Legends League Cricket 2023: ଏହି ଭାରତୀୟ ଖେଳାଳି ପୁଣି ଥରେ ପଡ଼ିଆରେ ଆସିବେ ନଜର, ସାଥୀ ଖେଳାଳିଙ୍କ ପତ୍ନୀଙ୍କୁ କରିଥିଲେ ଗର୍ଭବତୀ!
Advertisement
Article Detail0/zeeodisha/odisha1599182

Legends League Cricket 2023: ଏହି ଭାରତୀୟ ଖେଳାଳି ପୁଣି ଥରେ ପଡ଼ିଆରେ ଆସିବେ ନଜର, ସାଥୀ ଖେଳାଳିଙ୍କ ପତ୍ନୀଙ୍କୁ କରିଥିଲେ ଗର୍ଭବତୀ!

Legends League Cricket 2023: ସୋମବାର ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ ମାଷ୍ଟର୍ସରେ ଯୋଗଦେବା ଖେଳାଳିଙ୍କ ନାମ ଘୋଷଣା କରିଛି । ଏହି ଲିଗରେ ଟିମ୍ ଇଣ୍ଡିଆର ଜଣେ ଖେଳାଳି ଖେଳୁଥିବା ନଜର ଆସିବେ ଯିଏ ଚଳିତ ବର୍ଷ ଆରମ୍ଭରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହି ଖେଳାଳିଙ୍କ କ୍ୟାରିୟର ବିବାଦରେ ଘେରି ରହିଛି । ଏହି ଖେଳାଳି ନିଜ ସାଥୀ ଖେଳାଳିଙ୍କ ପତ୍ନୀଙ୍କୁ ମଧ୍ୟ ବିବାହ କରିଥିଲେ । 

Legends League Cricket 2023: ଏହି ଭାରତୀୟ ଖେଳାଳି ପୁଣି ଥରେ ପଡ଼ିଆରେ ଆସିବେ ନଜର, ସାଥୀ ଖେଳାଳିଙ୍କ ପତ୍ନୀଙ୍କୁ କରିଥିଲେ ଗର୍ଭବତୀ!

Legends League Cricket 2023: ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି । ସୋମବାର ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ (LLC 2023) ମାଷ୍ଟର୍ସରେ ଯୋଗଦେବା ଖେଳାଳିଙ୍କ ନାମ ଘୋଷଣା କରିଛି । ଏହି ଲିଗରେ ଟିମ୍ ଇଣ୍ଡିଆର ଜଣେ ଖେଳାଳି ଖେଳୁଥିବା ନଜର ଆସିବେ ଯିଏ ଚଳିତ ବର୍ଷ ଆରମ୍ଭରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହି ଖେଳାଳିଙ୍କ କ୍ୟାରିୟର ବିବାଦରେ ଘେରି ରହିଛି । ଏହି ଖେଳାଳି ନିଜ ସାଥୀ ଖେଳାଳିଙ୍କ ପତ୍ନୀଙ୍କୁ ମଧ୍ୟ ବିବାହ କରିଥିଲେ । ଭାରତୀୟ ଦଳର ବ୍ୟାଟ୍ସମ୍ୟାନ୍ ମୁରଲୀ ବିଜୟ (Murali Vijay) ଜାନୁଆରୀ ମାସରେ ୩୮ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ସୋସିଆଲ ମିଡିଆରେ ଅବସର ବିଷୟରେ ମୁରଲୀ ବିଜୟ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ । ସେ ବର୍ତ୍ତମାନ ଲିଜେଣ୍ଡ କ୍ରିକେଟ ଲିଗରେ ଇଣ୍ଡିଆ ମହାରାଜା (India Maharajas) ର  ପ୍ରତିନିଧିତ୍ୱ କରିବେ । ଏହି ଲିଗ୍ କତାରର ଦୋହାସ୍ଥିତ ଏସିଆନ୍ ଟାଉନ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବାର ଅଛି । ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ (Legends League Cricket 2023) ମାର୍ଚ୍ଚ ୧୦ରୁ ଆରମ୍ଭ ହେବାର ଯିବାର ଅଛି ।

ମୁରଲୀ ବିଜୟ (Murali Vijay) ଜାନୁଆରୀ ମାସରେ ଅବସର ଗ୍ରହଣ ଘୋଷଣା କରିବା ପରେ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ (Legends League Cricket 2023) ତାଙ୍କ ପ୍ରଥମ ପ୍ରତିଯୋଗିତାମୂଳକ ଟୁର୍ଣ୍ଣାମେଣ୍ଟ ହେବ । ମୁରଲୀ ବିଜୟ (Murali Vijay) ଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଭାରତୀୟ ଟେଷ୍ଟ ଦଳରେ ପ୍ରମୁଖ ଖେଳାଳି ରହିଆସିଛନ୍ତି । ମୁରଲୀ ବିଜୟ (Murali Vijay) ଭାରତୀୟ ଟି-20 ଲିଗରେ ମଧ୍ୟ ନିଜ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । 

ଏଲସିଏଲ୍ ମାଷ୍ଟର୍ସରେ ନିଜର ଅଂଶଗ୍ରହଣ ବିଷୟରେ ମୁରଲୀ ବିଜୟ (Murali Vijay) କହିଛନ୍ତି ଯେ, "LLC ମାଷ୍ଟର୍ସ ୨୦୨୩ର ଅଂଶ ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ ଓ ଇଣ୍ଡିଆନ ମହାରାଜାସ୍ (India Maharajas) ପାଇଁ ପଡ଼ିଆକୁ ଯିବାକୁ ସମ୍ପୂର୍ଣ୍ଣ ଉତ୍ସାହିତ ଅଛି । ଆମର ଏକ ମଜବୁତ ଦଳ ଅଛି ଯାହା ସମସ୍ତ ବିଭାଗରେ ସନ୍ତୁଳିତ ଦେଖାଯାଏ । ନିକଟ ଅତୀତରେ ଇଣ୍ଡିଆନ୍ ମହାରାଜାସ୍ ସୁରେଶ ରୈନା, ହରଭଜନ ସିଂ ଏବଂ ଷ୍ଟୁଆର୍ଟ ବିନିଙ୍କ ସହ ନିଜ ଦଳକୁ ମଜବୁତ କରିଛି ।"

ଏଠାରେ କହି ରଖୁଛୁ ଯେ, ଭାରତର ଅଭିଜ୍ଞ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ  (Dinesh Karthik) ଓ ମୁରଲୀ ବିଜୟ (Murali Vijay) ଙ୍କ ମଧ୍ୟରେ ବିବାଦ କାହାଠାରୁ ଲୁଚି ନାହିଁ । ମୁରଲୀ ବିଜୟ ନିଜ ସାଥୀ ଖେଳାଳି ଦୀନେଶ କାର୍ତ୍ତିକଙ୍କୁ ଧୋକା ଦେଇ ତାଙ୍କର ପ୍ରଥମ ପତ୍ନୀ ନିକିତା ଭଞ୍ଜାରା (Nikita Vanjara) ଙ୍କୁ ବିବାହ କରିଥିଲେ । ଯେତେବେଳେ ଦୀନେଶ କାର୍ତ୍ତିକ ନିକିତାଙ୍କୁ ଛାଡପତ୍ର ଦେଇଥିଲେ, ସେତେବେଳେ ସେ ଗର୍ଭବତୀ ଥିଲେ । ଛାଡପତ୍ର ପରେ ନିକିତା ମୁରଲୀ ବିଜୟଙ୍କୁ ବିବାହ କରିଥିଲେ । କୁହାଯାଏ ଯେ ଦୀନେଶ କାର୍ତ୍ତିକ ନିଜ ପୁଅ ଉପରେ ନିଜର ଅଧିକାର ପ୍ରମାଣ କରିବାକୁ ଚେଷ୍ଟା କରିନାହାଁନ୍ତି । ଅନେକ ରିପୋର୍ଟରେ କୁହାଯାଇଛି ଯେ ଏହି ଶିଶୁ ମୁରଲୀ ବିଜୟଙ୍କର ଅଟେ ।

ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ଏକାଥରେ ମିଳିବ ୨-୨ଟି ବଡ଼ ଖୁସି ଖବର, ମହଙ୍ଗା ଭତ୍ତା ବଢ଼ିବା ସହ ବେସିକ୍ ଦରମାରେ ହେବ ବୃଦ୍ଧି!

ଅଧିକ ପଢ଼ନ୍ତୁ:-କେତେ ସମ୍ପତ୍ତିର ମାଲିକ ଶୁଭମାନ ଗିଲ; ଜାଣନ୍ତୁ ତାଙ୍କର କ'ଣ ରହିଛି ଶିକ୍ଷାଗତ ଯୋଗ୍ୟତା

ମୁରଲୀ ବିଜୟ ୨୦୦୮ ମସିହାରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ ମ୍ୟାଚ୍ ଖେଳିଥିଲେ । ମୁରଲୀ ବିଜୟ ଭାରତ ପାଇଁ ୬୧ଟି ଟେଷ୍ଟ ମ୍ୟାଚ୍, ୧୭ଟି ODI ଏବଂ ୯ଟି ଟି-20 ମ୍ୟାଚ୍ ଖେଳିଛନ୍ତି । ଏହି ଟେଷ୍ଟ ମ୍ୟାଚଗୁଡିକରେ ସେ ଏଭେରେଜ ୩୮.୨୯ରେ ୩୯୮୨ ରନ୍ କରିଥିବାବେଳେ ODI ରେ ସେ ଏଭେରେଜ ୨୧.୧୯ରେ ୩୩୯ ରନ୍ ଏବଂ ଟି-20 ଏଭେରେଜ ୧୮.୭୮ ରନ୍ ସଂଗ୍ରହ କରିଛନ୍ତି । ଡିସେମ୍ବର ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ମୁରଲୀ ବିଜୟ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏହା ପରେ ସେ କେବେବି ଟିମ୍ ଇଣ୍ଡିଆରେ ସୁଯୋଗ ପାଇନଥିଲେ ।