IPL 2024 Auction: ମିଚେଲ ଷ୍ଟାର୍କ ଭାଙ୍ଗିଲେ ପ୍ୟାଟ୍ କମିନ୍ସଙ୍କ ରେକର୍ଡ; ହୋଇଗଲେ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି
Advertisement

IPL 2024 Auction: ମିଚେଲ ଷ୍ଟାର୍କ ଭାଙ୍ଗିଲେ ପ୍ୟାଟ୍ କମିନ୍ସଙ୍କ ରେକର୍ଡ; ହୋଇଗଲେ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି

Mitchell Starc, IPL 2024 Auction:  ମିଚେଲ ଷ୍ଟାର୍କ କିଛି ମିନିଟ୍ ମଧ୍ୟରେ ପ୍ୟାଟ୍ କମିନ୍ସଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ସେ ବର୍ତ୍ତମାନ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ହୋଇପାରିଛନ୍ତି ।

 

Mitchell Starc Most Expensive, IPL 2024 Auction

Mitchell Starc Most Expensive, IPL 2024 Auction: ଅଷ୍ଟ୍ରେଲିଆର ଷ୍ଟାର ଫାଷ୍ଟ ବୋଲର ମିଚେଲ ଷ୍ଟାର୍କଙ୍କ ଉପରେ ୨୪.୭୫ କୋଟି ଟଙ୍କାର ସବୁଠାରୁ ବଡ୍ ଐତିହାସିକ ବିଡ୍ କରାଯାଇଛି । ତାଙ୍କର ମୂଳ ମୂଲ୍ୟ ଥିଲା ୨ କୋଟି ଟଙ୍କା ଥିଲା । କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ୨୪.୭୫ କୋଟି ଟଙ୍କାରେ ବିଡ୍ କରିଛି । ମିଚେଲ ଷ୍ଟାର୍କ ୯ ବର୍ଷ ପରେ ଆଇପିଏଲରେ ଖେଳୁଥିବା ଦେଖିବାକୁ ମିଳିବ । ଆଇପିଏଲ୍ ଇତିହାସରେ ଏହା ହେଉଛି ସବୁଠାରୁ ବଡ ବିଡ୍ । ସେ ନିଜ ଦେଶର ଖେଳାଳିଙ୍କ ରେକର୍ଡ ଭାଙ୍ଗିଛନ୍ତି । ଏହି ନିଲାମରେ ଏହା ୨୦ କୋଟି କିମ୍ବା ତା’ଠାରୁ ଅଧିକ ଟଙ୍କାର ଦ୍ୱିତୀୟ ବିଡ୍ । ଏହାପୂର୍ବରୁ ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫ କୋଟି ଟଙ୍କାରେ କିଣିଥିଲା ।

ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ୍ ଇତିହାସରେ ୫ ମହଙ୍ଗା ଖେଳାଳିଙ୍କ ତାଲିକା

ମିଚେଲ୍ ଷ୍ଟ୍ରାକ୍:  ୨୪.୭୫ କୋଟି (KKR)
ପ୍ୟାଟ୍ କମିନ୍ସ- ୨୦.୫୦ କୋଟି (SRH)
ସାମ୍ କରନ୍- ୧୮.୫୦ କୋଟି (PBKS)
କ୍ୟାମେରନ୍ ଗ୍ରୀନ୍- ୧୭.୫୦ କୋଟି (MI)
ବେନ୍ ଷ୍ଟୋକ୍ସ- ୧୬.୨୫ କୋଟି (CSK)

ମିଚେଲ ଷ୍ଟାର୍କଙ୍କ ରେକର୍ଡ 
ମିଚେଲ ଷ୍ଟାର୍କଙ୍କ ବିଷୟରେ କହିବାକୁ ଗଲେ ସେ ଶେଷ ଥର ପାଇଁ ଆଇପିଏଲରେ ୨୦୧୫ ସିଜନ୍ ଖେଳିଥିଲେ । ବର୍ତ୍ତମାନ ସେ ୯ ବର୍ଷ ପରେ ଏହି ଲିଗକୁ ଫେରିବେ ଓ ଏହି ଐତିହାସିକ ବିଡ୍ ପରେ ତାଙ୍କର ମନୋବଳ ନିଶ୍ଚିତ ଭାବରେ ଉଚ୍ଚ ହେବ । ଏହାପୂର୍ବରୁ ୨୭ ଟି ଆଇପିଏଲ ମ୍ୟାଚ୍‌ରେ ତାଙ୍କ ନାମରେ ୩୪ ୱିକେଟ୍ ରହିଛି । ସେ ୫୮ ଟି ମ୍ୟାଚ୍ ଖେଳି ଟି-୨୦ ଇଣ୍ଟରନ୍ୟାସନାଲରେ ୭୩ ୱିକେଟ୍ ନେଇଛନ୍ତି । ସେ କେବଳ ଅଷ୍ଟ୍ରେଲିଆ ନୁହେଁ ସମଗ୍ର ବିଶ୍ୱରେ ଟପ୍ ପେସର ମାନଙ୍କ ମଧ୍ୟରୁ ଜଣେ । ସେ ପୂର୍ବରୁ ଆରସିବିର ଏକ ଅଂଶ ଥିଲେ । ଆରସିବି ତାଙ୍କୁ ନେବ ବୋଲି କୁହାଯାଉଥିଲା କିନ୍ତୁ ଗୁଜୁରାଟ ଓ କୋଲକାତା ମଧ୍ୟରେ ଜୋରଦାର ପ୍ରତିଯୋଗିତା ହୋଇଥିଲା । ଏଥିରେ କେକେଆର୍ ଜିତିଥିଲା ।

କିଛି କ୍ଷଣରେ ଭାଙ୍ଗିଗଲା କମିନ୍ସଙ୍କ ରେକର୍ଡ
କିଛି ସମୟ ପୂର୍ବରୁ, ପ୍ୟାଟ୍ କମିନ୍ସ ୨୦.୫୦ କୋଟି ସହିତ ଆଇପିଏଲର ପ୍ରଥମ ୨୦ କୋଟି ବିଡ୍ ଲାଗିଥିବା ଖେଳାଳି ହୋଇଥିଲେ । ସନରାଇଜର୍ସ ହାଇଦ୍ରାବାଦ ତାଙ୍କ ଉପରେ ଏକ ଐତିହାସିକ ବିଡ୍ ଲଗାଇଥିଲା । କିନ୍ତୁ ବର୍ତ୍ତମାନ ତାଙ୍କୁ ତାଙ୍କର ନିଜ ସାଥୀ ମିଚେଲ ଷ୍ଟାର୍କ ପଛରେ ପକାଇଛନ୍ତି । ଏହି ନିଲାମରେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଚାହିଦା ଅଧିକ । ଟ୍ରାଭିସ୍ ହେଡ୍ ମଧ୍ୟ ହାଇଦ୍ରାବାଦ ଦ୍ୱାରା ୬.୮0 ଲକ୍ଷ ଟଙ୍କାରେ କିଣାଯାଇଥିଲା । କିନ୍ତୁ ଅଭିଜ୍ଞ ଷ୍ଟିଭ ସ୍ମିଥଙ୍କୁ କେହି କିଣି ନାହାଁନ୍ତି ।