ICC World Cup 2023: ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ଦେଖନ୍ତୁ ଲାଇଭ୍ ଅପଡେଟସ୍
Advertisement
Article Detail0/zeeodisha/odisha1914097

ICC World Cup 2023: ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ଦେଖନ୍ତୁ ଲାଇଭ୍ ଅପଡେଟସ୍

India Pakistan World Cup Match 2023: ଚଳିତ ବିଶ୍ୱକପ୍ ମୁକାବିଲାରେ ଅକ୍ଟୋବର ୧୪ ତାରିଖ ଶନିବାର ଅନୁଷ୍ଠିତ ହେବ ଏକ ହାଇ ଭୋଲଟେଜ ମ୍ୟଚ୍। ଯେଉଁଥି୍ରେ ଅନେକ ବର୍ଷ ପରେ ପରସ୍ପରକୁ ଭେଟିବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ। 

 

 ICC World Cup 2023: ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ଦେଖନ୍ତୁ ଲାଇଭ୍ ଅପଡେଟସ୍
LIVE Blog

India vs Pakistan Match Live Updates: ବନ୍ଧୁଗଣ, Zee Odisha କ୍ରିକେଟ ବିଶ୍ୱକପ୍ ୨୦୨୩ ଲାଇଭ ଅପଡ଼େଟ କୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆମେ ଆପଣଙ୍କୁ ଭାରତ-ପାକିସ୍ତାନ ମ୍ୟାଚ୍ ର ଟିକିନିଖ ଅପଡ଼େଟ୍ ପ୍ରଦାନ କରିବୁ। ଅକ୍ଟୋବର ୧୪ ତାରିଖ ଶନିବାର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ଠାରେ ଖେଳାଯିବ ଭାରତ-ପାକିସ୍ତାନ ୨୦୨୩ ବିଶ୍ୱକପ୍ ମ୍ୟାଚ୍। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ହେବାକୁ ଯାଉଥିବା ମୁକାବିଲାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏବେ ଠାରୁ ଉତ୍କଣ୍ଠା ବଢିବାରେ ଲାଗିଲାଣି। ଶନିବାର ମଧ୍ୟାନ୍ନ ୧:୩୦ ସମୟରେ ଆରମ୍ଭ ହେବ ଏହି ମ୍ୟାଚ୍।  

Rohit Sharma PC: ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଯେଉଁଥିରେ ସେ ଶୁବମନ ଗିଲଙ୍କ ବିଷୟରେ ଏକ ବଡ ଅପଡେଟ୍ ଦେଇଥିଲେ ଓ କହିଥିଲେ ଯେ ଗିଲ ମ୍ୟାଚ ପାଇଁ ୯୯ ପ୍ରତିଶତ ଫିଟ୍। ବିଶ୍ୱକପରେ ଏହା ଭାରତୀୟ ଦଳର ତୃତୀୟ ମ୍ୟାଚ୍ ହେବ। ଟିମ୍ ଇଣ୍ଡିଆ ଉଭୟ ମ୍ୟାଚ୍ ଜିତି ସାରିଛି। ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଏବଂ ବାଂଲାଦେଶ ବିପକ୍ଷରେ ଦ୍ୱିତୀୟ ମ୍ୟାଚ ଜିତିଛି। ସାମ୍ବାଦିକ ସମ୍ମିଳନୀରେ ଦଳର ବୋଲିଂ ମିଶ୍ରଣ ବିଷୟରେ ମଧ୍ୟ ରୋହିତ ଶର୍ମା କହିଥିଲେ। ତିନି ଜଣ ସ୍ପିନରଙ୍କ ସହ ଯିବା ପ୍ରଶ୍ନରେ ଭାରତୀୟ ଦଳର ଅଧିନାୟକ କହିଛନ୍ତି ଯେ ସେ ଏ ପର୍ଯ୍ୟନ୍ତ ପିଚ୍ ଦେଖିନାହାଁନ୍ତି। ଆବଶ୍ୟକ ହେଲେ ଏହି ଖେଳାଳି ଆଗକୁ ଆସିବାକୁ ପ୍ରସ୍ତୁତ ଅଛନ୍ତି।

ପାକିସ୍ତାନ ବିପକ୍ଷ ବିଶ୍ୱକପରେ ୭-୦ ଅପରାଜୟ ରେକର୍ଡ ସମ୍ପର୍କରେ ରୋହିତ ଶର୍ମା କହିଛନ୍ତି ଯେ ସେ ଏଭଳି ରେକର୍ଡ ପ୍ରତି ଧ୍ୟାନ ଦେଉନାହାଁନ୍ତି। ସେମାନେ କେବଳ ଏକ ଦଳ ଭାବରେ ଭଲ କ୍ରିକେଟ୍ ଖେଳିପାରିବେ ଉପରେ ଧ୍ୟାନ ଦେଇଥାନ୍ତି। ଆପଣଙ୍କୁ କହିରଖୁଛୁ ଯେ ବିଶ୍ୱକପ୍‌ ମୁକାବିଲାରେ ଟିମ୍ ଇଣ୍ଡିଆ ପ୍ରତ୍ୟେକ ଥର ପାକିସ୍ତାନ ଦଳକୁ ପରାସ୍ତ କରିଛି। ଉଭୟ ଦଳ ବିଶ୍ୱକପ୍‌ ମୁକାବିଲାରେ ସର୍ବମୋଟ ୭ ଥର ମୁହାଁମୁହିଁ ହୋଇଛନ୍ତି।

ଆପଣ ଏହି ଆପରେ ଦେଖିପାରିବେ ଲାଇଭ୍ ଷ୍ଟ୍ରିମିଂ 
ଷ୍ଟାର୍ ନେଟୱାର୍କ ଅଧିନସ୍ଥ ହଟ୍ ଷ୍ଟାର୍ କ୍ରିକେଟ୍ ସିଜିନ୍ ରେ ଆଇପିଏଲ୍ ଏବଂ ବିଶ୍ୱକପ୍ ଭଳି ଲାଇଭ୍ ଷ୍ଟ୍ରିମିଂ କ୍ଷମତା ଯୋଗୁଁ ଅଧିକ ବ୍ୟବହୃତ ହୋଇଥାଏ। ଏହା ସହ HBO, ABC ଆଦି ଅନେକ ବିଦେଶୀ କମ୍ପାନୀ ସହିତ ସହଭାଗୀ ହୋଇଥିଲା। ଆପଣଙ୍କୁ କହି ରଖୁଛୁ ଯେ ଯଦି ଆପଣ ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍ ୨୦୨୩ ଲାଇଭ୍ ଷ୍ଟ୍ରିମିଂ ଦେଖିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ହଟଷ୍ଟାର୍ ଆପ୍ ଡାଉନଲୋଡ୍ କରିବାକୁ ହେବ। ଏହି ଆପ୍ ମାଧ୍ୟମରେ ଆପଣ ସମ୍ପୂର୍ଣ୍ଣ ମ୍ୟାଚ୍ ମାଗଣା ଦେଖିପାରିବେ। ଆପଣ କେବଳ ଇଣ୍ଟରନେଟ ମୂଲ୍ୟ ପ୍ରଦାନ କରିବେ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେ.ଏଲ ରାହୁଲ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ଶାମି, ରବୀଚନ୍ଦ୍ରନ ଅଶ୍ୱିନ, ଇଶାନ କିଶନ

ପାକିସ୍ତାନ ଦଳ: ବାବର ଆଜାମ (ଅଧିନାୟକ), ଶାଦବ ଖାନ, ଫଖର ଜମାନ, ଇମାମ-ଉଲ-ହକ, ଅବଦୁଲ୍ଲା ଶଫିକ୍, ମହମ୍ମଦ ରିଜୱାନ, ସାଉଦ ଶକିଲ, ଇଫତିଖର ଅହମ୍ମଦ, ସଲମାନ ଅଲି ଆଘା, ମହମ୍ମଦ ନୱାଜ, ଉସାମା ମିର, ହାରିସ ରଉଫ, ହାସନ ଅଲି, ଶାହିନ ଆଫ୍ରିଦି, ମହମ୍ମଦ ୱାସିମ୍।