Prithvi Shaw: BCCI ହଠାତ୍ ଏହି ଖେଳାଳିଙ୍କ ଶେଷ ହେଉଥିବା କ୍ୟାରିୟରକୁ ବଞ୍ଚାଇଲା, ଟିମ୍ ଇଣ୍ଡିଆରେ ସାମିଲ କରି ଦେଲା 'ଜୀବନଦାନ'
Advertisement
Article Detail0/zeeodisha/odisha1527777

Prithvi Shaw: BCCI ହଠାତ୍ ଏହି ଖେଳାଳିଙ୍କ ଶେଷ ହେଉଥିବା କ୍ୟାରିୟରକୁ ବଞ୍ଚାଇଲା, ଟିମ୍ ଇଣ୍ଡିଆରେ ସାମିଲ କରି ଦେଲା 'ଜୀବନଦାନ'

Prithvi Shaw: ଏହି ଖେଳାଳି ଗତ ଦୁଇ ବର୍ଷ ଧରି ନିରନ୍ତର ଅନ୍ୟାୟର ଶିକାର ହୋଇଥିଲେ । ବିସିସିଆଇର ଚୟନ କମିଟି ହଠାତ୍ ଏହି ଖେଳାଳିଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ଚୟନ କରି ତାଙ୍କୁ 'ଲାଇଫ୍ ଲାଇନ୍' ଦେଇଛି । 

Prithvi Shaw: BCCI ହଠାତ୍ ଏହି ଖେଳାଳିଙ୍କ ଶେଷ ହେଉଥିବା କ୍ୟାରିୟରକୁ ବଞ୍ଚାଇଲା, ଟିମ୍ ଇଣ୍ଡିଆରେ ସାମିଲ କରି ଦେଲା 'ଜୀବନଦାନ'

Team India Squad for IND vs NZ T20 Series: ବିସିସିଆଇ ହଠାତ୍ ଟିମ୍ ଇଣ୍ଡିଆର ଜଣେ ଖେଳାଳିଙ୍କ ଶେଷ ହେଉଥିବା କ୍ୟାରିୟରକୁ ବଞ୍ଚାଇ ଦେଇଛି । ଏହି ଖେଳାଳିଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରି ବିସିସିଆଇ ଏକ ଉପାୟରେ 'ଜୀବନଦାନ' ଦେଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଜାନୁଆରୀ ୧୮ରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-20 ଓ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ବିସିସିଆଇର ଚୟନ କମିଟି ଭାରତୀୟ ଦଳ ଘୋଷଣା କରିଛି । ଏହା ବ୍ୟତୀତ ଚୟନ କମିଟି ମଧ୍ୟ ଫେବୃଆରୀ ୯ରୁ ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ।

ବିସିସିଆଇ ହଠାତ୍ ଟିମ୍ ଇଣ୍ଡିଆର ଜଣେ କ୍ରିକେଟରଙ୍କ କ୍ୟାରିଅରକୁ ବଞ୍ଚାଇ ଦେଇଛି, ଏହି ଖେଳାଳି ଗତ ଦୁଇ ବର୍ଷ ଧରି ନିରନ୍ତର ଅନ୍ୟାୟର ଶିକାର ହୋଇଥିଲେ । ବିସିସିଆଇର ଚୟନ କମିଟି ହଠାତ୍ ଏହି ଖେଳାଳିଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ଚୟନ କରି ତାଙ୍କୁ 'ଲାଇଫ୍ ଲାଇନ୍' ଦେଇଛି । ବିସ୍ଫୋରକ ଓପନର୍ ପୃଥ୍ୱୀ ଶ' (Prithvi Shaw)  ପ୍ରତିଭାକୁ ଅଣଦେଖା ନ କରି ବିସିସିଆଇ ଶେଷରେ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ଟି-20 ସିରିଜ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ଚୟନ କରିଛି ।

ଏଠାରେ କହି ରଖୁଛୁ ଯେ, ଚଳିତ ବର୍ଷ ଜାନୁୟାରୀ ୧୧ରେ ଆସାମ ବିପକ୍ଷରେ ପୃଥ୍ୱୀ ଶ' (Prithvi Shaw) ରଣଜୀ ଟ୍ରଫି ମ୍ୟାଚରେ ତ୍ରିପଲ୍ ସେଞ୍ଚୁରୀ ଲଗାଇ ୩୮୯ ବଲରେ ୩୭୯ ରନ୍ ସଂଗ୍ରହ କରିଥିଲେ । ଏହି ପ୍ରସଙ୍ଗରେ ପୃଥ୍ୱୀ ଶ' ମହାନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ଓ ଚେତେଶ୍ୱର ପୂଜାରାଙ୍କୁ ମଧ୍ୟ ଫଛକୁ ଛାଡିଦେଇଛନ୍ତି । ରଣଜୀ ଟ୍ରଫିରେ ସୁନୀଲ ଗାଭାସ୍କରଙ୍କ ସର୍ବୋତ୍ତମ ସ୍କୋର ହେଉଛି ୩୪୦ ରନ୍ । ଏଥି ସହିତ ୨୦୧୨ ମସିହାରେ ଚେତେଶ୍ୱର ପୂଜାରା କର୍ଣ୍ଣାଟକ ବିପକ୍ଷରେ ୩୫୨ ରନ୍ ସଂଗ୍ରହ କରିଥିଲେ । ପୃଥ୍ୱୀ ଶ' ୩୭୯ ରନର ଇନିଂସ ସହିତ ଚୟନକର୍ତ୍ତାଙ୍କୁ ଏକ ଉପଯୁକ୍ତ ଉତ୍ତର ଦେଇଥିଲେ, ଯେଉଁମାନେ ତାଙ୍କୁ ଅବହେଳା କରୁଥିଲେ ଏବଂ ତାଙ୍କୁ ଟିମ୍ ଇଣ୍ଡିଆରେ ସୁଯୋଗ ଦେଉନଥିଲେ ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜ୍ ପାଇଁ ଟିମ୍ ଇଣ୍ଡିଆ 

ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଋତୁରାଜ ଗାଇକୱାଡ, ଶୁଭମାନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଜିତେଶ ଶର୍ମା (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଉମରନ ମଲିକ, ଶିବମ ମାଭି, ପୃଥ୍ୱୀ ଶ' ଏବଂ ମୁକେଶ କୁମାର ।

ଏଠାରେ କହି ରଖୁଛୁ ଯେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାକୁ ଅଧିନାୟକ କରାଯାଇଥିବାବେଳେ ଦିନିକିଆ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଟିମ୍ ଇଣ୍ଡିଆର କମାଣ ଦିଆଯାଇଛି । ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ମିଳିଛି ।

ଅଧିକ ପଢ଼ନ୍ତୁ:-ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜରେ ରୋହିତ-କୋହଲିଙ୍କୁ ମିଳିଲାନି ସ୍ଥାନ, ପୃଥ୍ୱୀ ଶ'ଙ୍କ ହେଲା ରିଟର୍ଣ୍ଣ

ଅଧିକ ପଢ଼ନ୍ତୁ:-ଭାରତ-ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ହେଲା ଘୋଷଣା, ଜାଣନ୍ତୁ କାହାକୁ ମିଳିଲା ଦିନିକିଆ ଓ ଟି-20 ଦଳର କମାଣ

ଅଧିକ ପଢ଼ନ୍ତୁ:-କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କଲେ ଘୋଷଣା, ମାତ୍ର ୫୫ ଟଙ୍କା ପ୍ରତି ଲିଟର ମିଳିବ ପେଟ୍ରୋଲ; ପଢ଼ନ୍ତୁ ପୂରା ଖବର

ନ୍ୟୁଜିଲ୍ୟାଣ୍ଡ ଦଳର ଭାରତ ଗସ୍ତ

ଦିନିକିଆ ସିରିଜ

ଜାନୁଆରୀ ୧୮ରେ ପ୍ରଥମ ଦିନିକିଆ ହାଇଦ୍ରାବାଦରେ ଖେଳାଯିବ । ଏହା ପରେ ଜାନୁଆରୀ ୨୧ରେ ଦ୍ୱିତୀୟ ଦିନିକିଆ ରାୟପୁରରେ ଖେଳାଯିବ । ସେହିପରି ଜାନୁଆରୀ ୨୪ରେ ତୃତୀୟ ଦିନିକିଆ ଇନ୍ଦୌରରେ ଖେଳାଯିବ ।

ଟି-20 ସିରିଜ

ଅନ୍ୟପଟେ ଜାନୁଆରୀ ୨୭ରେ ପ୍ରଥମ ଟି-20 ମ୍ୟାଚ୍ ରାଞ୍ଚିରେ ଖେଳାଯିବ । ଜାନୁଆରୀ ୨୯ରେ ଦ୍ୱିତୀୟ ଟି-20 ମ୍ୟାଚ୍ ଲକ୍ଷ୍ନୌରେ ଖେଳାଯିବ ଓ ଫେବୃଆରୀ ୧ରେ ତୃତୀୟ ତଥା ଶେଷ ଟି-20 ଅହମ୍ମଦାବାଦରେ ଖେଳାଯିବ ।