IND vs NZ T20 Series: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଏହି ଖେଳାଳିଙ୍କ ଖୋଲିବ ଭାଗ୍ୟ! ରୋହିତ ଶର୍ମା ଟି-20 ବିଶ୍ୱକପରେ ଦେଇ ନଥିଲେ ସୁଯୋଗ
Advertisement

IND vs NZ T20 Series: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଏହି ଖେଳାଳିଙ୍କ ଖୋଲିବ ଭାଗ୍ୟ! ରୋହିତ ଶର୍ମା ଟି-20 ବିଶ୍ୱକପରେ ଦେଇ ନଥିଲେ ସୁଯୋଗ

India vs New Zealand T20 Series: ଭାରତୀ ଦଳ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତ (IND vs NZ T20 Series) ରେ ଯାଉଛି । ଏହି ଗସ୍ତରେ ଟିମ୍ ଇଣ୍ଡିଆ (Team India) ର କମାଣ ଦମଦାର୍ ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ହାତରେ ଅଛି । ଏଠାରେ କହି ରଖୁଛୁ ଯେ, ନ୍ୟୁଜିଲାଣ୍ଡ ଗସ୍ତରେ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । 

IND vs NZ T20 Series: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଏହି ଖେଳାଳିଙ୍କ ଖୋଲିବ ଭାଗ୍ୟ! ରୋହିତ ଶର୍ମା ଟି-20 ବିଶ୍ୱକପରେ ଦେଇ ନଥିଲେ ସୁଯୋଗ

India vs New Zealand T20 Series: ଟି -20 ବିଶ୍ୱକପ ୨୦୨୨ (ICC T20 World Cup 2022) ର ବହୁତ ଚମତ୍କାର ଢଙ୍ଗରେ ଶେଷ ହୋଇଛି । ଚଳିତ ଥର ଟି-20 ବିଶ୍ୱକପ ଟ୍ରଫି ଇଂଲଣ୍ଡ ଜିତିଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ହରାଇ ବିଶ୍ୱ ଚାମ୍ପିଅନ ହୋଇଛି । ଭାରତୀୟ ଦଳ (Indian Team) ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚିଥିଲା ଓ ଇଂଲଣ୍ଡ ଠାରୁ ପରାସ୍ତ ହୋଇ ଟି-20 ବିଶ୍ୱକପ ୨୦୨୨ରୁ ବାଦ୍ ପଡ଼ିଥିଲା । ବର୍ତ୍ତମାନ ସମସ୍ତଙ୍କ ନଜର ନ୍ୟୁଜିଲାଣ୍ଡ ଗସ୍ତ (IND vs NZ T20 Series) ଉପରେ ରହିଛି । ଏହି ଗସ୍ତରେ ଟିମ୍ ଇଣ୍ଡିଆ (Team India) ର କମାଣ ଦମଦାର୍ ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ହାତରେ ଅଛି । ଏଠାରେ କହି ରଖୁଛୁ ଯେ, ନ୍ୟୁଜିଲାଣ୍ଡ ଗସ୍ତରେ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । 

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଜଣେ ଷ୍ଟାର ଖେଳାଳିଙ୍କ ଭାଗ୍ୟ ଖୋଲିପାରେ । ଭାରତୀୟ ଅଧିନାୟକ ରୋହିତ ଶର୍ମା (Rohit Sharma) ଏହି ଖେଳାଳିଙ୍କୁ ଟି-20 ବିଶ୍ୱକପ ୨୦୨୨ରେ ଗୋଟିଏ ବି ସୁଯୋଗ ଦେଇ ନଥିଲେ । ରୋହିତ ଶର୍ମା ଟି-20 ବିଶ୍ୱକପ ୨୦୨୨ରେ ମ୍ୟାଜିକାଲ୍ ବୋଲର ୟୁଜଭେନ୍ଦ୍ର ଚହଲ (Yuzvendra Chahal) ଙ୍କୁ ଗୋଟିଏ ବି ସୁଯୋଗ ଦେଇ ନଥିଲେ । ସେ ସମଗ୍ର ଟୁର୍ଣ୍ଣାମେଣ୍ଟରେ ବେଞ୍ଚରେ ବସିଥିବାର ନଜରକୁ ଆସିଥିଲେ । ଯେତେବେଳେ କି ସେ ବହୁତ ଭଲ ଫର୍ମରେ ଚାଲୁଛନ୍ତି । ବିରୋଧୀ ବ୍ୟାଟ୍ସମ୍ୟାନ ମାନଙ୍କ ପାଇଁ ତାଙ୍କ ବଲ ଖେଳିବା ଆଦୌ ସହଜ ନୁହେଁ । 

ଯେତେବେଳେ ୟୁଜଭେନ୍ଦ୍ର ଚହଲ (Yuzvendra Chahal) ନିଜ ଫର୍ମରେ ଥାଆନ୍ତି, ସେ ଯେକୌଣସି ବ୍ୟାଟିଂ ଆକ୍ରମଣକୁ ବିଧ୍ୱସ୍ତ କରିପାରନ୍ତି । ସେ ମଧ୍ୟ ବହୁତ କମ୍ ରନ ପ୍ରଦାନ କରନ୍ତି । ୟୁଜଭେନ୍ଦ୍ର ଚହଲ ଆଇପିଏଲ୍ ୨୦୨୨ (IPL 2022) ରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ୟୁଜଭେନ୍ଦ୍ର ଚହଲ ତାଙ୍କ ନାମରେ ସର୍ବାଧିକ ୨୭ ୱିକେଟ୍ କରିଥିଲେ । ଚହଲ ନିଜ ଦମରେ ରାଜସ୍ଥାନ ରୟାଲ୍ସ (Rajasthan Royals) କୁ ଫାଇନାଲକୁ ପହଞ୍ଚାଇଥିଲେ । ଯେଉଁଠାରେ ସେମାନଙ୍କୁ ଗୁଜୁରାଟ ଟାଇଟାନ୍ସ (Gujarat Titans) ଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା । 

ଚହଲଙ୍କ ଗୁଗଲି ବ୍ୟାଟ୍ସମ୍ୟାନ୍ ସହଜରେ ବୁଝିପାରନ୍ତି ନାହିଁ ଓ ଆଉଟ ହୋଇଯାଆନ୍ତି । ଏଠାରେ କହି ରଖୁଛୁ ଯେ, ଚୟନକର୍ତ୍ତାମାନେ ରବିଚନ୍ଦ୍ରନ୍ ଅଶ୍ୱିନ (Ravichandran Ashwin) ଙ୍କୁ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ସୁଯୋଗ ଦେଇ ନାହାଁନ୍ତି । ଏଭଳି ପରିସ୍ଥିତିରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଚୂଡ଼ାନ୍ତ ଏକାଦଶରେ ୟୁଜବେନ୍ଦ୍ର ଚହଲଙ୍କ ଏଣ୍ଟ୍ରି କରାଇପାରନ୍ତି । ୟୁଜଭେନ୍ଦ୍ର ଚହଲ (Yuzvendra Chahal) ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୬୯ଟି ଟି-20 ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୮.୧୨ ଇକୋନୋମୀ ସହିତ ୮୫ ୱିକେଟ୍ ନେଇଛନ୍ତି । ଚହଲଙ୍କର ବହୁତ ପ୍ରତିଭା ଅଛି, କିନ୍ତୁ ଅଧିନାୟକ ରୋହିତ ଶର୍ମା ତାଙ୍କ ଉପରେ ଟି-20 ବିଶ୍ୱକପରେ ବିଶ୍ୱାସ କରି ପାରିନଥିଲେ ।

ଅଧିକ ପଢ଼ନ୍ତୁ:-ଶକ୍ତି ବର୍ଦ୍ଧକ କ୍ୟାପସୁଲ ଖାଇ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ଯୁବକ, କିଛି ଘଣ୍ଟା ମଧ୍ୟରେ ପୀଡ଼ିତାଙ୍କର ମୃତ୍ୟୁ

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟା ପାଲଟିଲେ ଏହି ଖେଳାଳିଙ୍କ ବର୍ବାଦ ହେଉଥିବା କ୍ୟାରିୟରର କାରଣ! ବନ୍ଦ ହୋଇଗଲା ଟିମ୍ ଇଣ୍ଡିଆର ରାସ୍ତା

ଅଧିକ ପଢ଼ନ୍ତୁ:-ଆପଣଙ୍କ ID ରେ କେତେଟା SIM ରହିଛି ଆକ୍ଟିଭ? ଏହି ୱେବସାଇଟରେ କରନ୍ତୁ ଚେକ୍

 

ସୂଚନାଯୋଗ୍ୟ, ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗସ୍ତ କରିବ । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । ଏହା ପରେ ଡିସେମ୍ବର ୪ରୁ ୨୬ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାଂଲାଦେଶରେ ତିନୋଟି ଏକ ଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।