IND vs AUS 4th Test: ଅହମ୍ମଦାବାଦ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତକୁ ନେଇ ବଡ଼ ବୟାନ ଦେଲେ ଅଷ୍ଟ୍ରେଲିଆ କୋଚ
Advertisement

IND vs AUS 4th Test: ଅହମ୍ମଦାବାଦ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତକୁ ନେଇ ବଡ଼ ବୟାନ ଦେଲେ ଅଷ୍ଟ୍ରେଲିଆ କୋଚ

IND vs AUS 4th Test: ସିରିଜର ତୃତୀୟ ମ୍ୟାଚରେ ଭାରତୀୟ ଦଳକୁ ଅତି ଶୋଚନୀୟ ଭାବେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଆସନ୍ତା ମାର୍ଚ୍ଚ ୯ରୁ ଏହି ସିରିଜର ଚତୁର୍ଥ ତଥା ନିର୍ଣ୍ଣାୟକ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବାର ଅଛି । ଏହା ପୂର୍ବରୁ ଅଷ୍ଟ୍ରେଲିଆର ମୁଖ୍ୟ କୋଚ୍ ଆଣ୍ଡ୍ରିୟୁ ମ୍ୟାକଡୋନାଲ୍ଡ  (Andrew McDonald) ସ୍ୱୀକାର କରିଛନ୍ତି ଯେ, ଭାରତୀୟ ଦଳକୁ ଘରୋଇ ପରିସ୍ଥିତିରେ ଚ୍ୟାଲେଞ୍ଜ ଦେବା ପାଇଁ ସମ୍ପୂର୍ଣ୍ଣ ରୂପେ ପରଫେକ୍ଟ ହେବା ଆବଶ୍ୟକ ।

IND vs AUS 4th Test: ଅହମ୍ମଦାବାଦ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତକୁ ନେଇ ବଡ଼ ବୟାନ ଦେଲେ ଅଷ୍ଟ୍ରେଲିଆ କୋଚ

India vs Australia 4th Test: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (IND vs AUS Test Series) ଖେଳାଯାଉଛି । ଏହି ସିରିଜରେ ଟିମ୍ ଇଣ୍ଡିଆ (Team India) ୨-୧ରେ ଆଗୁଆ ରହିଛି । ସିରିଜର ତୃତୀୟ ମ୍ୟାଚରେ ଭାରତୀୟ ଦଳକୁ ଅତି ଶୋଚନୀୟ ଭାବେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଆସନ୍ତା ମାର୍ଚ୍ଚ ୯ରୁ ଏହି ସିରିଜର ଚତୁର୍ଥ ତଥା ନିର୍ଣ୍ଣାୟକ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବାର ଅଛି । ଏହା ପୂର୍ବରୁ ଅଷ୍ଟ୍ରେଲିଆର ମୁଖ୍ୟ କୋଚ୍ (Australian Coach) ଆଣ୍ଡ୍ରିୟୁ ମ୍ୟାକଡୋନାଲ୍ଡ  (Andrew McDonald) ସ୍ୱୀକାର କରିଛନ୍ତି ଯେ, ଭାରତୀୟ ଦଳକୁ ଘରୋଇ ପରିସ୍ଥିତିରେ ଚ୍ୟାଲେଞ୍ଜ ଦେବା ପାଇଁ ସମ୍ପୂର୍ଣ୍ଣ ରୂପେ ପରଫେକ୍ଟ ହେବା ଆବଶ୍ୟକ ଓ ତାଙ୍କ ଦଳ ଏହି ଗସ୍ତରେ ଯାହା ଚିନ୍ତା କରିଥିଲା, ତାହା ଅପେକ୍ଷା ଇନ୍ଦୋର ଟେଷ୍ଟ (Indore Test) ରେ ଦ୍ୱିଗୁଣା ଅଧିକ ହାସଲ କରିଛି । ୪ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଦୁଇଟି ଟେଷ୍ଟ  ତିନି ଦିନ ମଧ୍ୟରେ ହାରିଯିବା ପରେ ଅଷ୍ଟ୍ରେଲିଆ ଦଳ (Australian Team) ଇନ୍ଦୋର ଟେଷ୍ଟ ମ୍ୟାଚରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା ।

କଙ୍ଗାରୁ ଦଳ (Australian Team) ପ୍ରଥମ ବଲରୁ ହିଁ  ସ୍ପିନ୍ ଅନୁକୂଳ ପିଚରେ ଭାରତକୁ ୯ ୱିକେଟରେ ପରାସ୍ତ କରିଛି । ଆଣ୍ଡ୍ରିୟୁ ମ୍ୟାକଡୋନାଲ୍ଡ  (Andrew McDonald) 'ଇଏସପିଏନ୍ କ୍ରିକିନଫୋ'କୁ କହିଛନ୍ତି ଯେ, "ଯେତେବେଳେ ଆପଣ ଭାରତରେ ଖେଳନ୍ତି, ସଫଳତା ପାଇଁ ଆପଣଙ୍କୁ ସିଦ୍ଧତା ହାସଲ କରିବାକୁ ପଡ଼ିଥାଏ । ଆପଣଙ୍କୁ ଏହାର ଚାରିପାଖରେ ରହିବାକୁ ପଡ଼ିଥାଏ । ମୁଁ ଭାବୁଛି ୧୧ ରନ୍ ମଧ୍ୟରେ ୬ଟି ୱିକେଟ୍ ହରାଇବା ବ୍ୟତୀତ ଆମେ ସେହି ମ୍ୟାଚରେ ସେହି ପରଫେକ୍ସନର ନିକଟତର ଥିଲୁ ।"

ଆଣ୍ଡ୍ରିୟୁ ମ୍ୟାକଡୋନାଲ୍ଡ  (Andrew McDonald) ଆଗକୁ କହିଛନ୍ତି ଯେ,  "ଦଳର ପ୍ରମୁଖ ଖେଳାଳିମାନେ ଉପମହାଦେଶରେ ଖେଳିବା ବିଷୟରେ ଶିଖୁଛନ୍ତି ଓ ଭବିଷ୍ୟତରେ ଏହା ସେମାନଙ୍କୁ ବଡ଼ ସଫଳତା ମିଳିବ । ଉପମହାଦେଶରେ ପ୍ରତ୍ୟେକ ଖେଳାଳିଙ୍କ ଯାତ୍ରା କୌଣସି ସ୍ଥାନରୁ ଆରମ୍ଭ ହୁଏ ଓ ମୁଁ ନିଶ୍ଚିତ ଯେ ଏଠାରେ କିଛି ଖେଳାଳି ଅଛନ୍ତି ଯେଉଁମାନେ ପରବର୍ତ୍ତୀ ସମୟରେ ଅଧିକ ଅଭିଜ୍ଞତା ସହିତ ଆସିବେ ଏବଂ ଆହ୍ୱାନ ପାଇଁ ପ୍ରସ୍ତୁତ ହେବେ । ଉପମହାଦେଶର ଏହି ଅଂଶ (ଭାରତ) ରେ ଅନ୍ୟ ଅଂଶ ଅପେକ୍ଷା ଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥାଏ ।" ସେ ଆହୁରି କହିଛନ୍ତି ଯେ, ଯଦି ଦଳ ଦିଲ୍ଲୀର ଗୋଟିଏ ସେଶନରେ ଖରାପ କ୍ରିକେଟ୍ ଖେଳି ନଥାନ୍ତା ତେବେ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି (Border Gavaskar Trophy 2023) ଜିତିବାର ସୁଯୋଗ ପାଇଥାନ୍ତା । ଭାଗ୍ୟ ଇନ୍ଦୋରରେ ଦଳକୁ ମଧ୍ୟ ସମର୍ଥନ କରିଛି ।

ଅଧିକ ପଢ଼ନ୍ତୁ:-ଅହମ୍ମଦାବାଦ ଟେଷ୍ଟ ପୂର୍ବରୁ ଆସିଲା ବଡ଼ ଖବର, ଭାରତ ଛାଡି ବିଦେଶରେ ପହଞ୍ଚିଲେ ଟିମ୍ ଇଣ୍ଡିଆର ଏହି ସୁପରଷ୍ଟାର

ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଅଧିନାୟକତ୍ୱ କରିବେନି ରୋହିତ ଶର୍ମା! ବିସିସିଆଇ ଦେଲା ବଡ଼ ଅପଡେଟ୍

ଅଧିକ ପଢ଼ନ୍ତୁ:-ଅଧିନାୟକ ରୋହିତ ଓ ବିରାଟ ଖେଳିବେନି ଚତୁର୍ଥ ଟେଷ୍ଟ! ଇନ୍ଦୋରରେ ଲଜ୍ଜାଜନକ ପରାଜୟ ସତ୍ତ୍ୱେ ନେଲେ ଏହି ନିଷ୍ପତ୍ତି

 

 ଅଷ୍ଟ୍ରେଲିଆର ମୁଖ୍ୟ କୋଚ୍ (Australian Coach) ଆଣ୍ଡ୍ରିୟୁ ମ୍ୟାକଡୋନାଲ୍ଡ  (Andrew McDonald) କହିଛନ୍ତି ଯେ, "ମାର୍ନସ୍ ଲାବୁଶେନ୍ ନୋ ବଲରେ ବୋଲ୍ଡ ହୋଇଥିଲେ । ଏହା ବ୍ୟତୀତ ଆମେ ସୁଯୋଗକୁ ମଧ୍ୟ ଭଲ ଭାବରେ ଉପଯୋଗ କରିଛୁ । ଉସମାନ ଖ୍ୱାଜା ଏକ ଫ୍ଲାଇଙ୍ଗ୍ କ୍ୟାଚ୍ ନେଇଥିଲେ । ଷ୍ଟିଭ୍ ସ୍ମିଥଙ୍କ ଲେଗ୍ ସ୍ଲିପରେ କ୍ୟାଚ୍ ନେବା ଏହି ମ୍ୟାଚ୍ ଜିତିବାରେ ବହୁତ ସାହାଯ୍ୟ କରିଥିଲା ।​ ଯଦି ଆମେ ଦିଲ୍ଲୀ ଟେଷ୍ଟ ସହିତ ତୁଳନା କରୁ, ସ୍ମିଥ୍ ପ୍ରଥମ ସ୍ଲିପ୍‌ରେ ଗୋଟିଏ ଏବଂ ମ୍ୟାଟ୍ ରେନ୍ସାଓ ଲେଗ୍ ସ୍ଲିପ୍‌ରେ ଗୋଟିଏ କ୍ୟାଚ୍ ଛାଡ଼ି ଥିଲେ । ଏକ ଘଣ୍ଟା ଖରାପ ଖେଳରେ ଆମେ ସବୁକିଛି ହରାଇଲୁ । ଭଲ କ୍ରିକେଟ୍ ଖେଳିବା ସତ୍ତ୍ୱେ ଟେଷ୍ଟ ମ୍ୟାଚ୍ ହରାଇ ଆମକୁ ମୂଲ୍ୟ ଦେବାକୁ ପଡିଲା ।"