)
Jasprit Bumrah: ପିଠିରେ ଆଘାତ ଲାଗିଥିବାରୁ ଜସପ୍ରୀତ ବୁମ୍ରା (Jasprit Bumrah) କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି । ୬ ମାସରୁ ଅଧିକ ସମୟ ଧରି ଟିମ୍ ଇଣ୍ଡିଆ (Team India) ରୁ ବାହାରିଥିବା ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରା ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ ନଜର ଆସିଛନ୍ତି । ଏହି କାରଣରୁ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଛି ଯେ ଜସପ୍ରୀତ ବୁମ୍ରା ଚଳିତ ଆଇପିଏଲ ୨୦୨୩ (IPL 2023) ରେ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ପାଇଁ ଖେଳୁଥିବାର ଦେଖାଯାଉଛନ୍ତି କି? ଜସପ୍ରୀତ ବୁମ୍ରା ଶେଷ ଥର ପାଇଁ ସେପ୍ଟେମ୍ବର ୨୦୨୨ରେ ପଡିଆରେ ଦେଖାଦେଇଥିଲେ ।
ପ୍ରକୃତରେ ରବିବାର ଦିନ ମହିଳା ପ୍ରିମିୟର ଲିଗର ଫାଇନାଲ ମ୍ୟାଚ (WPL Final) ରେ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ର ମହିଳା ଦଳକୁ ସମର୍ଥନ କରିବା ପାଇଁ ଜସପ୍ରୀତ ବୁମ୍ରା (Jasprit Bumrah) ଷ୍ଟାଡିୟମରେ ଉପସ୍ଥିତ ଥିଲେ । ଜସପ୍ରୀତ ବୁମ୍ରା ମୁମ୍ବାଇ ଇଣ୍ଡିଆର ଅନ୍ୟ ଖେଳାଳିଙ୍କ ସହ ଷ୍ଟାଡିୟମରେ ଥିଲେ । ଏହି ସମୟରେ ପ୍ରଶଂସକମାନେ ତାଙ୍କ ଝଲକ ପାଇଥିଲେ । ସେମାନଙ୍କର ଖୁସି କୌଣସି ସୀମା ନଥିଲା । ଏବେ ପ୍ରଶ୍ନ ହେଉଛି ଜସପ୍ରୀତ ବୁମ୍ରା ଆଇପିଏଲରେ ଖେଳିବେ କି ନାହିଁ । ତେବେ ଏପରି ହେବାକୁ ଯାଉ ନାହିଁ ।
ନିକଟ ଅତୀତରେ ଜସପ୍ରୀତ ବୁମ୍ରା (Jasprit Bumrah) ଙ୍କର ନ୍ୟୁଜିଲ୍ୟାଣ୍ଡରେ ବ୍ୟାକ ସର୍ଜରୀ ହୋଇଛି । ଅସ୍ତ୍ରୋପଚାର ପରେ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ତାଙ୍କୁ ଏସିଆ କପ୍ କିମ୍ବା ବିଶ୍ୱକପ୍ ପୂର୍ବରୁ କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳିବ ନାହିଁ । ଶେଷ ଥର ପାଇଁ ଜସପ୍ରୀତ ବୁମ୍ରା (Jasprit Bumrah) ୨୬ ସେପ୍ଟେମ୍ବର ୨୦୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଂ କରିଥିଲେ । ଏହି ସମୟରେ ଜସପ୍ରୀତ ବୁମ୍ରା (Jasprit Bumrah) ଆହତ ହୋଇଥିଲେ । ଆଇପିଏଲ୍ ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସର ଦଳ ସେମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛି ଯେଉଁଥିରେ ଜସପ୍ରୀତ ବୁମ୍ରା ନଜରକୁ ଆସୁଛନ୍ତି ।
ଏହି ଭିଡିଓଟି ବ୍ରାବର୍ନ ଷ୍ଟାଡିୟମର ଅଟେ । ଏହି ଭିଡିଓରେ ଜସପ୍ରୀତ ବୁମ୍ରା (Jasprit Bumrah) ଓ ମୁମ୍ବାଇର ଦ୍ରୁତ ବୋଲର ଜୋଫ୍ରା ଆର୍ଚର (Jofra Archer) ପରସ୍ପର ସହ କଥାବାର୍ତ୍ତା କରୁଛନ୍ତି । ଭିଡିଓର କ୍ୟାପସନରେ ଏହା ଲେଖାଯାଇଛି -ଗତି । ଆପଣଙ୍କୁ କହି ରଖୁଛୁ ଯେ, ୨୦୨୨ ଆଇପିଏଲ ନିଲାମ ସମୟରେ ଜୋଫ୍ରା ଆର୍ଚର ମୁମ୍ବାଇ ଦ୍ୱାରା କିଣାଯାଇଥିଲା । କିନ୍ତୁ ପିଠିରେ ଆଘାତ ଯୋଗୁଁ ସେ ଆଇପିଏଲରେ ଖେଳିପାରିନଥିଲେ, ବୁମ୍ରାଙ୍କ ଅନୁପସ୍ଥିତିରେ ଆର୍ଚର ଦଳ ପାଇଁ ମ୍ୟାଚ୍ ବିଜେତା ବୋଲି ପ୍ରମାଣ ହୋଇପାରନ୍ତି ।
ମୁମ୍ବାଇ ଇଣ୍ଡିଆନ୍ସ ଏପ୍ରିଲ ୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ ସହିତ ନିଜର ଆଇପିଏଲ୍ ୨୦୨୩ ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ୍ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଆପଣଙ୍କୁ କହି ରଖୁଛୁ ଯେ, ଆଇପିଏଲ୍ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସର ଦଳ ହେଉଛି ସବୁଠାରୁ ସଫଳ ଦଳ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ୫ ଥର ଆଇପିଏଲ ଟାଇଟଲ ଜିତିଛି । ତେବେ ଗତ ସିଜିନ ମୁମ୍ବାଇ ପାଇଁ ବହୁତ ଖରାପ ଥିଲା ।