IPL 2023: ଜାଣିଛନ୍ତି କି ଆଇପିଏଲ ଇତିହାସରେ କେଉଁ ଦଳ ସବୁଠାରୁ କମ ସ୍କୋର କରିଛି
Advertisement
Article Detail0/zeeodisha/odisha1676939

IPL 2023: ଜାଣିଛନ୍ତି କି ଆଇପିଏଲ ଇତିହାସରେ କେଉଁ ଦଳ ସବୁଠାରୁ କମ ସ୍କୋର କରିଛି

IPL 2023: ଦିଲ୍ଲୀ କ୍ୟାପିଟାଲ୍ସ (୮୦), ରାଜସ୍ଥାନ ରୟାଲ୍ସ (୮୧), ବାଙ୍ଗାଲୋର ଓ ଡେକାନ ଚାର୍ଜର୍ସ (ଉଭୟ ୮୨ ରନ ସ୍କୋର), ଲକ୍ଷ୍ନୌ ସୁପର ଜିଆଣ୍ଟସ (୮୨)ଙ୍କ ନାଁରେ ଲୋସ୍କୋର ରେକର୍ଡ ରହିଛି। ସେହିପରି ୨୦୧୩ ମସିହାରେ ଖେଳାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ୮୩ ରନର ଲୋସ୍କୋରିଂ ମ୍ୟାଚର ରେକର୍ଡ ରହିଛି। କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ୮୪ ରନ କରିଥିବାର ରେକର୍ଡ ମଧ୍ୟ ରହିଛି। ସେହିପରି ୨୦୨୧ ମସିହାରେ ଖେଳାଯାଇଥିବା ଏକ ମ୍ୟାଚରେ ୮୫ ରନର ଏକ ଲୋସ୍କୋରିଂ ରେକର୍ଡ ମଧ୍ୟ ରହିଛି। 

IPL 2023: ଜାଣିଛନ୍ତି କି ଆଇପିଏଲ ଇତିହାସରେ କେଉଁ ଦଳ ସବୁଠାରୁ କମ ସ୍କୋର କରିଛି

IPL 2023: ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ ଏହାର ୧୬ତମ ସଂସ୍କରଣ ଜାରି ରହିଛି ଯେଉଁଥିରେ କିଛି ହାଇଭୋଲଟେଜ ମ୍ୟାଚ ଖେଳା ଯାଇଛି। ଆଗକୁ ମଧ୍ୟ ଅନେକ ମ୍ୟାଚ ବାକି ରହିଛି। ସମସ୍ତ ଦଳ ପାୱାରପ୍ଲେ ର ସର୍ବାଧିକ ବ୍ୟବହାର କରିବାକୁ ଚାହିଁବେ। ଏହା ଦେଖାଯାଇଛି ଯେ ଯେଉଁ ଦଳ ପାୱାର୍ ପ୍ଲେକୁ ସର୍ବୋତ୍ତମ ଉପାୟରେ ସଠିକ ଢଙ୍ଗରେ ବ୍ୟବହାର କରେ, ତାହାର ବେଶ ଫାଇଦା ଉଠାଇ ଥାଏ ଦଳ। ତେବେ ହାଇଭୋଲଟେଜ ମ୍ୟାଚ ମଧ୍ୟରେ କିଛି ଲୋ ସ୍କୋରିଂ ମ୍ୟାଚ ମଧ୍ୟ ଦେଖିବାକୁ ମିଳିଛି। ତେବେ ଆସନ୍ତୁ ତାହା ଉପରେ ନଜର ପକାଇବା...

ଆଇପିଏଲ୍ ଇତିହାସରେ ସର୍ବନିମ୍ନ ସ୍କୋର ହେଉଛି ୩୯ ଯାହାକି ୨୦୧୮ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦ୍ୱାରା ସ୍କୋର କରାଯାଇଥିଲା। ଆଇପିଏଲ୍ ଇତିହାସରେ ଏହା ୩୮ ଥର ଘଟିଛି ଯେତେବେଳେ ୧୦୦ ସ୍କୋର ଅତିକ୍ରମ ହୋଇନାହିଁ। ଇଣ୍ଡିଆନ୍ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ୨୬ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି, ଏଥର ଆଇପିଏଲ୍ ଲକ୍ଷ୍ନୌ ୱାରିୟର୍ସ ଏବଂ ଗୁଜୁରାଟ ଟାଇଟାନ୍ସ ନାମକ ବହୁ ନୂଆ ଦଳ ଖେଳୁଥିବା ଦେଖିବ। ଦେଶ ତଥା ବିଶ୍ୱରେ ଆଇପିଏଲର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଆଇପିଏଲରେ ଦୁଇଟି ନୂତନ ଦଳ ଯୋଡିଛନ୍ତି, ଏହା ପରେ ଚଳିତ ବର୍ଷ ୧୦ଟି ଦଳ ଆଇପିଏଲରେ ଖେଳୁଥିବା ଦେଖିବାକୁ ମିଳିବ। ଚଳିତ ବର୍ଷର ଆଇପିଏଲର ଫାଇନାଲ ମେ ୨୯ରେ ଖେଳାଯିବ। ଆଇପିଏଲ୍ ଇତିହାସରେ ୧୫ଟି ସର୍ବନିମ୍ନ ଦଳ ସ୍କୋରକୁ ଦେଖିବା।

ସେହିପରି ଅନ୍ୟ ଲୋ ସ୍କୋରିଂ ମ୍ୟାଚ ମଧ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। ୨୦୧୭ ମସିହାରେ କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ୍ ବାଙ୍ଗାଲୋର ୪୯ ରନ କରି ଅଲଆଉଟ ହୋଇଯାଇଥିଲା। ରାଜସ୍ଥାନ ରୟାଲ୍ସ ଓ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ୨୦୦୯ ମସିହାରେ ଖେଳାଯାଇଥିଲେ। ଯେଉଁଥିରେ ରାଜସ୍ଥାନ ୧୫.୧ ଓଭରରେ ମାତ୍ର ୫୮ ରନ କରି ଅଲ ଆଉଟ ହୋଇଯାଇଥିଲା। ଆଇପିଏଲର ଇତିହାସରେ ୨୦୧୭ ମସିହାରେ ଆଉ ଏକ ଲୋ ସ୍କୋରିଂ ମ୍ୟାଚ ଦେଖିଥିଲେ କ୍ରିକେଟ ପ୍ରଶଂସକ। ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚରେ ଦିଲ୍ଲୀ ଟିମ ୧୩.୪ ଓଭରରେ ମାତ୍ର ୬୬ ରନ କରି ଅଲଆଉଟ ହୋଇଯାଇଥିଲା। ଏହି ମ୍ୟାଚରେ ଦିଲ୍ଲୀକୁ ୧୪୬ ରନରେ ମୁମ୍ବାଇ ପରାସ୍ତ କରିଥିଲା। 

ଆଇପିଏଲ ଇତିହାସରେ ସେହିଭଳି ଆଉଏକ ଲୋ-ସ୍କୋରିଂ ମ୍ୟାଚ ଦେଖିବାକୁ ମିଳିଥିଲା ୨୦୦୮ ମସିହାରେ। ଓ୍ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯାଇଥିବା ଏକ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୮ ଓ୍ୱିକଟେରେ ପରାସ୍ତ କରିଥିଲା ମୁମ୍ବାଇ। ଏହି ମ୍ୟାଚରେ କୋଲକାତା ମାତ୍ର ୬୭ ରନରେ ଅଲ ଆଉଟ ହୋଇଯାଇଥିଲା। ସେହିପରି ୨୦୧୭ରେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ୬୭ ରନରେ ଅଲଆଉଟ ହୋଇଯାଇଥିଲା। ସେହିପରି ୨୦୨୨ ମସିହାରେ ଖେଳାଯାଇଥିବା  ଆଇପିଏଲର ଏକ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ମଧ୍ୟ ବେଶ ଲୋ ସ୍କୋର କରି ଅଲଆଉଟ ହୋଇଯାଇଥିଲା। ମାତ୍ର ୬୮ ରନ କରି ବାଙ୍ଗାଲୋର ଦଳ ଅଲ ଆଉଟ ହୋଇଯାଇଥିଲା। ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଠାରୁ ବାଙ୍ଗାଲୋର ୯ ଓ୍ୱିକେଟରେ ହାରିଯାଇଥିଲା। 

୨୦୧୪ ଓ ୨୦୧୯ ମସିହାରେ ଖେଳାଯାଇଥିବା ଆଇପିଏଲରେ ବାଙ୍ଗାଲୋର ଲୋ ସ୍କୋର କରି ପରାଜୟ ବରଣ କରିଥିଲା। ଏହି ଦୁଇଟି ମ୍ୟାଚରେ ବାଙ୍ଗାଲୋର ମାତ୍ର ୭୦ ରନ କରିଥିଲା। ସେହିପରି ୨୦୧୭ ମସିହାରେ ପଞ୍ଜାବ ମଧ୍ୟ ମାତ୍ର ୭୩ ରନ କରି ଅଲ ଆଉଟ ହୋଇଯାଇଥିଲା। ତେବେ କିଛି ଦିନ ପାଇଁ ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିବା କୋଚି ଟସ୍କର୍ସ ନାଁରେ ମଧ୍ୟ ଲୋ ସ୍କୋରିଂ ମ୍ୟାଚ ଖେଳିବାର ରେକର୍ଡ ରହିଛି। ୨୦୧୧ ମସିହାରେ ଡେକାନ ଚାର୍ଜର୍ସ ବିପକ୍ଷରେ ଖେଳାଯାଇଥିବା ଏକ ମ୍ୟାଚରେ କୋଚି ମାତ୍ର ୭୪ ରନ କରିଥିଲା। ସେହିପରି ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ୭୯ ରନ ର ଲୋ ସ୍କୋରିଂ ମ୍ୟାଚ ରେକର୍ଡ ରହିଛି। 

ସେହିପରି ଅନ୍ୟ ଟିମ ଗୁଡ଼ିକ ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ (୮୦), ରାଜସ୍ଥାନ ରୟାଲ୍ସ (୮୧), ବାଙ୍ଗାଲୋର ଓ ଡେକାନ ଚାର୍ଜର୍ସ (ଉଭୟ ୮୨ ରନ ସ୍କୋର), ଲକ୍ଷ୍ନୌ ସୁପର ଜିଆଣ୍ଟସ (୮୨)ଙ୍କ ନାଁରେ ଲୋସ୍କୋର ରେକର୍ଡ ରହିଛି। ସେହିପରି ୨୦୧୩ ମସିହାରେ ଖେଳାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ୮୩ ରନର ଲୋସ୍କୋରିଂ ମ୍ୟାଚର ରେକର୍ଡ ରହିଛି। କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ୮୪ ରନ କରିଥିବାର ରେକର୍ଡ ମଧ୍ୟ ରହିଛି। ସେହିପରି ୨୦୨୧ ମସିହାରେ ଖେଳାଯାଇଥିବା ଏକ ମ୍ୟାଚରେ ୮୫ ରନର ଏକ ଲୋସ୍କୋରିଂ ରେକର୍ଡ ମଧ୍ୟ ରହିଛି।