IND vs ENG: ପଞ୍ଚମ ଟେଷ୍ଟ ପାଇଁ ଧର୍ମଶାଳାରେ ପହଞ୍ଚିଲେ ଭାରତ-ଇଂଲଣ୍ଡ ଟିମ୍, ମାର୍ଚ୍ଚ ୭ରେ ମ୍ୟାଚ୍
Advertisement

IND vs ENG: ପଞ୍ଚମ ଟେଷ୍ଟ ପାଇଁ ଧର୍ମଶାଳାରେ ପହଞ୍ଚିଲେ ଭାରତ-ଇଂଲଣ୍ଡ ଟିମ୍, ମାର୍ଚ୍ଚ ୭ରେ ମ୍ୟାଚ୍

India VS England: ଉଭୟ ଟିମ୍ ଏକ ସ୍ୱତନ୍ତ୍ର ବିମାନରେ ଆଜି ସକାଳ ୯ଟା୩୦ ସମୟରେ ଗଗଗାଲ ବିମାନ ବନ୍ଦରରେ ପହଞ୍ଚିଥିଲେ । ଗଗଗାଲ ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟ ଭାରତ ଏବଂ ଇଂଲଣ୍ଡ ଟିମର ଖେଳାଳିଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ସହିତ ସ୍ୱତନ୍ତ୍ର ବସ୍ ମାଧ୍ୟମରେ ହୋଟେଲ ରେଡିସନ୍ ବ୍ଲୁକୁ ନିଆଯାଇଥିଲା । 

IND vs ENG: ପଞ୍ଚମ ଟେଷ୍ଟ ପାଇଁ ଧର୍ମଶାଳାରେ ପହଞ୍ଚିଲେ ଭାରତ-ଇଂଲଣ୍ଡ ଟିମ୍, ମାର୍ଚ୍ଚ ୭ରେ ମ୍ୟାଚ୍

India VS England: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ମ୍ୟାଚ୍ ଟେଷ୍ଟ ସିରିଜର ଶେଷ ମ୍ୟାଚ ମାର୍ଚ୍ଚ ୭ରେ ଖେଳାଯିବ । ଏହି ମ୍ୟାଚଟି ଧର୍ମଶାଳାରେ ଖେଳାଯିବାକୁ ଥିବାବେଳେ ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚତୁର୍ଥ ଟେଷ୍ଟ ମ୍ୟାଚ୍ ଜିତି ଭାରତୀୟ ଦଳ ସିରିଜରେ ୩-୧ରେ ଅଗ୍ରଣୀ ରହିଛି । ଉଭୟ ଟିମ୍ ଏକ ସ୍ୱତନ୍ତ୍ର ବିମାନରେ ଆଜି ସକାଳ ୯ଟା୩୦ ସମୟରେ ଗଗଗାଲ ବିମାନ ବନ୍ଦରରେ ପହଞ୍ଚିଥିଲେ । ଗଗଗାଲ ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟ ଭାରତ ଏବଂ ଇଂଲଣ୍ଡ ଟିମର ଖେଳାଳିଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ସହିତ ସ୍ୱତନ୍ତ୍ର ବସ୍ ମାଧ୍ୟମରେ ହୋଟେଲ ରେଡିସନ୍ ବ୍ଲୁକୁ ନିଆଯାଇଥିଲା । ବର୍ତ୍ତମାନ ଖେଳାଳିମାନେ ସେଠାରେ ବିଶ୍ରାମ ନେଉଛନ୍ତି । ଦଳର ଅଧିନାୟକ ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜା ଭାରତୀୟ ଟିମ୍ ସହିତ ଆସିନଥିବାବେଳେ କୋଚଙ୍କ ସମେତ ଅନ୍ୟ ଖେଳାଳିମାନେ ଧର୍ମଶାଳାରେ ପହଞ୍ଚିସାରିଛନ୍ତି ବୋଲି କୁହାଯାଉଛି।

ରୋହିତ ଶର୍ମା ଏବଂ ତାଙ୍କ ଟିମ୍ ପଞ୍ଚମ ଟେଷ୍ଟରେ ଇଂଲଣ୍ଡକୁ ପରାସ୍ତ କରି ସିରିଜକୁ ୪-୧ରେ ଜିତିବେ ବୋଲି କ୍ରିକେଟ ପ୍ରେମୀଙ୍କ ମନରେ ବିଶ୍ୱାସ ରହିଛି । ଏଥି ସହିତ ବେନ ଷ୍ଟୋକ୍ସଙ୍କ ନେତୃତ୍ୱରେ ଦଳ ସିରିଜର ଶେଷ ମ୍ୟାଚରେ ଭାରତୀୟ ଦଳକୁ କଡ଼ା ଟକ୍କର ମଧ୍ୟ ଦେଇପାରେ। ଧର୍ମଶାଳାରେ ଟିମ୍ ଇଣ୍ଡିଆର ପୂର୍ବ ରେକର୍ଡ ଗୁଡିକ ଭଲ ରହିଛି ।

ପ୍ରଥମ ଥର ପାଇଁ ଭାରତୀୟ ଟିମ୍ ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳିବ । ପୂର୍ବରୁ ୨୦୧୭ ମସିହାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଧର୍ମଶାଳାରେ ମ୍ୟାଚ୍ ଖେଳାଯାଇଥିଲା । ସେ ସମୟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୦୦ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଏହାର ଜବାବରେ ଭାରତ ତୃତୀୟ ଇନିଂସରେ ୩୩୨ ରନ୍ ସଂଗ୍ରହ କରିଥିଲା । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୧୩୭ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଯାଇଥିଲା । ଭାରତ ଦ୍ୱିତୀୟ ଇନିଂସରେ ୧୦୬ ରନ୍ ସ୍କୋର କରି ମ୍ୟାଚଟିକୁ ୮ ୱିକେଟରେ ଜିତିଥିଲା। ବର୍ତ୍ତମାନ ସ୍ଥିତିରେ ଭାରତୀୟ ଟିମ୍ ଇଂଲଣ୍ଡ ବିପକ୍ଷରେ ଶେଷ ମ୍ୟାଚ ଖେଳି ଏକ ବିଜୟ ହାସଲ କରିବାକୁ ଚେଷ୍ଟା କରିବା ସହ କ୍ରିକେଟପ୍ରେମୀଙ୍କ ହୃଦୟ ଜିତିବ ବୋଲି ଆଶା କରାଯାଉଛି ।

Also Read- Mercury Transit 2024: ମୀନ ରାଶିରେ ବୁଧ ଚଳନ, ମାର୍ଚ୍ଚ ୦୭ରୁ ଫିଟିବ ଏହି ରାଶିର ଭାଗ୍ୟ...

Also Read- Anant-Radhika Pre Wedding: ଅମ୍ୱାନୀ ପରିବାର ଉତ୍ସବରେ ରଙ୍ଗ ଭରିଲେ ରିହାନା