Advertisement
Photo Details/zeeodisha/odisha1551889
photoDetails0hindi

ବାବରଙ୍କ ସମ୍ପର୍କୀୟ ହେଲେ ପାକିସ୍ତାନ କ୍ରିକେଟର ମୁଖ୍ୟ ଚୟନକର୍ତ୍ତା, ଯାହାକୁ ନାପସନ୍ଦ କରନ୍ତି ନିଜେ ପାକ୍ ଅଧିନାୟକ!

Pakistan Cricket Board: ପାକିସ୍ତାନର ଜୁନିଅର କ୍ରିକେଟ୍ ପରିଚାଳନା ପାଇଁ ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କ ସମ୍ପର୍କୀୟ ଭାଇ କାମ୍ରାନ୍ ଆକମଲଙ୍କୁ ଏକ ବଡ଼ ଦାୟିତ୍ୱ ମିଳିଛି ।

1/5

Pakistan Cricket: ଜୁନିଅର ସ୍ତରରେ କ୍ରିକେଟକୁ ମଜବୁତ କରିବା ପାଇଁ ପୂର୍ବତନ ଖେଳାଳିଙ୍କୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏକ ବଡ଼ ଦାୟିତ୍ୱ ଦେଇଛି । ପିସିବି ପାକିସ୍ତାନର ପୂର୍ବତନ ୱିକେଟ୍ କିପର କାମ୍ରାନ୍ ଆକମଲଙ୍କୁ ୮ ଜଣିଆ ଚୟନ କମିଟିର ମୁଖ୍ୟ ଭାବେ ନିଯୁକ୍ତ କରିଛି ।

2/5

କହିରଖୁଛୁ ଯେ କାମ୍ରନ୍ ଆକମଲ ମଧ୍ୟ ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କ ସମ୍ପର୍କୀୟ । କାମ୍ରାନଙ୍କ ବ୍ୟତୀତ ସୋହେଲ ତନଭୀର, ଜୁନେଦ ଖାନଙ୍କ ଭଳି ଖେଳାଳି ମଧ୍ୟ ଚୟନ ପ୍ୟାନେଲରେ ଅନ୍ତର୍ଭୁକ୍ତ ହୋଇଛନ୍ତି ।

3/5

କାମ୍ରାନ୍ ଅକମଲଙ୍କ ଏହି ୮ ସଦସ୍ୟ ବିଶିଷ୍ଟ କମିଟିର କାମ ପ୍ରତ୍ୟେକ ପ୍ରଦେଶ ଓ ଜିଲ୍ଲାରେ ଟ୍ରାୟଲ କରିବାକୁ ନେଇ ରହିବ । ଏହି ଟିମ୍ ପାକିସ୍ତାନରେ ଜୁନିଅର କ୍ରିକେଟ୍ ମଜବୁତ କରିବାକୁ କାର୍ଯ୍ୟ କରିବ ।

4/5

କହିରଖୁଛୁ ଯେ କାମ୍ରାନ୍ ଅକମଲ ପାକିସ୍ତାନ ପାଇଁ ୨୬୮ ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଓ ସୋହେଲ ତନଭୀର ୧୨୧ ଟି ମ୍ୟାଚରେ ପାକିସ୍ତାନକୁ ପ୍ରତିନିଧିତ୍ୱ କରିଛନ୍ତି । ଜୁନେଦ ଖାନ ମଧ୍ୟ ପାକିସ୍ତାନ ପାଇଁ ୧୦୭ ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ।

5/5

କାମ୍ରାନ୍ ଆକମଲଙ୍କ ବିଷୟରେ କଥାବାର୍ତ୍ତା କଲେ ସେ ବାରମ୍ବାର ବାବର ଆଜାମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଆସୁଛନ୍ତି । ସେ ମଧ୍ୟ ବାବର ଆଜାମଙ୍କୁ ଅଧିନାୟକତ୍ୱ ଛାଡିବାକୁ ପରାମର୍ଶ ଦେଇଥିଲେ ।