Rohit Sharma: ଡ୍ରେସିଂ ରୁମରେ ରୋହିତଙ୍କୁ ସମ୍ଭାଳିବା ହୋଇଥିଲା କଷ୍ଟକର, ଜାଣନ୍ତୁ କାହିଁକି
Advertisement

Rohit Sharma: ଡ୍ରେସିଂ ରୁମରେ ରୋହିତଙ୍କୁ ସମ୍ଭାଳିବା ହୋଇଥିଲା କଷ୍ଟକର, ଜାଣନ୍ତୁ କାହିଁକି

ଇଣ୍ଡିଆନ୍ ଏକ୍ସପ୍ରେସର ଖବର ଅନୁଯାୟୀ ପରାଜୟ ପରେ ଭାରତୀୟ ଦଳର କୋଚ୍ ଓ ଅଧିନାୟକ ଦଳକୁ ସମ୍ବୋଧନ କରିଥିଲେ। ଏହି ସମୟରେ ଦ୍ରାବିଡ କହିଛନ୍ତି ଯେ ଦଳ ବହୁତ ଭଲ କ୍ରିକେଟ୍ ଖେଳିଛି ଏବଂ ସମସ୍ତେ ନିଜ ପରିଶ୍ରମ ପାଇଁ ଗର୍ବିତ ହେବା ଉଚିତ୍। ଏଥି ସହିତ ରୋହିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Rohit Sharma: ଡ୍ରେସିଂ ରୁମରେ ରୋହିତଙ୍କୁ ସମ୍ଭାଳିବା ହୋଇଥିଲା କଷ୍ଟକର, ଜାଣନ୍ତୁ କାହିଁକି

Rohit Sharma:  ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ (T20 World Cup) ଭାରତ (India) ସେମିଫାଇନାଲରେ (Semifinal) ହାରିବା ପରେ ଯାତ୍ରା ଶେଷ ହୋଇଥିଲା। ଇଂଲଣ୍ଡ (England) ଠାରୁ ୧୦ ଓ୍ୱିକେଟରେ ହାରିବା ପରେ ଭାରତର  (INDIA) ବିଶ୍ୱକପ (World Cup) ସ୍ୱପ୍ନ ଚୁରମାର ହୋଇ ଯାଇଥିଲା। ଏହି ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ନିଜ ଉପରେ ନିୟନ୍ତ୍ରଣ ହରାଇ ଦେଇଥିଲେ। ପରାଜିତ ହେବା ପରେ ରୋହିତଙ୍କ ଆଖି କଣରେ ଜକେଇ ଆସିଥିଲା ଲୁହ। ଯାହାକୁ ଦେଖିଥିଲା ସମଗ୍ର ବିଶ୍ୱ ଦେଖିଥିଲା। କୋଚ ରାହୁଲ ଦ୍ରାବିଡ଼ ତାଙ୍କୁ ସମ୍ଭାଳିବାକୁ ଲାଗିଥିଲେ। ଡ୍ରେସିଂ ରୁମ ମଧ୍ୟରେ ରୋହିତ ପୁରା ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ସମ୍ଭାଳିବା ପାଇଁ ସାଥି ଖେଳାଳି ପ୍ରୟାସ କରିଥିଲେ। 

ଇଣ୍ଡିଆନ୍ ଏକ୍ସପ୍ରେସର ଖବର ଅନୁଯାୟୀ ପରାଜୟ ପରେ ଭାରତୀୟ ଦଳର କୋଚ୍ ଓ ଅଧିନାୟକ ଦଳକୁ ସମ୍ବୋଧନ କରିଥିଲେ। ଏହି ସମୟରେ ଦ୍ରାବିଡ କହିଛନ୍ତି ଯେ ଦଳ ବହୁତ ଭଲ କ୍ରିକେଟ୍ ଖେଳିଛି ଏବଂ ସମସ୍ତେ ନିଜ ପରିଶ୍ରମ ପାଇଁ ଗର୍ବିତ ହେବା ଉଚିତ୍। ଏଥି ସହିତ ରୋହିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅଧିକ ପଢନ୍ତୁ: Danushka Gunathilaka: ୪ ଥର ଦୁଷ୍କର୍ମ ପରେ ମହିଳାଙ୍କ ଗଳା ଚାପି ଥିଲେ ଏହି କ୍ରିକେଟର!

ଖବର ଅନୁଯାୟୀ, ଦଳର କିଛି ସଦସ୍ୟ କହିଛନ୍ତି ଯେ ଅତୀତରେ ମଧ୍ୟ ଅନେକ ପରାଜୟ ହୋଇଛି, କିନ୍ତୁ ସେମାନେ ରୋହିତଙ୍କୁ ଏତେ ଭାଙ୍ଗିଯିବାର କେବେ ଦେଖିନଥିଲେ। ଇଂଲଣ୍ଡକୁ ପରାସ୍ତ କରିବା ପରେ ଦଳ ସେମାନଙ୍କ ମ୍ୟାଚ୍ ପାଇଁ ପ୍ୟାକ୍ କରିବାରେ ବ୍ୟସ୍ତ ଥିଲା, ଯେତେବେଳେ ବିଳମ୍ବିତ ରାତିରେ ଦଳର ହ୍ୱାଟସ୍ ଆପ୍ ଗ୍ରୁପ୍ ଉପରେ ଏକ ବାର୍ତ୍ତା ଆସିଥିଲା। ତେବେ ଭାରତ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ପ୍ରତିଟି ଖେଳାଳି ଏକ ବୈଠକରେ ଏକତ୍ରିତ ହୋଇଥିଲେ। ଏଥିରେ ପ୍ରତିଟି ଖେଳାଳି ପରସ୍ପରକୁ ଆଲିଙ୍ଗନ କରିଥିଲେ। 

ଟି୨୦ ବିଶ୍ୱକପରେ ଭାରତ ଯାତ୍ରାର ବେଶ ଦମଦାର ରହିଥିଲା। କିନ୍ତୁ ସେମିଫାଇନାଲରେ ବିଫଳ ହୋଇଥିଲା ଭାରତ। ଏହା ସହିତ ଆଇସିସି ଇଭେଣ୍ଟସ ନକଆଉଟରେ ପୁଣି ଥରେ ଫ୍ଲପ ହୋଇଥିଲା । ଗ୍ରୁପ ୨ରେ ଭାରତ ୫ଟାରୁ ୪ଟି ଜିତି ଗ୍ରୁପ ଶୀର୍ଷରେ ରହିଥିଲା। ପ୍ରାୟ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଭାରତ ଆଇସିସି ଟ୍ରଫି ଜିତି ପାରି ନାହିଁ। ଶେଷ ଥର ପାଇଁ ଭାରତ ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଟ୍ରଫି ଜିତିଥିଲା। ବିଶ୍ୱାସ କରାଯାଉଥିଲା ଯେ ଏମଏସ ଧୋନି ପରେ ରୋହିତ ଶର୍ମା ଭାରତକୁ ଟାଇଟଲ ଦେଇପାରିବେ, କିନ୍ତୁ ସେ ମଧ୍ୟ ଫ୍ଲପ ଥିଲେ।

ଅଧିକ ପଢନ୍ତୁ: T20 World Cup 2022: ଟିମ୍ ଇଣ୍ଡିଆର ପରାଜୟ ପରେ କଟାକ୍ଷ କଲେ ଗମ୍ଭୀର, ଶୁଣି ବରଦାସ୍ତ କରିପାରିବେନି ଅଧିନାୟକ ରୋହିତ!

ଅଧିକ ପଢନ୍ତୁ: IND vs NZ: ଟି-20 ବିଶ୍ୱକପରେ ପରାଜୟ ପରେ ହଠାତ୍ ବଦଳିଲା ଟିମ୍ ଇଣ୍ଡିଆର କୋଚ! ଏହି ଦିଗଜ୍ଜଙ୍କୁ ମିଳିଲା କମାଣ