Neeraj Chopra: ଭାରତର ତାରକା ଜାଭେଲିନ୍ ଖେଳାଳି ନୀରଜ ଚୋପ୍ରା ଏହି ସପ୍ତାହରେ ବର୍ମିଂହାମ ଠାରେ ଅନୁଷ୍ଠିତ ହେବାକୁ ଥିବା କମନୱେଲ୍ଥ ଗେମ୍ସ ୨୦୨୨ (Birmingham 2022 Commonwealth Games) ରେ ଭାଗ ନେଇପାରିବେ ନାହିଁ । ସେ ଟୁର୍ଣ୍ଣାମେଣ୍ଟରୁ ନିଜ ନାମ ପ୍ରତ୍ୟାହାର କରି ନେଇଛନ୍ତି ।
Trending Photos
Birmingham 2022 Commonwealth Games: କମନୱେଲ୍ଥ ଗେମ୍ସ ୨୦୨୨ (Commonwealth Games 2022) ଗୁରୁବାର ଦିନ ଅର୍ଥାତ ୨୮ ଜୁଲାଇରୁ ଇଂଲଣ୍ଡର ବର୍ମିଂହାମରୁ (Birmingham) ଆରମ୍ଭ ହେବ, କିନ୍ତୁ ଏହାର ଠିକ୍ ପୂର୍ବରୁ ଭାରତକୁ ଏକ ବଡ଼ ଝଟକା ଲାଗିଛି । ଏହି କମନୱେଲ୍ଥ ଗେମ୍ସରେ ଜାଭେଲିନ୍ ଥ୍ରୋୟର (Javelin thrower Neeraj Chopra) ଇଭେଣ୍ଟରେ ପଦକ ପ୍ରତିଯୋଗୀ ଭାବରେ ବିବେଚିତ ହେଉଥିବା ଭାରତର ତାରକା ନୀରଜ ଚୋପ୍ରା (Neeraj Chopra) ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ଆହତ କାରଣରୁ ନୀରଜ ଚୋପ୍ରାଙ୍କୁ ଏହି ବଡ ଟୁର୍ଣ୍ଣମେଣ୍ଟରୁ ଓହରି ଯିବାକୁ ପଡିଛି । ସେ ଆଗାମୀ ତିନି-ଚାରି ସପ୍ତାହ ପାଇଁ ବିଶ୍ରାମ ନେବାକୁ ଯାଉଛନ୍ତି ।
ଆହତ କାରଣରୁ ନୀରଜ ଚୋପ୍ରା ବର୍ମିଂହାମ କମନୱେଲ୍ଥ ଗେମ୍ସରୁ ବାଦ ପଡିଛନ୍ତି । ନିକଟରେ ଶେଷ ହୋଇଥିବା ୨୦୨୨ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସେ ୮୮.୧୩ ମିଟର ଥ୍ରୋ କରି ରୌପ୍ୟ ପଦକ ଜିତି ଦେଶ ପାଇଁ ଇତିହାସ ସୃଷ୍ଟି କରିଥିଲେ । ଏହି ପ୍ରତିଯୋଗିତାରେ ପଦକ ଜିତିବାରେ ସେ ଦ୍ୱିତୀୟ ଭାରତୀୟ ଓ ରୌପ୍ୟ ପଦକ ଜିତିବାରେ ପ୍ରଥମ ଭାରତୀୟ ଖେଳାଳି ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ ସମୟରେ ତାଙ୍କ ଡାହାଣ ଜଙ୍ଘରେ ସାମାନ୍ୟ ସ୍ଟ୍ରେଚ ହୋଇଥିଲା ।
ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିବା ପରେ ଗୋଡରେ ଯନ୍ତ୍ରଣା ଅନୁଭବ କରିଥିବା ନିଶ୍ଚିତ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଅବଶ୍ୟ, ସେ ଚତୁର୍ଥ ଥ୍ରୋରେ ନିଜର ପଦକ ନିଶ୍ଚିତ କରିଥିଲେ ଓ ପରବର୍ତ୍ତୀ ଦୁଇଟି ଥ୍ରୋ ଫିଙ୍ଗିବା ସମୟରେ ସେ ପ୍ରବଳ ଯନ୍ତ୍ରଣାରେ ଛଟପଟ ହୋଇଥିଲେ, ଏହି କାରଣରୁ ଥ୍ରୋ ଫାଉଲ ହୋଇଯାଇଥିଲା । ନୀରଜ ଚୋପ୍ରାଙ୍କର ଏକ ଆଘାତ ଲାଗିଛି, ତାଙ୍କୁ ସୁସ୍ଥ ହେବାକୁ ସମୟ ଲାଗିବ । ଏହା ବି ପଢ଼ନ୍ତୁ: ହିନ୍ଦୁମାନଙ୍କୁ ତାଲିବାନର ଅପିଲ: 'ଫେରି ଆସ ଆଫଗାନିସ୍ତାନ, ମିଳିବ ସୁରକ୍ଷାର ପୂରା ଗ୍ୟାରେଣ୍ଟି'
ବିଶ୍ୱ ଆଥଲେଟିକ୍ସ ଇଭେଣ୍ଟ ପରେ ସେ କହିଥିଲେ ଯେ ଚତୁର୍ଥ ଥ୍ରୋ ପରେ ସେ ବ୍ୟାଣ୍ଡେଜ୍ କରି ଫିଙ୍ଗିବାକୁ ଯାଇଥିଲେ, କିନ୍ତୁ ବହୁତ ଯନ୍ତ୍ରଣା ଅନୁଭବ କରିଥିଲେ । ଏହି କାରଣରୁ ତାଙ୍କ ଥ୍ରୋ ଭଲ ନଥିଲା । ସେ କହିଥିଲେ ଯେ ଏହା ଶୀଘ୍ର ଭଲ ହୋଇଯିବ ବୋଲି ସେ ଆଶା କରିଥିଲେ, କିନ୍ତୁ ତାହା ହୋଇପାରିଲା ନାହିଁ । ସେ ବର୍ତ୍ତମାନ କମନୱେଲ୍ଥ ଗେମ୍ସରୁ ବାହାରକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି ଓ ପ୍ରାୟ ୨୦ ଦିନ ବିଶ୍ରାମ ନେବାକୁ ଯାଉଛନ୍ତି । ଏହି ମେଗା ଇଭେଣ୍ଟ ପୂର୍ବରୁ ଭାରତ ପାଇଁ ଏହା ଏକ ବଡ ଝଟକା । ଏହା ବି ପଢ଼ନ୍ତୁ: ମୁଁ ପ୍ରତିଜ୍ଞା କରୁଛି ବିଜେପି, ଟିଏମସି ଓ ବିଜେଡିର କୌଣସି ସାଂସଦଙ୍କୁ କଲ୍ କରିବି ନାହିଁ: ମାର୍ଗରେଟ୍ ଆଲଭା