MS Dhoni Sister: କ'ଣ କରନ୍ତି ଧୋନିଙ୍କ ବଡ଼ ଭଉଣୀ, କାହାକୁ କରିଛନ୍ତି ବିବାହ, ଜାଣିଛନ୍ତି କି?
Advertisement

MS Dhoni Sister: କ'ଣ କରନ୍ତି ଧୋନିଙ୍କ ବଡ଼ ଭଉଣୀ, କାହାକୁ କରିଛନ୍ତି ବିବାହ, ଜାଣିଛନ୍ତି କି?

MS Dhoni Sister: କ୍ରିକେଟର ମହେନ୍ଦ୍ର ସିଂ ଧୋନି (MS Dhoni)।  ତାଙ୍କ ଲାଇଫ ଷ୍ଟାଇଲ୍ ଓ ଫ୍ୟାମିଲ୍ ବିଷୟରେ ଜାଣିବାକୁ ଫ୍ୟାନ୍ସଙ୍କ ବହୁତ ଆଗ୍ରହ ରହିଛି।  ଅନେକ ଲୋକ ଜାଣନ୍ତି ନାହିଁ ଯେ , ଧୋନିଙ୍କ (Dhoni) ବଡ଼ ଭଉଣୀ ଜୟନ୍ତୀ ଗୁପ୍ତା (Jayanti gupta) ତାଙ୍କ କ୍ୟାରିୟର ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଜାଣନ୍ତୁ କଣ କରନ୍ତି ଧୋନିଙ୍କ ବଡ ଭଉଣୀ ଆଉ କାହାକୁ କରିଛନ୍ତି ବିବାହ...

ସୌଜନ୍ୟ- ସୋସିଆଲ ମିଡ଼ିଆ

MS Dhoni Sister: କ୍ରିକେଟର ମହେନ୍ଦ୍ର ସିଂ ଧୋନି (MS Dhoni)। ସେ ଏକମାତ୍ର ଅଧିନାୟକ ଯିଏକି ଟିମ୍ ଇଣ୍ଡିଆକୁ (Team india) ବିଶ୍ୱକପ ଜିତାଇବାରେ ସାହାର୍ଯ୍ୟ କରିଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଫ୍ୟାନ୍ସ ଫଲୋଇଙ୍ଗ ସଂଖ୍ୟା ମଧ୍ୟ କିଛି କମ୍ ନାହିଁ। ସୋସିଆଲ ମିଡିଆରେ ତାଙ୍କୁ ଅନେକ ଲୋକେ ଫଲୋ କରନ୍ତି। ତାଙ୍କ ଲାଇଫ ଷ୍ଟାଇଲ୍ ଓ ଫ୍ୟାମିଲ୍ ବିଷୟରେ ଜାଣିବାକୁ ଫ୍ୟାନ୍ସଙ୍କ ବହୁତ ଆଗ୍ରହ ରହିଛି।  ଅନେକ ଲୋକ ଜାଣନ୍ତି ନାହିଁ ଯେ , ଧୋନିଙ୍କ (Dhoni) ବଡ଼ ଭଉଣୀ ଜୟନ୍ତୀ ଗୁପ୍ତା (Jayanti gupta) ତାଙ୍କ କ୍ୟାରିୟର ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଜୟନ୍ତୀ ଗୁପ୍ତା ଏମଏସ ଧୋନିଙ୍କ ଠାରୁ ୪ ବର୍ଷ ବଡ ଏବଂ ଧୋନିଙ୍କ ବନ୍ଧୁଙ୍କୁ ବିବାହ କରିଛନ୍ତି।

Also Read: Cricketers Govt Jobs : ଏହି ୧୦ କ୍ରିକେଟର କରିଛନ୍ତି ସରକାରୀ ଚାକିରି

 

Also Read: T20 World Cup 2024 Schedule: ଟି-୨୦ ବିଶ୍ୱକପ ପାଇଁ ତାରିଖ ଘୋଷଣା, ଏଠାରେ ଦେଖନ୍ତୁ ସମ୍ପର୍ଣ୍ଣ କାର୍ଯ୍ୟସୂଚୀ

ଜୟନ୍ତୀ ଗୁପ୍ତା(Jayanti gupta), ଧୋନିଙ୍କୁ କ୍ରିକେଟର ହେବାରେ ବହୁତ ସମର୍ଥନ କରିଥିଲେ,ଯେତେବେଳେ ସେ ଦେଶ ପାଇଁ କ୍ରିକେଟ୍ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ।  ସେତେବେଳେ ଧୋନିଙ୍କ ପିତା ତାଙ୍କୁ କ୍ରିକେଟ୍ ନ ଖେଳିବାକୁ କହୁଥିଲେ। କିନ୍ତୁ ସେହି ସମୟରେ ଧୋନିଙ୍କୁ ପ୍ରେରଣା ଯୋଗାଉଥିଲେ ଜୟନ୍ତୀ। କ୍ରିକେଟ୍ ଖେଳିବାକୁ ସେ ଧୋନିଙ୍କୁ ପ୍ରୋତ୍ସାହିତ କରୁଥିଲେ। ଧୋନିଙ୍କ ଭଉଣୀ ସୋସିଆଲ ମିଡିଆ ଏବଂ ଲାଇମଲାଇଟ୍ ଦୁନିଆରୁ ଦୂରରେ ରୁହନ୍ତି। ସେ ଝାଡଣ୍ଡର ରାଞ୍ଚିରେ ରୁହନ୍ତି । ଏବଂ ସାଧାରଣ ଜୀବନଯାପନ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଧୋନିଙ୍କ ଭଉଣୀ (MS Dhoni Sister)ରାଞ୍ଚିର ଏକ ସରକାରୀ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଅଛନ୍ତି। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଧୋନିଙ୍କ ଜଣେ ଖାସ୍ ବନ୍ଧୁଙ୍କୁ (MS Dhoni best friend) ଜୟନ୍ତୀ ବିବାହ କରିଛନ୍ତି। ଧୋନି ଯେତେବେଳେ କ୍ରିକେଟରେ କ୍ୟାରିୟର ଆରମ୍ଭ କରିଥିଲେ। ସେତେବେଳେ ଧୋନି ରାଜ୍ୟ ତଥା ଜିଲ୍ଲା ସ୍ତରରେ ଖେଳିବା ଆରମ୍ଭ କରିଥିଲେ। ସେତେବେଳେ ଧୋନିଙ୍କ ଭଉଣୀ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ। ଧୋନିଙ୍କୁ କ୍ରିକେଟ୍ ଦୁନିଆରେ ପହଞ୍ଚାଇବାରେ ତାଙ୍କର ବଡ଼ ହାତ ଥିଲା।

Also Read:  HBD Sanjay Dutt: ଜଣେ କି ଦୁଇ ଜଣ ନୁହେଁ, ଏତିକି ଶହ ଯୁବତୀଙ୍କ ସହ ଥିଲା ସଞ୍ଜୁବାବାଙ୍କ ପ୍ରେମ ସମ୍ପର୍କ

Also Read: Horoscope Today 29 July 2023: ଏହି ୩ ରାଶିରେ ରହିଛି ଘାତଚନ୍ଦ୍ର ଯୋଗ, ମାଲେମାଲ୍ ହେବେ ଏହି ୪ ରାଶି! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏମଏସ ଧୋନି ତାଙ୍କ କ୍ୟାରିୟରରେ ୯୦ ଟି ଟେଷ୍ଟ, ୩୫୦ ଟି (ODI) ଏବଂ ୯୮ ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ଯଥାକ୍ରମେ ୪୮୭୬,୧୦୭୭୩ ଏବଂ ୧୬୧୭ ରନ୍ ସଂଗ୍ରହ କରିଛନ୍ତି। ଟେଷ୍ଟରେ ତାଙ୍କର ୬ ଶତାବ୍ଦୀ ଏବଂ ୧ ଡବଲ୍ ଶତାବ୍ଦୀ ରହିଛି । ଏଥି ସହିତ ଧୋନି ODIରେ ୧୦ ଶତକ ହାସଲ କରିଛନ୍ତି। ଧୋନି ଟି -୨୦ ଇଣ୍ଟରନ୍ୟାସନାଲରେ ୨ ଅର୍ଦ୍ଧଶତକ ହାସଲ କରିଛନ୍ତି । ଆଇପିଏଲରେ ମାହି ୫୦୦୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ସେ ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗସ୍ସକୁ (Chennai Super Kings) ଚଳିତ ଥର ଚାମ୍ପିଅନ୍ କରିଛନ୍ତି ।