Rohit Sharma on IND vs NED Match: ଟିମ୍ ଇଣ୍ଡିଆର ବିଜୟ ପରେ ମଧ୍ୟ ଖୁସି ନୁହଁନ୍ତି ରୋହିତ ଶର୍ମା, ମ୍ୟାଚ୍ ପରେ ଦେଲେ ଏହି ଆଶ୍ଚର୍ଯ୍ୟଜନକ ବୟାନ
Advertisement
Article Detail0/zeeodisha/odisha1413749

Rohit Sharma on IND vs NED Match: ଟିମ୍ ଇଣ୍ଡିଆର ବିଜୟ ପରେ ମଧ୍ୟ ଖୁସି ନୁହଁନ୍ତି ରୋହିତ ଶର୍ମା, ମ୍ୟାଚ୍ ପରେ ଦେଲେ ଏହି ଆଶ୍ଚର୍ଯ୍ୟଜନକ ବୟାନ

Rohit Sharma on IND vs NED Match: ଏଠାରେ କହି ରଖୁଛୁ ଯେ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି ।

Rohit Sharma on IND vs NED Match: ଟିମ୍ ଇଣ୍ଡିଆର ବିଜୟ ପରେ ମଧ୍ୟ ଖୁସି ନୁହଁନ୍ତି ରୋହିତ ଶର୍ମା, ମ୍ୟାଚ୍ ପରେ ଦେଲେ ଏହି ଆଶ୍ଚର୍ଯ୍ୟଜନକ ବୟାନ

Rohit Sharma on IND vs NED T20 World Cup 2022 Match: ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ଭାରତ ନିଜର ଦ୍ୱିତୀୟ ମ୍ୟାଚ (India vs Netherlands) ରେ ନେଦରଲ୍ୟାଣ୍ଡ ବିପକ୍ଷରେ ବିଜୟ ହାସଲ କରିଛି । ଏହାସହ ଭାରତୀୟ ଦଳର ଟି-20 ବିଶ୍ୱକପରେ ବିଜୟ ଧାରା ଜାରି ରହିଛି । ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳା ଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ଏକତରଫା ବିଜୟ ହାସଲ କରିଛି । ଏହି ମ୍ୟାଚ୍ ପରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା (Rohit Sharma) ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

ରୋହିତ ଶର୍ମା ଏହି ମ୍ୟାଚରେ ଅର୍ଦ୍ଧଶତକର ଇନିଂସ ଖେଳି ଥିଲେ । ଏହା ପରେ ମଧ୍ୟ ସେ ତାଙ୍କ ଇନିଂସକୁ ନେଇ ଖୁସି ନୁହଁନ୍ତି । ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଦଳର ବିଜୟରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବହୁତ ଖୁସି ଅଛନ୍ତି । କିନ୍ତୁ ସେ ନିଜର ୫୩ ରନର ଇନିଂସକୁ ନେଇ ଏତେ ଖୁସି ନୁହଁନ୍ତି । ଏହି ମ୍ୟାଚରେ ରୋହିତ ଶର୍ମା ୩୯ ବଲରେ ୪ଟି ଚୌକା ଓ ୩ଟି ଛକା ମାରିଥିଲେ । ଓପନର୍ କେ.ଏଲ୍ ରାହୁଲଙ୍କ ୱିକେଟ୍ ହରାଇବା ପରେ ଭାରତ ପାୱାରପ୍ଲେରେ ୩୨ ରନ୍ ସ୍କୋର କରିଥିଲା । ଏହା ପରେ ରୋହିତ ଓ କୋହଲି ୫୬ ବଲରେ ୭୩ ରନର ପାର୍ଟନରସିପ୍ କରିଥିଲେ ।

ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଜ ଇନିଂସକୁ ନେଇ କହିଛନ୍ତି ଯେ, "ମୁଁ ମୋର ଅର୍ଦ୍ଧଶତକକୁ ନେଇ ଅଧିକ ଖୁସି ନୁହେଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରନ୍ ସ୍କୋର କରିବା, ଆପଣ ଏହାକୁ କିପରି କରିଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଶେଷରେ ଏହା ଆତ୍ମବିଶ୍ୱାସ ବଜାୟ ରଖିବାର କଥା ।" ଏଠାରେ କହି ରଖୁଛୁ ଯେ, ଏହି ମ୍ୟାଚ୍‌ରେ ଭାରତ ଦୁଇ ୱିକେଟ୍ ହରାଇ ୧୭୯ ରନ୍ କରିଥିଲା । ଯାହାର ଜବାବରେ ନେଦରଲ୍ୟାଣ୍ଡ ୯ ୱିକେଟ୍ ହରାଇ ୧୨୩ ରନ୍ କରିପାରିଥିଲା । ଫଳରେ ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ  ୫୬ ରନରେ ଜିତି ନେଇଥିଲା । 

ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲିଆକୁ ଲାଗିଲା ଜୋରଦାର ଝଟକା, ଏହି ଖତରନାକ୍ ଖେଳାଳି ହେଲେ କୋରୋନା ସଂକ୍ରମିତ

ଅଧିକ ପଢ଼ନ୍ତୁ:-ଉର୍ବଶୀ ରୌତେଲାଙ୍କ 'ଭାଙ୍ଗିଲା ହୃଦୟ', ଭାରତ-ପାକିସ୍ତାନ ମ୍ୟାଚ ପରେ 'ମୁଭ୍ ଅନ୍' କରିବାକୁ ନିଷ୍ପତ୍ତି!

ଅଧିକ ପଢ଼ନ୍ତୁ:-ବର୍ଷିବ ଶନି ଦେବଙ୍କ କୃପା, ବର୍ତ୍ତମାନ ଏସବୁ ରାଶିର ଲୋକଙ୍କ ଖୋଲିବ ଭାଗ୍ୟ; ପୂରଣ ହେବ ମନସ୍କାମନା

 

ଏହା ପରେ ରୋହିତ ଶର୍ମା କହିଛନ୍ତି ଯେ, "ମୋତେ ଲାଗେ ଯେ ଏହା ଏକ ବିରାଟ ବିଜୟ । ସୁପର ୧୨ ପର୍ଯ୍ୟନ୍ତ ସେମାନେ ଯେପରି ଯୋଗ୍ୟତା ଅର୍ଜନ କରିଛନ୍ତି, ତାହାକୁ ଦେଖି ଶ୍ରେୟ ସେମାନଙ୍କୁ ଯାଇଥାଏ । ଯଦିଓ ଆମେ ନିଜ ପ୍ରଦର୍ଶନ ସହିତ କ’ଣ କରିପାରିବା ତାହା ଦେଖୁ, ଆମେ ପ୍ରତିପକ୍ଷ ବିଷୟରେ ଚିନ୍ତିତ ହୋଇ ନଥାଉ । ସତ କହିବାକୁ ଗଲେ ଏହା ଏକ ପରଫେକ୍ଟ ବିଜୟର ନିକଟତର ଥିଲା ।"

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ୍ ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍, ଏବଂ ନଭେମ୍ବର ୨ରେ ଚତୁର୍ଥ ମ୍ୟାଚ୍ ବାଂଲାଦେଶ ସହିତ ଏବଂ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଗ୍ରୁପ୍ ବି ବିଜେତା ସହିତ ଖେଳିବ ।

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।