Odisha Sports Budget: ୯୮ କୋଟି ବଢ଼ିଲା ଖେଳ ବଜେଟ୍‍
Advertisement
Article Detail0/zeeodisha/odisha2425816

Odisha Sports Budget: ୯୮ କୋଟି ବଢ଼ିଲା ଖେଳ ବଜେଟ୍‍

Odisha hikes sports budget: ଓଡ଼ିଶା ସରକାର ନିଜର ବାର୍ଷିକ କ୍ରୀଡ଼ା ବଜେଟରେ କ୍ରୀଡ଼ା ଓ ଯୁବସେବା ପାଇଁ ୧୩୧୫ କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରିଛନ୍ତି।

 

Odisha hikes sports budget

ଭୁବନେଶ୍ୱର: ଓଡ଼ିଶା ସରକାର ନିଜର ବାର୍ଷିକ କ୍ରୀଡ଼ା ବଜେଟରେ କ୍ରୀଡ଼ା ଓ ଯୁବସେବା ପାଇଁ ୧୩୧୫ କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରିଛନ୍ତି। ବିଧାନସଭାରେ କ୍ରୀଡ଼ା ବଜେଟ୍ ଘୋଷଣା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସରକାର ଗତବର୍ଷର ୧୨୧୭ କୋଟି ଟଙ୍କା ତୁଳନାରେ ୯୮ କୋଟି ଟଙ୍କା ବୃଦ୍ଧି କରିଛନ୍ତି। ଏହି ଆବଣ୍ଟନରେ କାର୍ଯ୍ୟକ୍ରମ ବଜେଟ୍ ପାଇଁ ୧୨୧୦ କୋଟି ଟଙ୍କା ଏବଂ ପ୍ରତିଷ୍ଠା, ପରିଚାଳନା ଓ ରକ୍ଷଣାବେକ୍ଷଣ (ଇଓଏମ୍) ବଜେଟ୍ ଅଧୀନରେ ୧୦୫ କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି।

ଏହି ବଜେଟରେ ଭୁବନେଶ୍ୱରରେ ନୂତନ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ, ରାଜ୍ୟର ୪ଟି ଜୋନରେ ବିଶ୍ୱସ୍ତରୀୟ କ୍ରୀଡ଼ା ଏକାଡେମୀ ପ୍ରତିଷ୍ଠା, ଜିଲ୍ଲାସ୍ତରୀୟ କ୍ରୀଡ଼ା ଏକାଡେମୀ ପ୍ରତିଷ୍ଠା,ମିନି ଷ୍ଟାଡିୟମର ସକ୍ରିୟତା ଏବଂ ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ପାଇଁ ୯୫୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଯୁବଶକ୍ତି ଯୋଜନା ପାଇଁ ଯୁବଶକ୍ତି ଯୋଜନା ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ତୃଣମୂଳ ସ୍ତରରେ ପ୍ରତିଭାବାନ ଯୁବ ଆଥଲେଟଙ୍କୁ ଖୋଜି ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରୋତ୍ସାହିତ କରିବା ପାଇଁ ଖେଳ ରତ୍ନ ଖୋଜା ଅଭିଯାନ ଆରମ୍ଭ କରାଯିବ । ଚଳିତ ଆର୍ଥିକ ବର୍ଷରେ ଉତ୍କୃଷ୍ଟ କ୍ରୀଡ଼ାବିତ୍ ଓ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପାଇଁ ୬୫ କୋଟି ଟଙ୍କାର ସହାୟତା ଆବଣ୍ଟନ କରାଯାଇଛି।