IND vs NZ ODI Series: ଏବେ ନୂଆ ଅଧିନାୟକଙ୍କ ସହ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ, ସକାଳ ୭ଟାରୁ ହେବ ମ୍ୟାଚ୍; ଦେଖନ୍ତୁ ପୂରା ଡିଟେଲ୍ସ
Advertisement

IND vs NZ ODI Series: ଏବେ ନୂଆ ଅଧିନାୟକଙ୍କ ସହ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ, ସକାଳ ୭ଟାରୁ ହେବ ମ୍ୟାଚ୍; ଦେଖନ୍ତୁ ପୂରା ଡିଟେଲ୍ସ

IND vs NZ ODI Series: ଟିମ୍ ଇଣ୍ଡିଆ ଏହି ସିରିଜକୁ ୧-୦ରେ ନିଜ ନାମରେ କରିଛି । ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଦଳର ଏକ ଦିବସୀୟ ସିରିଜ୍ ନଭେମ୍ବର ୨୫ରୁ ଆରମ୍ଭ ହେବ । ଭାରତୀୟ ଦଳ ନୂଆ ଅଧିନାୟକଙ୍କ ସହ ODI ସିରିଜରେ ମଇଦାନରେ ଓହ୍ଲାଇବ ।

IND vs NZ ODI Series: ଏବେ ନୂଆ ଅଧିନାୟକଙ୍କ ସହ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ, ସକାଳ ୭ଟାରୁ ହେବ ମ୍ୟାଚ୍; ଦେଖନ୍ତୁ ପୂରା ଡିଟେଲ୍ସ

India vs New Zealand ODI Series: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-20 ସିରିଜ୍ (IND vs NZ T20 Series) ଶେଷ ହୋଇଛି । ଟିମ୍ ଇଣ୍ଡିଆ (Team India) ଏହି ସିରିଜକୁ ୧-୦ରେ ନିଜ ନାମରେ କରିଛି । ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଦଳର ଏକ ଦିବସୀୟ (ODI) ସିରିଜ୍ ନଭେମ୍ବର ୨୫ରୁ ଆରମ୍ଭ ହେବ । ଭାରତୀୟ ଦଳ (Indian Cricket Team) ନୂଆ ଅଧିନାୟକଙ୍କ ସହ ODI ସିରିଜ (India vs New Zealand ODI Series) ରେ ମଇଦାନରେ ଓହ୍ଲାଇବ । ODI ସିରିଜ୍ ପାଇଁ ଶିଖର ଧୱନ (Shikhar Dhawan) ଟିମ୍ ଇଣ୍ଡିଆର କମାଣ ସମ୍ଭାଳିବେ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ସିନିୟର୍ସ ଖେଳାଳିଙ୍କୁ ମଧ୍ୟ ODI ସିରିଜ୍ ପାଇଁ ବିଶ୍ରାମ ଦେଇଛି ।

ଟି-20 ସିରିଜ୍ (India vs New Zealand T20 Series) ଦଖଲ କରିବା ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆ (Team India) ମଧ୍ୟ ODI ସିରିଜ (IND vs NZ ODI Series) କୁ ନିଜ ନାମରେ କରିବାକୁ ଚାହିଁବ । ନ୍ୟୁଜିଲାଣ୍ଡ ବିପକ୍ଷ ଏହି ସିରିଜରେ ମୋଟ ୩ଟି ODI ମ୍ୟାଚ୍ ଖେଳାଯିବ । ଏହି ୩ଟି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ, ସକାଳ ୭ଟାରୁ ଆରମ୍ଭ ହେବ ।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ODI ସିରିଜର ପୂରା କାର୍ଯ୍ୟସୂଚୀ 

ପ୍ରଥମ ODI ନଭେମ୍ବର ୨୫
ଦ୍ୱିତୀୟ ODI ନଭେମ୍ବର ୨୭
ତୃତୀୟ ODI ନଭେମ୍ବର ୩୦

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ODI ଦଳ 

ଶିଖର ଧୱନ (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ), ଶୁଭମାନ ଗିଲ, ଦୀପକ ହୁଡା, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଶାହାବାଜ ଅହମ୍ମଦ, ୱାଶିଂଟନ ସୁନ୍ଦର, ଉମ୍ରାନ ମଲିକ, କୁଲଦୀପ ସେନ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର ।

ଏହା ବି ପଢ଼ନ୍ତୁ:-ନ୍ୟୁଜିଲ୍ୟାଣ୍ଡ ଗସ୍ତ ମଝିରେ ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର, ଆହତ କାରଣରୁ ଦୀର୍ଘ ସମୟ ପାଇଁ ମୈଦାନରୁ ଦୂରେଇ ରହିବେ ଏହି ବଡ଼ ମ୍ୟାଚ୍ ୱିନର୍

ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଦୁଇ ଖେଳାଳିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଅଶ୍ୱିନ, ଟି-20 ବିଶ୍ୱକପ ପରାଜୟ ପାଇଁ କଲେ ଦାୟୀ!

ଏହା ବି ପଢ଼ନ୍ତୁ:-ସଞ୍ଜୁ ସାମସନ୍ ଓ ଉମ୍ରାନ ମଲିକଙ୍କୁ କାହିଁକି ମିଳିଲା ନାହିଁ ସୁଯୋଗ, କାରଣ କହିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା

 

ସୂଚନାଯୋଗ୍ୟ, ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛି । ଏହା ପରେ ଦଳ ବାଂଲାଦେଶ ଗସ୍ତ କରିବାର ଅଛି । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । ଏହା ପରେ ଡିସେମ୍ବର ୪ରୁ ୨୬ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାଂଲାଦେଶରେ ତିନୋଟି ଏକ ଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।