଶେଷ ଟି-୨୦ ମୁକାବିଲାରେ ଭାରତୀୟ ଦଳର ପାଳି କଥା ଯଦି କୁହାଯାଏ ତାହେଲେ ସୂର୍ଯ୍ୟକୁମାର ଯାଦବଙ୍କ ୬୧ ରନ୍ ର ଚମତ୍କାର ଇନିଂସ ଦେଖିବାକୁ ମିଳିଥିଲା। ୟଶସ୍ୱୀ ଜୈସ୍ୱାଲ ୫ ଏବଂ ଶୁଭମାନ ଗିଲ ୯ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲେ। ତିଲକ ବର୍ମା ନିଶ୍ଚିତ ୨୭ ରନ୍ ର ଇନିଂସ ଖେଳିଥିଲେ। କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ୧୪ ଏବଂ ସଞ୍ଜୁ ସାମସନ ୧୩ ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ। ୱେଷ୍ଟଇଣ୍ଡିଜ ଦଳ ପାଇଁ ରୋମାରିଓ ଶେଫର୍ଡ ୪ ୱିକେଟ୍ ନେଇଥିବା ବେଳେ, ଜେସନ୍ ହୋଲ୍ଡର ଏବଂ ଆକିଲ ହୁସୈନ୍ ୨-୨ ୱିକେଟ୍ ନେଇଥିଲେ।