CSK vs RR: ଚେନ୍ନାଇ ବିପକ୍ଷରେ ବିଜୟ ସତ୍ତ୍ବେ ଏତିକି ଟଙ୍କାର ଜରିମାନା ଗଣିବେ ଅଧିନାୟକ ସଞ୍ଜୁ ସାମସନ
Advertisement

CSK vs RR: ଚେନ୍ନାଇ ବିପକ୍ଷରେ ବିଜୟ ସତ୍ତ୍ବେ ଏତିକି ଟଙ୍କାର ଜରିମାନା ଗଣିବେ ଅଧିନାୟକ ସଞ୍ଜୁ ସାମସନ

CSK vs RR: ବୁଧବାର ଦିନ ଆଇପିଏଲର ୧୭ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ୍ ଓ ରାଜସ୍ଥାନ ରୟାଲସ୍ । କିନ୍ତୁ ଏହି ବିଜୟ ସତ୍ତ୍ବେ ଧିମା ବୋଲିଂ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନଙ୍କ ଉପରେ ଜରିମାନା ଲଗାଯାଇଛି ।

ସୌ(ସୋସିଆଲ ମିଡିଆ)

IPL 2023: ଆଇପିଏଲ୍ ୨୦୨୩ର ୧୭ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ (Rajasthan Royals) ଚେନ୍ନାଇ ସୁପର କିଙ୍ଗ୍ସକୁ ୩ ରନରେ ପରାସ୍ତ କରି ବିଜୟ ହାସଲ କରିଛି।  କିନ୍ତୁ ଏହି ବିଜୟ ସତ୍ତ୍ବେ ଧିମା ବୋଲିଂ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନଙ୍କ (Sanju Samson) ଉପରେ ଜରିମାନା ଲଗାଯାଇଛି । ଏହାପୂର୍ବରୁ ଆରସିବି ଅଧିନାୟକ ଫାଫ ଡୁ ପ୍ଲେସିସଙ୍କ (RCB Captain Faf du Plessis) ଉପରେ ମଧ୍ଯ ସମାନ ଜରିମାନା ଲଗାଯାଇଥିଲା। ବୁଧବାର ଦିନ ଆଇପିଏଲର (IPL 2023) ୧୭ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ୍ (chennai super kings) ଓ ରାଜସ୍ଥାନ ରୟାଲସ୍ (Rajasthan Royals) । ଚେନ୍ନାଇର ଚିଦାମ୍ବରମ ଷ୍ଚାଡି଼ୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା ରାଜସ୍ଥାନ ରୟାଲସ୍ (Rajasthan Royals) । ଦଳ ୮ ୱିକେଟ୍ ହରାଇ ୧୭୫ ରନ ସଂଗ୍ରହ କରିଥିଲା । ବିଜୟ ପାଇଁ ୧୭୬ ରନ୍ ଲକ୍ଷ୍ୟ ହାସଲ କରିବାକୁ ଯାଇ ଧୋନି ବାହିନୀ ୨୦ ଓଭରରେ ୬ ୱିକେଟ୍ (wicket) ହରାଇ ୧୭୨ ରନ୍ ସ୍କୋର କରିପାରିଥିଲା। ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୧୪ ବର୍ଷ ପରେ ଚେନ୍ନାଇକୁ ତାର ଘରୋଇ ମଇଦାରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି । ତେବେ ବିଜୟ ପରେ ବି ଆରଆର ଅଧିନାୟକ ସଞ୍ଜୁ ସାମସନଙ୍କ ଉପରେ ସ୍ଲୋ ଓଭର ବୋଲିଂ ପାଇଁ ଜରିମାନା ଲଗାଯାଇଛି।

ବାସ୍ତବରେ, ସଞ୍ଜୁ ସାମସନଙ୍କ ( Sanju Samson) ବୋଲରମାନେ ନିର୍ଦ୍ଧାରିତ ସମୟରେ ୨୦ ଓଭର ପୂରଣ କରିପାରିନଥିଲେ। ଏହି କାରଣରୁ ଧିମା ବୋଲିଂ ପାଇଁ (slow over rate) ପାଇଁ ଅଧିନାୟକଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଆଇପିଏଲ ଆଚରଣ ସଂହିତା ଅନୁଯାୟୀ, (ipl code of conduct) ସଞ୍ଜୁ ସାମସନଙ୍କ ଦଳର ଏହା ହେଉଛି ପ୍ରଥମ ଭୁଲ। ଏହି କାରଣରୁ ଅଧିନାୟକଙ୍କ (Captain Sanju Samson) ଉପରେ ଜରିମାନା କରାଯାଇଛି। ଯଦି ରାଜସ୍ଥାନ (Rajasthan Royals) ପକ୍ଷରୁ ଦ୍ୱିତୀୟ ଥର ପାଇଁ ସମାନ ଭୁଲକୁ ପୁନରାବୃତ୍ତି ହୁଏ ତାହାଲେ ଦଳର ଅନ୍ୟ ଖେଳାଳିଙ୍କ ଉପରେ ମଧ୍ୟ ଜରିମାନା ଲଗାଯିବ। ଆଇପିଏଲ (IPL 2023) ଦ୍ବାରା ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଚେନ୍ନାଇ ବିପକ୍ଷ ଆଇପିଏଲ୍ ୨୦୨୩ର ୧୭ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଉପରେ ଧିମା ବୋଲିଂ ପାଇଁ ଜରିମାନା ଲଗାଯାଇଛି। ଆଇପିଏଲର ଆଚରଣ ବିଧି ଅନୁଯାୟୀ, (ipl code of conduct) ସର୍ବନିମ୍ନ ଓଭର ରେଟ୍ ଅଫେନ୍ସକୁ ନେଇ ଏହା ହେଉଛି ଦଳର ପ୍ରଥମ ଅପରାଧ। ତେଣୁ କେବଳ ଅଧିନାୟକଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି ।

ଏହା ବି ପଢନ୍ତୁ-CSK Vs RR 2023: ରାଜସ୍ଥାନଠାରୁ ପରାଜୟ ପରେ କ୍ଷୋଭ ପ୍ରକାଶ କଲେ ଧୋନୀ, କହିଲେ..

ପ୍ରକାଶ ଥାଉ କି, ଆଇପିଏଲ୍ ୨୦୨୩ରେ ସଞ୍ଜୁ ସାମସନ୍ ( Sanju Samson ) ହେଉଛନ୍ତି ଦ୍ୱିତୀୟ ଅଧିନାୟକ, ଯାହାଙ୍କ ଉପରେ ଧିମା ବୋଲିଂ ପାଇଁ ଜୋରିମାନା ଲଗାଯାଇଛି। ଏହାପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal challengers Bangalore) ଅଧିନାୟକ ଫାଫ ଡୁ ପ୍ଲେସିସଙ୍କ (Faf du Plessis) ଉପରେ ମଧ୍ଯ ଧିମା ବୋଲିଂ ପାଇଁ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (lucknow super giants) ବିପକ୍ଷ ମ୍ୟାଚରେ ଆରସିବି (RCB) ବହୁତ ଧିରେ ଓଭର ଶେଷ କରିଥିଲା।