England vs Australia: ଲର୍ଡ୍ସରେ ଶତକ ମାରି ରେକର୍ଡ଼ ବର୍ଷା କଲେ ଷ୍ଟିଭ୍ ସ୍ମିଥ୍; ପଛରେ ରହିଗଲେ ବିରାଟ କୋହଲି, ଜୋ ରୁଟ ଓ କେନ ୱିଲିୟମସନ
Advertisement

England vs Australia: ଲର୍ଡ୍ସରେ ଶତକ ମାରି ରେକର୍ଡ଼ ବର୍ଷା କଲେ ଷ୍ଟିଭ୍ ସ୍ମିଥ୍; ପଛରେ ରହିଗଲେ ବିରାଟ କୋହଲି, ଜୋ ରୁଟ ଓ କେନ ୱିଲିୟମସନ

The Ashes: ଇଂଲଣ୍ଡ ବିପକ୍ଷରେ ଆଶେସ୍ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଉପ-ଅଧିନାୟକ ଷ୍ଟିଭ୍ ସ୍ମିଥ୍ (Steve Smith) ଏକ ଶତକ ହାସଲ କରିଛନ୍ତି । ମ୍ୟାଚର ଦ୍ୱିତୀୟ ଦିନରେ ସ୍ମିଥ ଟେଷ୍ଟ କ୍ରିକେଟରେ ନିଜର ୩୨ ତମ ଶତକ ପୂରଣ କରିଛନ୍ତି । ଏହା ମଧ୍ୟ ସ୍ମିଥଙ୍କ କ୍ୟାରିୟରର ୯୯ ତମ ଟେଷ୍ଟ ମ୍ୟାଚ୍ ଓ ସେ ୨୦୧୦ ଏହି ଫର୍ମାଟରେ ଡେବ୍ୟୁ କରିଥିଲେ ।

ସୌ: ସୋସିଆଲ ମିଡିଆ

Steve Smith scores 32nd Test hundred: ଦି ଆଶେସର (The Ashes) ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ (Steve Smith) ଏକ ଶତକ ହାସଲ କରିଛନ୍ତି । ଲର୍ଡସରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଷ୍ଟିଭଙ୍କ ବ୍ୟାଟରୁ ଏକ ଶତକୀୟ ଇଂନିସ ଆସିଛି । ସେ ପ୍ରଥମ ଦିନରେ ଖେଳ ଶେଷ ସୁଦ୍ଧା ୮୫ ରନରେ ଅପରାଜିତ ଥିଲେ । ଟେଷ୍ଟରେ ଏହା ହେଉଛି ୩୪ ବର୍ଷୀୟ ସ୍ମିଥଙ୍କ ୩୨ ତମ ଶତକ । ସ୍ମିଥ୍ ୧୬୯ ବଲରେ ନିଜର ଶତକ ପୂରଣ କରିଥିଲେ । ସେ ନିଜ ଶତକ ପାଖରେ ପହଞ୍ଚିବା ପାଇଁରେ ୧୪ ଚୌକା ମଧ୍ୟ ମାରିଥିଲେ ।

ଇଂଲଣ୍ଡ ବିପକ୍ଷରେ ସ୍ମିଥଙ୍କ ଏହା ଦ୍ୱାଦଶ ଶତକ
ଷ୍ଟିଭ ସ୍ମିଥଙ୍କ ବ୍ୟାଟ୍ ଇଂଲଣ୍ଡ ବିପକ୍ଷରେ ରନ୍ ବର୍ଷା କରି ଚାଲିଛି । ବେନ ଷ୍ଟୋକ୍ସଙ୍କ ଦ୍ୱାରା ଅଧିନାୟକତ୍ୱରେ ଇଂଲଣ୍ଡ ଦଳ (England Team) ବିପକ୍ଷରେ ଏହା ତାଙ୍କର ଦ୍ୱାଦଶ ଶତକ । ସେ ଇଂଲଣ୍ଡ ବିପକ୍ଷରେ ୩୫ଟି ଟେଷ୍ଟରେ ୧୨ଟି ଶତକ ହାସଲ କରିଛନ୍ତି । ଏଡବଷ୍ଟନ୍ ଠାରେ ଆଶେସ୍ ସିରିଜର ପ୍ରଥମ ମ୍ୟାଚରେ ସ୍ମିଥଙ୍କ ବ୍ୟାଟ୍ ଶାନ୍ତ ଥିଲା । ପ୍ରଥମ ଇନିଂସରେ ୧୬ ରନ୍ କରି ଆଉଟ୍ ହେବା ପରେ, ଦ୍ୱିତୀୟ ଇନିଂସରେ ମାତ୍ର ୬ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ଏହି ମ୍ୟାଚରେ ସେ ପୁଣିଥରେ ଟ୍ରାକକୁ ମାରିଛନ୍ତି । ଯେତେବେଳେ ସେ କ୍ରିଜରେ ବ୍ୟାଟିଂ କରିବାକୁ ଆସିଥିଲେ ସେତେବେଳେ ବୋଲରମାନଙ୍କ ପାଇଁ ପିଚ୍ ଅନୁକୂଳ ଥିଲା । ସେ ୧୦୨ ଟି ବଲରେ ନିଜର ପଚାଶ ପୂରଣ କରିଥିଲେ ।

ଷ୍ଟିଭ୍ ୱଗ୍ ସହିତ ସମକକ୍ଷ ହେଲେ ଷ୍ଟିଭ୍ ସ୍ମିଥ୍
ଟେଷ୍ଟରେ ସର୍ବାଧିକ ଶତକ ହାସଲ କରିବାରେ ଷ୍ଟିଭ୍ ସ୍ମିଥ୍ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ୱଗଙ୍କ ସମକକ୍ଷ ହୋଇଛନ୍ତି । ୧୬୮ ଟେଷ୍ଟ ଖେଳିଥିବା ଷ୍ଟିଭ୍ ୱଗ୍ ମଧ୍ୟ ୩୨ଟି ଶତକ ହାସଲ କରିଥିଲେ । ଟେଷ୍ଟରେ ଶତକ ହାସଲ କରିବା ଦୃଷ୍ଟିରୁ ତାଙ୍କ ଆଗରେ ୧୦ ଜଣ ବ୍ୟାଟ୍ସମ୍ୟାନ୍ ଅଛନ୍ତି । ସର୍ବାଧିକ ୫୧ଟି ଶତକ ସହିତ ସଚିନ ତେନ୍ଦୁଲକର ନମ୍ୱର ୱାନରେ ପହଞ୍ଚିଛନ୍ତି । ଦକ୍ଷିଣ ଆଫ୍ରିକାର ଜ୍ୟାକ୍ କଲିସ୍ ୪୫ ଶତକ ମାରିଥିବା ବେଳେ, ଅଷ୍ଟ୍ରେଲିଆର ରିକି ପଣ୍ଟିଂ ଟେଷ୍ଟରେ ୪୧ ଶତକ ହାସଲ କରିଛନ୍ତି ।

ଫାବ୍-4 ରେ ଶୀର୍ଷରେ ସ୍ମିଥ୍ 
ବିରାଟ କୋହଲି, ଷ୍ଟିଭ ସ୍ମିଥ, ଜୋ ରୁଟ ଓ କେନ ୱିଲିୟମସନଙ୍କୁ ବର୍ତ୍ତମାନ କ୍ରିକେଟର ଫାବ-4 ବୋଲି ବିବେଚନା କରାଯାଉଛି । ଏଥିରେ ସ୍ମିଥ୍ ଶତକ ଦୃଷ୍ଟିରୁ ଶୀର୍ଷରେ ଅଛନ୍ତି । ଇଂଲଣ୍ଡର ରୁଟ୍ ୩୦ଟି ଶତକ ମାରିଥିବାବେଳେ, ବିରାଟ କୋହଲିଙ୍କ ପାଖରେ ମାତ୍ର ୨୮ଟି ଶତକ ମାରିବାର ରେକର୍ଡ ରହିଛି । କେନ୍ ୱିଲିୟମ୍ସନ୍ ମଧ୍ୟ ୨୮ଟି ଶତକ ହାସଲ କରିଛନ୍ତି । ସ୍ମିଥ୍ ମଧ୍ୟ ସକ୍ରିୟ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ଶତକ ମାରିଥିବା ବ୍ୟାଟ୍ସମ୍ୟାନ୍ ।  

ଏହା ବି ପଢନ୍ତୁ: India Vs Pakistan: ଦିନିକିଆ ବିଶ୍ୱକପ ଖେଳିବା ପାଇଁ ଯଦି ପାକିସ୍ତାନ ଭାରତ ନ ଆସେ ତେବେ କ’ଣ ହେବ?

ଏହା ବି ପଢନ୍ତୁ: Ashes 2023: ଆଶେସ ପିଚ୍ ଉପରେ ଆଟାକ୍; 'ସିଂହମ୍' ଷ୍ଟାଇଲରେ ପ୍ରଦର୍ଶନକାରୀକୁ ପଡ଼ିଆରୁ ବାହାର କଲେ ଜନି ବେୟାରଷ୍ଟୋ