RCB vs DC: ବିଜୟ କୁମାରଙ୍କ ବିପଜ୍ଜନକ ବୋଲିଂ ଆଗରେ ଧରାଶାୟୀ ହେଲା ଦିଲ୍ଲୀ; ୨୩ ରନରେ ବିଜୟ ହାସଲ କଲା ଆରସିବି
Advertisement
Article Detail0/zeeodisha/odisha1653968

RCB vs DC: ବିଜୟ କୁମାରଙ୍କ ବିପଜ୍ଜନକ ବୋଲିଂ ଆଗରେ ଧରାଶାୟୀ ହେଲା ଦିଲ୍ଲୀ; ୨୩ ରନରେ ବିଜୟ ହାସଲ କଲା ଆରସିବି

RCB vs DC Match Highlights: କ୍ରମାଗତ ପଞ୍ଚମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଏହି ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ଆଜି ୨୩ ରନରେ ପରାସ୍ତ ହୋଇଛି ।

 

ସାଙ୍କେତିକ ଛବି

IPL 2023: RCB vs DC, ଆଇପିଏଲର ୧୬ ତମ ସିଜନରେ, ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) ଦଳର କ୍ରମାଗତ ଖରାପ ପ୍ରଦର୍ଶନ ଜାରି ରହିଛି । ଆଜି ଅର୍ଥାତ ଶନିବାର ଦିନ ମ୍ୟାଚରେ ୱାର୍ନରଙ୍କ ଟିମ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal Challengers Bangalore) ଦଳ ଠାରୁ ୨୩ ରନ୍‌ର ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଛି । ଏହି ମ୍ୟାଚ୍‌ ଜିତିବା ପାଇଁ ଦିଲ୍ଲୀ ଦଳ ସାମ୍ନାରେ ୨୦ ଓଭରରେ ୧୭୫ ରନ୍‌ର ଲକ୍ଷ୍ୟ ଥିଲା, କିନ୍ତୁ ଦଳ ୯ ୱିକେଟ୍ ହରାଇ ୨୦ ଓଭରରେ ମାତ୍ର ୧୫୧ ରନ୍ କରିବାରେ ସଫଳ ହୋଇଥିଲା । ଏହି ମ୍ୟାଚରେ ବିଜୟକୁମାର ବିଶ୍ୱକ (Vijaykumar Vyshak) ଆରସିବି ପାଇଁ ପ୍ରଥମ ମ୍ୟାଚ୍ ଖେଳି ଏକ ଚମତ୍କାର ପ୍ରଦର୍ଶନ କରିଥିଲେ । ଚଳିତ ସିଜନରେ ଏହା ହେଉଛି ଦିଲ୍ଲୀର କ୍ରମାଗତ ପଞ୍ଚମ ପରାଜୟ ।

୧୭୫ ରନ୍ ସ୍କୋରକୁ ପିଛାକରି ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଆରମ୍ଭ ବହୁତ ଖରାପ କରିଥିଲା । ଦଳ ଖାତା ଖୋଲିବା ପରେ ପୃଥ୍ଵୀ ଶ' ୱିକେଟ୍ ହରାଇଥିଲା । ଏହା ପରେ ଦିଲ୍ଲୀ ଦଳ ମିଚେଲ ମାର୍ଶଙ୍କ ରୂପରେ ପରବର୍ତ୍ତୀ ଝଟକା ମଧ୍ୟ ପାଇଥିଲା, ଯିଏ ଶୂନ୍ୟର ବ୍ୟକ୍ତିଗତ ସ୍କୋରରେ ୱେନ ପୁର୍ନେଲଙ୍କ ବଲରେ ଶିକାର ହୋଇଥିଲେ ।

ଏହା ପରେ ୩ ରନ ସ୍କୋରରେ ଦିଲ୍ଲୀ ଦଳ ୟଶ ଧୁଲଙ୍କ ରୂପରେ ତୃତୀୟ ଝଟକା ପାଇଥିଲେ, ଯିଏ ମହମ୍ମଦ ସିରାଜଙ୍କ ବ୍ୟକ୍ତିଗତ ୧ ରନ୍ ସ୍କୋର କରି ଏଲବିଡବ୍ଲୁକୁ ଆଉଟ୍ ହୋଇଥିଲେ । ଏଠାରୁ ମନୀଷ ପାଣ୍ଡେଙ୍କ ସହ ଡେଭିଡ ୱାର୍ନର ସ୍କୋରକୁ ଆଗକୁ ନେଇ ଦଳକୁ ଗୁରୁତର ପରିସ୍ଥିତିରୁ ବାହାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦଳର ୩୦ ରନ ସ୍କୋରରେ ଦିଲ୍ଲୀ ଦଳର ଅଧିନାୟକ ୱାର୍ଣ୍ଣରଙ୍କ ରୂପରେ ଚତୁର୍ଥ ଝଟକା ପାଇଥିଲେ । ୱାର୍ଣ୍ଣର ବ୍ୟକ୍ତିଗତ ୧୯ ରନ ସ୍କୋର କରି ବିଜୟକୁମାରଙ୍କ ଶିକାର ହୋଇଥିଲେ । ଦିଲ୍ଲୀ ଦଳ ପ୍ରଥମ ୬ ଓଭରରେ ମାତ୍ର ୩୨ ରନ୍ ସ୍କୋର କରିବାରେ ସଫଳ ହୋଇଥିବାବେଳେ, ୪ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇଥିଲା ।

fallback

ଆରବିସିର ଡେବ୍ୟୁାଣ୍ଟ ବିଜୟକୁମାର ବିଶ୍ୱକ ଦଳ ତରଫରୁ ସବୁଠାରୁ ସଫଳ ବୋଲର ଥିଲେ । ସେ ୪ ଓଭରରେ ୨୦ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । ତାଙ୍କ ବ୍ୟତୀତ ମହମ୍ମଦ ସିରାଜ ମଧ୍ୟ ୨ ଜଣ ବ୍ୟାଟ୍ସମ୍ୟାନକୁ ଆଉଟ କରିଥିଲେ । ଏହାପୂର୍ବରୁ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ସହାୟତାରେ ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୧୭୪ ରନ୍ ସଂଗ୍ରହ କରିଥିଲେ ।

ଏହି ମ୍ୟାଚରେ ଓପନିଂ କରିବାକୁ ଆସିଥିବା କିଙ୍ଗ କୋହଲି ୩୩ ବଲରେ ନିଜ ଅର୍ଦ୍ଧଶତକ ପୂରା କରିଛନ୍ତି । ଏହି ସମୟରେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଉପସ୍ଥିତ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଷ୍ଟାଣ୍ଡରେ କରତାଳି ସହ ଫ୍ଲାଇଙ୍ଗ କିସ୍ ଦେଉଥିବାର ନଜର ଆସିଥିଲେ । ଅନୁଷ୍କାଙ୍କ ଏହି ପ୍ରତିକ୍ରିୟା ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି ।

ଏହା ବି ପଢ଼ନ୍ତୁ: RCB vs DC: ବିରାଟ କୋହଲିଙ୍କ ଅର୍ଦ୍ଧଶତକ ପରେ ଅନୁଷ୍କା ଶର୍ମା ଦେଲେ କ୍ୟୁଟ୍ ରିଆକ୍ସନ, ଷ୍ଟାଣ୍ଡରୁ ଥାଇ 'କିଙ୍ଗ'କୁ ଦେଲେ ଫ୍ଲାଇଙ୍ଗ କିସ୍