Team India: ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆର ବଦଳିଗଲା ପ୍ଲାନ୍, BCCI ହଠାତ୍ କଲା ବଡ଼ ପରିବର୍ତ୍ତନ!
Advertisement
Article Detail0/zeeodisha/odisha1627324

Team India: ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆର ବଦଳିଗଲା ପ୍ଲାନ୍, BCCI ହଠାତ୍ କଲା ବଡ଼ ପରିବର୍ତ୍ତନ!

Team India: କ୍ରିକେଟ ଦୃଷ୍ଟିରୁ ଚଳିତ ବର୍ଷ ଅତି ଗୁରୁତ୍ୱପୂର୍ଣ୍ଣ ରହିବାକୁ ଯାଉଛି । ଟିମ୍ ଇଣ୍ଡିଆ ଚଳିତ ବର୍ଷ ତିନୋଟି ଆଇସିସି ଟୁର୍ଣ୍ଣାମେଣ୍ଟର ଅଂଶ ହେବାକୁ ଯାଉଛି । ଜୁନ୍ ମାସରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ଖେଳିବ । ଏହା ପରେ ସେପ୍ଟେମ୍ବର-ଅକ୍ଟୋବରରେ ଦଳକୁ ଏସିଆ କପ୍ ଖେଳିବାକୁ ପଡ଼ିବ । ଏହା ଶେଷ ହେବା ପରେ ଦିନିକିଆ ବିଶ୍ୱକପ ମଧ୍ୟ ହେବାର ଅଛି ।

Team India: ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆର ବଦଳିଗଲା ପ୍ଲାନ୍, BCCI ହଠାତ୍ କଲା ବଡ଼ ପରିବର୍ତ୍ତନ!

India Tour of West Indies: ଚଳିତ ବର୍ଷ ଭାରତୀୟ କ୍ରିକେଟ ଦଳ (Indian Cricket Team) ଲଗାତର କ୍ରିକେଟ୍ ମ୍ୟାଚ୍ ଖେଳିବାକୁ ଯାଉଛି । ଚଳିତ ବର୍ଷ ମାର୍ଚ୍ଚ ୩୧ରୁ ଇଣ୍ଡିଆନ ପ୍ରିମିୟର ଲିଗ୍ ବା ଆଇପିଏଲ୍ ୨୦୨୩ (IPL) ଆରମ୍ଭ ହେବାକୁ ଯାଉଛି । ଏହା ପରେ ଦଳ କ୍ରମାଗତ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳିବ । ଟିମ୍ ଇଣ୍ଡିଆ (Team India) ଚଳିତ ବର୍ଷ ତିନୋଟି ଆଇସିସି ଟୁର୍ଣ୍ଣାମେଣ୍ଟ (ICC Tournaments) ର ଅଂଶ ହେବାକୁ ଯାଉଛି । ଜୁନ୍ ମାସରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ (WTC Final) ଖେଳିବ । ଏହା ପରେ ସେପ୍ଟେମ୍ବର-ଅକ୍ଟୋବରରେ ଦଳକୁ ଏସିଆ କପ୍ (Asia Cup 2023) ଖେଳିବାକୁ ପଡ଼ିବ । ଏହା ଶେଷ ହେବା ପରେ ଦିନିକିଆ ବିଶ୍ୱକପ (ODI World Cup 2023) ମଧ୍ୟ ହେବାର ଅଛି । ତେବେ ବର୍ତ୍ତମାନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ଭାରତୀୟ ଦଳ ଦଳର ପ୍ଲାନରେ ସାମାନ୍ୟ ପରିବର୍ତ୍ତନ କରିଛି ।

ପ୍ରକୃତରେ ଆଇପିଏଲ୍ ଶେଷ ହେବାର ପ୍ରାୟ ଏକ ମାସ ପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତ (India Tour Of West Indies) ରେ ଯିବ । କିନ୍ତୁ ଏହାପୂର୍ବରୁ ଜୁଲାଇ-ଅଗଷ୍ଟରେ ହେବାକୁ ଥିବା ଏହି ଯାତ୍ରା ବିଷୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଟିମ୍ ଇଣ୍ଡିଆ (Team India) ଏହି ଗସ୍ତରେ ୨ଟି ଟେଷ୍ଟ ମ୍ୟାଚ୍, ୩ଟି ଟି-20 ମ୍ୟାଚ୍ ଓ ୩ଟି ODI ଖେଳିବାର ଥିଲା । କିନ୍ତୁ ବର୍ତ୍ତମାନ ଏହି କାର୍ଯ୍ୟସୂଚୀ ବଦଳିଛି । ବର୍ତ୍ତମାନ ଏହି ଗସ୍ତରେ ୧୦ଟି ମ୍ୟାଚ୍ ଖେଳାଯିବ । ଏହି ଗସ୍ତରେ ଅନୁଷ୍ଠିତ ହେବାକୁ ଥିବା ୩ଟି ଟି-20 ମ୍ୟାଚ୍ ବଦଳରେ ବର୍ତ୍ତମାନ ମୋଟ ୫ଟି ଟି-20 ମ୍ୟାଚ୍ (India vs West Indies) ଖେଳାଯିବ । କ୍ରିକବଜ୍ ରିପୋର୍ଟ ଅନୁଯାୟୀ ଏହି ସୂଚନା ସାମ୍ନାକୁ ଆସିଛି । ବିସିସିଆଇ (BCCI) ଏପର୍ଯ୍ୟନ୍ତ ଏନେଇ କୌଣସି ଆଧିକାରୀକ ଘୋଷଣା କରିନାହିଁ ।

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ମୁଖ୍ୟମନ୍ତ୍ରୀ ବଢ଼ାଇଲେ ୪ ପ୍ରତିଶତ ମହଙ୍ଗା ଭତ୍ତା

ଅଧିକ ପଢ଼ନ୍ତୁ-କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ନେଇ କର୍ମଚାରୀଙ୍କୁ କହିଲେ ଏହି କଥା

ଅଧିକ ପଢ଼ନ୍ତୁ-WTC ଫାଇନାଲ୍ ଖେଳି ପାରିବେନି ଟିମ୍ ଇଣ୍ଡିଆର ଏହି ୩ ଧୁରନ୍ଧର, ଅଧିନାୟକ ରୋହିତ ଶର୍ମାଙ୍କ ବଢ଼ିଲା ଟେନସନ୍!

ଭାରତର ୱେଷ୍ଟଇଣ୍ଡିଜ୍ ଗସ୍ତ ଜୁଲାଇ ଦ୍ୱିତୀୟ ସପ୍ତାହରେ ଆରମ୍ଭ ହେବାର ସମ୍ଭାବନା ରହିଛି । ସେପଟେ ଆଗାମୀ ଦିନରେ ଏହି ଗସ୍ତରେ କେଉଁ ମ୍ୟାଚ୍ ଅନୁଷ୍ଠିତ ହେବ ତାହାର ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ ପାଇବ । ୧୦ ମ୍ୟାଚର ଏହି ଗସ୍ତ ଶେଷ ହେବା ପରେ ଦଳ ଅଗଷ୍ଟ ତୃତୀୟ ସପ୍ତାହରେ ଆୟର୍ଲାଣ୍ଡ ଗସ୍ତରେ ୩ଟି ଟି-୨୦ ଖେଳିବ । ଏହି ସୂଚନା କ୍ରିକେଟ୍ ଆୟର୍ଲାଣ୍ଡ ନିଜେ ଦେଇଛି । ୱେଷ୍ଟଇଣ୍ଡିଜ୍ ଗସ୍ତକୁ ଯିବା ପୂର୍ବରୁ ରୋହିତ ଶର୍ମା ଆଣ୍ଡ କମ୍ପାନୀ ପାଇଁ ଘରେ ବିସିସିଆଇ ଏକ ସ୍ୱଳ୍ପ ଦ୍ୱିପାକ୍ଷିକ ସିରିଜ୍ ଆୟୋଜନ କରିବାକୁ ଯୋଜନା କରିଛି । କ୍ରିକବଜ୍ ରିପୋର୍ଟ କରିଛି ଯେ, ଯଦି ସମ୍ଭବ ତେବେ  ଲଣ୍ଡନରେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପରେ ଜୁନ୍ ୨୦୨୩ର ଅବଶିଷ୍ଟ ଦିନରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ସହିତ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ମଧ୍ୟ ଖେଳାଯାଇପାରେ ।