Ind vs WI: ୧୧୬ ରନ ବିଜୟ ଲକ୍ଷ୍ୟ ହାସଲ ପାଇଁ ଭାରତ ହରାଇଲା ୫ ଓ୍ୱିକେଟ, ଦର୍ଶକ ଦେଲେ ଏଭଳି ପ୍ରତିକ୍ରିୟା
Advertisement
Article Detail0/zeeodisha/odisha1799199

Ind vs WI: ୧୧୬ ରନ ବିଜୟ ଲକ୍ଷ୍ୟ ହାସଲ ପାଇଁ ଭାରତ ହରାଇଲା ୫ ଓ୍ୱିକେଟ, ଦର୍ଶକ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆଜିଠାରୁ ଓ୍ୱେଷ୍ଟଇଣ୍ଡିଆ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଛି। ବ୍ରିଜ ଟାଉନ ଠାରେ ଖେଳାଯାଇଥିବା ସିରିଜର ପ୍ରଥମ ଦିନିକିଆରେ ଭାରତ ସହଜ ବିଜୟ ହାସଲ କରିନେଇଛି। ଇସାନ କିସନଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ସହଜରେ ବିଜୟ ହାସଲ କରିନେଇଛି। 

 Ind vs WI: ୧୧୬ ରନ ବିଜୟ ଲକ୍ଷ୍ୟ ହାସଲ ପାଇଁ ଭାରତ ହରାଇଲା ୫ ଓ୍ୱିକେଟ, ଦର୍ଶକ ଦେଲେ ଏଭଳି ପ୍ରତିକ୍ରିୟା

IND vs WI: ନୂଆଦିଲ୍ଲୀ: ଆଜିଠାରୁ ଓ୍ୱେଷ୍ଟଇଣ୍ଡିଆ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଛି। ବ୍ରିଜ ଟାଉନ ଠାରେ ଖେଳାଯାଇଥିବା ସିରିଜର ପ୍ରଥମ ଦିନିକିଆରେ ଭାରତ ସହଜ ବିଜୟ ହାସଲ କରିନେଇଛି। ଇସାନ କିସନଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ସହଜରେ ବିଜୟ ହାସଲ କରିନେଇଛି। ଭାରତ ୨୨.୫ ଓଭରରେ ୫ ଓ୍ୱିକେଟ ହରାଇ ଧାର୍ଯ୍ୟ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ସେହିପରି ଭାରତୀୟ ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରି ନପାରି ଘରୋଇ ଓ୍ୱେଷ୍ଟଇଣ୍ଡିଜ ଦଳ ମାତ୍ର ୨୩୧୧୪ ରନରେ ଅଲଆଉଟ ହୋଇଯାଇଥିଲା। 

ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ପାଳି ଆରମ୍ଭ କରିଥିଲା। ଭାରତ ପକ୍ଷରୁ ଇସାନ କିସନ ଓ ଶୁବମନ ଗିଲ ପାଳି ଆରମ୍ଭ କରିଥିଲେ। ତେବେ ଦଳୀୟ ସ୍କୋର ୧୮ ବେଳେ ଭାରତକୁ ପ୍ରଥମ ଝଟକା ଲାଗିଥିଲା। ଓ୍ୱେଷ୍ଟଇଣ୍ଡିଜର ଜୟଡେନ ସିଲ୍ସ ଓପନିଂ ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ପ୍ରଥମ ଓ୍ୱିକେଟ ଭାବେ ଦଳ ଶୁବମନ ଗିଲ ବ୍ୟକ୍ତିଗତ ୭ ରନ କରି ପାଭିଲିୟନ ଫେରିଥିଲେ। ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ସେଭଳି କୌଣସି ଆଖି ଦୃଶିଆ ପ୍ରଦର୍ଶନ କରିପାରିନଥିଲେ। ସେ ବ୍ୟକ୍ତିଗତ ୧୯ ରନ କରି ପାଭିଲିୟନ ଫେରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୫ ରନ କରି ରନ ଆଉଟ ହୋଇଯାଇଥିଲେ। 

ସେହିପରି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ଇସାନ କିସନ ଦଳକୁ ବିଜୟର ନିକଟତର କରିଥିଲେ । ସେ ବ୍ୟକ୍ତିଗତ ୫୨ ରନ କରି ଆଉ ହୋଇଯାଇଥିଲେ। ସେହିପରି ସାର୍ଦ୍ଦୁଳ ଠାକୁର ମଧ୍ୟ ମାତ୍ର ଗୋଟିଏ ରନ କରି ଆଉଟ ହୋଇଯାଇଥିଲେ। 

ଟସ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଁ ଘରୋଇ ଓ୍ୱେଷ୍ଟଇଣ୍ଡିଜ ଦଳ ପାଳି ଆରମ୍ଭ କରିଥିଲା। ତେବେ ଭ୍ରମଣକାରୀ ଭାରତର ଶାଣିତ ବୋଲିଂ ଆଗରେ ଓ୍ୱେଷ୍ଟଇଣ୍ଡିଜର ବ୍ୟାଟିଂ ବିଭାଗ ତାସଘର ଭଳି ଭୁଶୁଡ଼ି ପଡ଼ିଥିଲା। ଫଳରେ ମାତ୍ର ୨୩ ଓଭରରେ ୧୧୪ ରନ କରି ଅଲଆଉଟ ହୋଇଯାଇଥିଲା। ଦଳର ସାଇ ହୋପ ସର୍ବାଧିକ ୪୩ ରନ କରିଥିଲେ। ତେବେ ଦଳର ଦୁଇ ଓପନର ବ୍ରାଣ୍ଡନ କିଙ୍ଗ ଓ କିଲ ମେୟର୍ସଙ୍କ ଯୋଡ଼ି ଖୁବ ଶୀଘ୍ର ଭାଙ୍ଗି ଦେଇଥିଲେ। ଦଳୀୟ ସ୍କୋର ୭ ରନ ହୋଇଥିବା ବେଳେ କିଲ ବ୍ୟକ୍ତିଗତ ୨ ରନ କରି ଆଉଟ ହୋଇଥିଲେ। ପରେ ଆଲିକ ଆଥାଞ୍ଜେ ୨୨ ରନ କରି ଆଉଟ ହୋଇଥିବା ବେଳେ ଓପନର ବ୍ରାଣ୍ଡନ କିଙ୍ଗ ୧୭, ସିମରନ ହେଟମେୟର ୧୧ ରନ କରିଥିଲେ। ଦଳର ଅନ୍ୟ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ରନ କରିପାରିନଥିଲେ। 

ଭାରତର କୂଳଦୀପ ଯାଦବ ସର୍ବାଧିକ ୪ଟି ଓ୍ୱିକେଟ ନେଇଥିବା ବେଳେ ରବିନ୍ଦ୍ର ଜାଡ଼େଜା ୩ଟି ଓ ହାର୍ଦ୍ଦିକ ପାଣ୍ଡ୍ୟା, ମୁକେଶ କୁମାର ଓ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ।