ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଖେଳିବେ ନାହିଁ କୋହଲି ଓ ପନ୍ତଙ୍କ ସମେତ ଏସବୁ ଖେଳାଳୀ, ଜାଣନ୍ତୁ କାରଣ
Advertisement

ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଖେଳିବେ ନାହିଁ କୋହଲି ଓ ପନ୍ତଙ୍କ ସମେତ ଏସବୁ ଖେଳାଳୀ, ଜାଣନ୍ତୁ କାରଣ

India vs England 2022: ଗୁରୁବାର ଦିନ ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ୍ ଖେଳାଯିବ । ପ୍ରଥମ ମ୍ୟାଚ୍‌ରେ ବିରାଟ କୋହଲି, ରିଷଭ ପନ୍ତଙ୍କ ସମେତ ୫ ଜଣ ଖେଳାଳି ଖେଳିବେ ନାହିଁ ।

ସୌ: ସୋସିଆଲ ମିଡିଆ

India Tour Of England 2022, 1st T20I: ଭାରତର ଇଂଲଣ୍ଡ ଗସ୍ତ ଟେଷ୍ଟ ମ୍ୟାଚରୁ ଆରମ୍ଭ ହୋଇଛି । ଗତ ବର୍ଷ ଭାରତୀୟ ଶିବିରରେ କୋରୋନା ସଂକ୍ରମଣ ମାମଲା ଦେଖାଯିବା ପରେ ପଞ୍ଚମ ଟେଷ୍ଟ ମ୍ୟାଚ୍ ସ୍ଥଗିତ ରଖାଯାଇଥିଲା । ଏହି ମ୍ୟାଚ୍ ପୂର୍ବରୁ ଭାରତ ୨-୧ ରେ ଆଗୁଆ ରହିଥିଲା । କିନ୍ତୁ ପଞ୍ଚମ ତଥା ପୁନଃ ନିର୍ଦ୍ଧାରିତ ମ୍ୟାଚରେ ଭାରତକୁ ୭ ୱିକେଟରେ ପରାସ୍ତ ହୋଇ ସିରିଜକୁ ୨-୨ ରେ ଶେଷ କରିଥିଲା । ବର୍ତ୍ତମାନ ଭାରତ ଓ ଇଂଲଣ୍ଡ (India vs England) ଟିମ୍ ହ୍ୱାଇଟ ବଲ୍ ସିରିଜ ଖେଳିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଜୁଲାଇ ୭ ରେ ସାଉଥମ୍ପଟନର ଏଜେସ୍ ବାଉଲରେ ଆରମ୍ଭ ହେବ । ଗୋଟିଏ ପଟେ ନୂଆ ଅଧିନାୟକ ଜୋସ୍ ବଟଲରଙ୍କ ନେତୃତ୍ୱରେ ଦଳ ପ୍ରସ୍ତୁତ ଥିବାବେଳେ, ଅନ୍ୟ ପଟେ ରୋହିତ ଶର୍ମା ପ୍ରଥମ ଥର ପାଇଁ ଅଧିନାୟକ ଭାବରେ ଇଂଲଣ୍ଡ ବିପକ୍ଷରେ ଖେଳିବେ । ନିକଟରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ସିରିଜରେ ଉପସ୍ଥିତ ଅଧିକାଂଶ ଖେଳାଳି ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚର ଅଂଶ ହେବେ । କିନ୍ତୁ ବିରାଟ କୋହଲି, ଋଷଭ ପନ୍ତ, ଜସପ୍ରୀତ ବୁମ୍ରା, ଶ୍ରେୟସ ଆୟର, ରବିନ୍ଦ୍ର ଜାଡେଜାଙ୍କ ଭଳି ଖେଳାଳି ପ୍ରଥମ ଟି -୨୦ ମ୍ୟାଚର ଅଂଶ ହେବେ ନାହିଁ ।

ବାସ୍ତବରେ ଏହା ପଛର କାରଣ ହେଉଛି ବିସିସିଆଇ ତାରକା ଖେଳାଳିଙ୍କ ଉପରେ ଅଧିକ ଚାପ ପକାଇବାକୁ ଚାହୁଁନାହିଁ । ଏହି କାରଣରୁ ଟେଷ୍ଟ ମ୍ୟାଚରେ ଅଂଶଗ୍ରହଣ କରିଥିବା ପାଞ୍ଚ ଜଣ ଖେଳାଳି ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚର ଅଂଶ ହେବେ ନାହିଁ । କିଛି ଖେଳାଳି ODI ସିରିଜର ଅଂଶ ହେବେ ଓ ଏହି ଖେଳାଳୀମାନଙ୍କ ମଧ୍ୟରୁ କେତେକ ଦେଶକୁ ପ୍ରତ୍ୟାବର୍ତ୍ତନ କରିବେ ।

ପ୍ରଥମ ଟି -୨୦ ପାଇଁ ଭାରତ ଦଳ:
ରୋହିତ ଶର୍ମା, ଇଶାନ କିଶାନ, ରିତୁରାଜ ଗାଇକୱାଡ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ (WK), ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ, କୁମାର ଅର୍ଶଦୀପ ସିଂ, ଉମ୍ରାନ୍ ମଲ୍ଲିକ ।

ଏହା ବି ପଢ଼ନ୍ତୁ: BSE Odisha 10th Result 2022: ପ୍ରକାଶ ପାଇଲା ରାଜ୍ୟର ଦଶମ ଶ୍ରେଣୀ ଫଳାଫଳ,ବାଜି ମାରିଲେ ଛାତ୍ରୀ