World Cup 2023: ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ୍ ଚୟନ କଲେ ସୌରଭ ଗାଙ୍ଗୁଲି, ଏହି ଖେଳାଳିମାନଙ୍କୁ ଦେଲେ ସ୍ଥାନ
Advertisement

World Cup 2023: ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ୍ ଚୟନ କଲେ ସୌରଭ ଗାଙ୍ଗୁଲି, ଏହି ଖେଳାଳିମାନଙ୍କୁ ଦେଲେ ସ୍ଥାନ

World Cup 2023: ପୂର୍ବତନ ବିଶ୍ୱ ଅଧିନାୟକ ସୌରଭ ଗାଙ୍ଗୁଲି ଆସନ୍ତା ବିଶ୍ୱକପ ୨୦୨୩ ପାଇଁ ନିଜ ଦଳ ଚୟନ କରିଛନ୍ତି । ଏହି ଦଳରେ ସେ କୁଲଦୀପ ଯାଦବଙ୍କୁ ଏକ ସ୍ପେଶାଲିଷ୍ଟ ସ୍ପିନର ଭାବରେ ସ୍ଥାନ ଦେଇଛନ୍ତି ।

 

ସୌ: ସୋସିଆଲ ମିଡିଆ

Sourav Ganguly Team India For World Cup 2023: କ୍ରିକେଟ୍ ବିଶ୍ୱକପ୍ ୨୦୨୩ ଅକ୍ଟୋବର ୫ ରୁ ଆରମ୍ଭ ହେବାକୁ ଯାଉଛି । ବିଶ୍ୱକପ ଆରମ୍ଭ ହେବା ପାଇଁ ପ୍ରାୟ ୪୦ ଦିନ ବାକି ଅଛି । ଭାରତ ୨୦୨୩ ବିଶ୍ୱକପର (World Cup 2023) ଆୟୋଜକ ଦଳ ଅଟେ । ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଭାରତର ୧୨ଟି ଭିନ୍ନ ଭିନ୍ନ ଗ୍ରାଉଣ୍ଡରେ ଖେଳାଯିବ । କେଉଁ ମିଶ୍ରଣ ସହିତ ଭାରତୀୟ ଦଳ ଏହି ବିଶ୍ୱକପରେ ପ୍ରବେଶ କରିବ? ତାହା ଏକ ବଡ ପ୍ରଶ୍ନ ହୋଇ ରହିଛି । କିନ୍ତୁ ଏହା ମଝିରେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି (Sourav Ganguly) ଆସନ୍ତା ବିଶ୍ୱକପ ପାଇଁ ନିଜର ପ୍ଲେଇଂ ଇଲେଭେନ ଚୟନ କରିଛନ୍ତି ।

ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ରୋହିତ ଶର୍ମା ଓ ଶୁବମନ ଗିଲଙ୍କୁ ତାଙ୍କ ଦଳରେ ଓପନର୍ ଭାବରେ ଚୟନ କରିଛନ୍ତି । ଯେତେବେଳେ କି ନମ୍ବର-୩ ରେ ଇଶାନ କିସାନଙ୍କୁ ଚୟନ କରିଛନ୍ତି । ଏଥି ସହିତ ବିରାଟ କୋହଲି ନମ୍ବର-୪ ବ୍ୟାଟ୍ସମ୍ୟାନ୍ ହେବେ । ଦାଦା ନିଜ ଦଳରେ ନମ୍ବର-୫ ପାଇଁ ଶ୍ରେୟାସ ଆୟରଙ୍କ ଉପରେ ଭରସା କରିଛନ୍ତି । ଷଷ୍ଠ ନମ୍ବରରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲଙ୍କୁ ତାଙ୍କ ପସନ୍ଦ ବୋଲି କୁହାଯାଇଛି । ଏହା ବ୍ୟତୀତ ସୁର୍ଯ୍ୟକୁମାର ଯାଦବ ମଧ୍ୟ ସୌରଭ ଗାଙ୍ଗୁଲିଙ୍କ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି ।

ଗାଙ୍ଗୁଲିଙ୍କ ଦଳରେ ଏହି ଖେଳାଳିକୁ ଅଲରାଉଣ୍ଡର ଭାବରେ ସ୍ଥାନ ଦେଇଛନ୍ତି?
ସୌରଭ ଗାଙ୍ଗୁଲି ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କୁ ବିଶ୍ୱକପ ପାଇଁ ଅଲରାଉଣ୍ଡର ଭାବେ ନାମିତ କରିଛନ୍ତି । ଦାଦା ଜଣେ ସ୍ପିନର ଭାବରେ କୁଲଦୀପ ଯାଦବଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି । ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ମହମ୍ମଦ ଶାମି ଓ ଶାର୍ଦ୍ଦୁଲ ଠାକୁର ଦ୍ରୁତ ବୋଲର ଭାବରେ ପୂର୍ବତନ ଭାରତୀୟ ଅଧିନାୟକ ଦଳରେ ସ୍ଥାନ ପାଇଛନ୍ତି ।

ବିଶ୍ୱକପ ପାଇଁ ସୌରଭ ଗାଙ୍ଗୁଲିଙ୍କ ପ୍ଲେଇଂ ଇଲେଭେନ୍-

ରୋହିତ ଶର୍ମା (କ୍ୟାପଟେନ), ଶୁବମନ ଗିଲ, ଇଶାନ କିଶାନ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା, ମହମ୍ମଦ ଶାମୀ ଓ ମହମ୍ମଦ ସିରାଜ ।

ଏହା ବି ପଢ଼ନ୍ତୁ: Yuvraj Singh Baby: ଦ୍ୱିତୀୟ ଥର ପାଇଁ ବାପା ହେଲେ ଯୁବରାଜ ସିଂ, ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ହଜେଲ, ଦେଖନ୍ତୁ ଫଟୋ

ଏହା ବି ପଢ଼ନ୍ତୁ: World Athletics Championships: ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ଫାଇନାଲରେ ଯୋଗ୍ୟତା ହାସଲ କିଶୋର ଜେନା