Odisha Train Accident: ଓଡି଼ଶା ଟ୍ରେନ୍ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ୩୦ କୋଟି ଟଙ୍କା ଦାନ କରିଛନ୍ତି କି ବିରାଟ କୋହଲି? ଜାଣନ୍ତୁ ସତ୍ୟତା
Advertisement
Article Detail0/zeeodisha/odisha1727383

Odisha Train Accident: ଓଡି଼ଶା ଟ୍ରେନ୍ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ୩୦ କୋଟି ଟଙ୍କା ଦାନ କରିଛନ୍ତି କି ବିରାଟ କୋହଲି? ଜାଣନ୍ତୁ ସତ୍ୟତା

Virat Kohali On Odisha Train Accident: ବିରାଟ କୋହଲି ଓଡି଼ଶାର ବାଲେଶ୍ୱରରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ସେ ୩୦ କୋଟି ଟଙ୍କା ଦାନ କରିଥିବା ଏକ ରିପୋର୍ଟରେ ଦାବି କରାଯାଇଛି ।

ସୌ: ସୋସିଆଲ ମିଡିଆ

Odisha Train Accident: ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟରର ବାଲେଶ୍ୱରରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ଏଥିରେ ପ୍ରାୟ ୨୭୫ ଲୋକ ପ୍ରାଣ ହରାଇଛନ୍ତି ଓ ୧୦୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବିରାଟ କୋହଲି (Virat Kohali) ଟ୍ୱିଟ୍ କରି ଏଥିରେ ଦୁଃଖ ପ୍ରକାଶ କରିଛନ୍ତି । ଏଥି ସହ କୋହଲି ମଧ୍ୟ ଏହି ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ୩୦ କୋଟି ଟଙ୍କା ଦାନ କରିଥିବା ରିପୋର୍ଟରେ ଦାବି କରାଯାଇଛି ।

ଟ୍ୱିଟରେ ଦୁଃଖ ପ୍ରକାଶ କରିଥିଲେ ବିରାଟ କୋହଲି 
ଓଡି଼ଶାରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣା ଯୋଗୁଁ ଦେଶ ତଥା ବିଦେଶର ଅନେକ ସେଲିବ୍ରିଟି  ମାନେ ଦୁଃଖ ପ୍ରକାଶ କରିଥିଲେ । ଏହି ଧାରାବାହିକରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ଶୁକ୍ରବାର ଦିନ ଏକ ଟ୍ୱିଟରେ ପୀଡିତଙ୍କ ପରିବାର ପାଇଁ ପ୍ରାର୍ଥନା କରିଛନ୍ତି । ସେ ଲେଖିଛନ୍ତି ଯେ 'ଓଡିଶାରେ ଘଟିଥିବା ଯନ୍ତ୍ରଣାଦାୟକ ଟ୍ରେନ୍ ଦୁର୍ଘଟଣା ବିଷୟରେ ଶୁଣି ଦୁଃଖିତ । ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପାଇଁ ମୁଁ ପ୍ରାର୍ଥନା କରୁଛି ଓ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି ।

୩୦ କୋଟି ଦାନ କରିଛନ୍ତି କି ବିରାଟ କୋହଲି?
ବିରାଟ କୋହଲିଙ୍କ ଟ୍ୱିଟ ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଦାବି କରାଯାଉଛି ଯେ ସେ ଓଡି଼ଶା ଟ୍ରେନ ଦୁର୍ଘଟଣା ସହାୟତା ପାଣ୍ଠିକୁ ୩୦ କୋଟି ଟଙ୍କା ଦାନ କରିଛନ୍ତି । ଲୋକଙ୍କୁ ସାହାଯ୍ୟ କରିବା ପାଇଁ କୋହଲି ସର୍ବଦା ଆଗକୁ ଆସନ୍ତି ଓ ସେ ତାହା କରିପାରନ୍ତି । କିନ୍ତୁ ବର୍ତ୍ତମାନ ଏହି ଦାବିକୁ ନେଇ କୌଣସି ଦୃଢ ପ୍ରମାଣ ନାହିଁ । ଏ ସମ୍ପର୍କରେ କୌଣସି ଅଧିକାରୀକ ବୟାନ ମଧ୍ୟ ସମ୍ନାକୁ ନାହିଁ । କିମ୍ବା କୋହଲି କିମ୍ବା ତାଙ୍କ ଦଳର କୌଣସି ବୟାନ ଟ୍ୱିଟ କିମ୍ବା ସୋସିଆଲ ମିଡିଆରେ ପ୍ରକାଶ ପାଇନାହିଁ ।

ଦୁର୍ଘଟଣାର ପୀଡିତଙ୍କ ପିଲାମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ବିରେନ୍ଦର ସେହୱାଗ
ଭାରତୀୟ ଦଳର ପୂର୍ବତନ କ୍ରିକେଟର ବିରେନ୍ଦର ସେହୱାଗ ଓଡି଼ଶା ଟ୍ରେନ ଦୁର୍ଘଟଣା ଯୋଗୁଁ ଅନାଥ ହୋଇଯାଇଥିବା ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ସାହାଯ୍ୟ ହାତ ବଢ଼ାଇଛନ୍ତି । ଏହି ଦୁର୍ଘଟଣାରେ ପିତାମାତା ହରାଇଥିବା ସମସ୍ତ ପିଲାଙ୍କୁ ସେହୱାଗ ଇଣ୍ଟରନ୍ୟାସନାଲ ସ୍କୁଲରେ ମାଗଣା ଶିକ୍ଷା ପ୍ରଦାନ କରାଯିବ ବୋଲି ସେ ଟ୍ୱିଟ କରି ଘୋଷଣା କରିଛନ୍ତି ।

ଏହା ବି ପଢନ୍ତୁ: Oval Test: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଏହା ହେବ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ; ଦୁଇ ବଡ଼ ଖେଳାଳି ପଡିବେ ବାଦ୍!

ଏହା ବି ପଢନ୍ତୁ: WTC Final 2023: ଟିମ୍ ଇଣ୍ଡିଆ ହାରିଯିବ କି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍? ଆଇସିସିର ଏହି ନିଷ୍ପତ୍ତି ରୋହିତ ଟିମକୁ ଦେଲା ବଡ଼ ଟେନସନ