T20 World Cup: ଟି -20 ବିଶ୍ୱକପ ଖେଳିବେ ରୋହିତ ଓ ବିରାଟ! କ୍ୟାପଟେନ୍ ଦାୟିତ୍ବ ନେବେ ଏହି ଖେଳାଳି
Advertisement

T20 World Cup: ଟି -20 ବିଶ୍ୱକପ ଖେଳିବେ ରୋହିତ ଓ ବିରାଟ! କ୍ୟାପଟେନ୍ ଦାୟିତ୍ବ ନେବେ ଏହି ଖେଳାଳି

T20 World Cup 2024: ଖୁବଶୀଘ୍ର ଆଫଗାନିସ୍ତାନ ସହ ଟି -20 ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ତେବେ ଆହତ କାରଣରୁ ସିରିଜରୁ ବାଦ ପଡ଼ିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ଅନୁପସ୍ଥିତିରେ ଏହି ଟି -20 ସିରିଜ୍ ରେ ଦଳର ଅଧିନାୟକ ଦାୟିତ୍ୱ କିଏ ନେବେ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ସୌ(ସୋସିଆଲ ମିଡିଆ)

T20 World Cup 2024: ଖୁବଶୀଘ୍ର ଆଫଗାନିସ୍ତାନ ସହ ଟି -20 ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ତେବେ ଆହତ କାରଣରୁ ସିରିଜରୁ ବାଦ ପଡ଼ିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ଅନୁପସ୍ଥିତିରେ ଏହି ଟି -20 ସିରିଜ୍ ରେ ଦଳର ଅଧିନାୟକ ଦାୟିତ୍ୱ କିଏ ନେବେ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଟି-୨୦ ସିରିଜରେ ରୋହିତ ଶର୍ମା ଓ ବିରାଟ ଖେଳିବା ନେଇ ବିସିସିଆଇକୁ ପକ୍ଷରୁ ସୂଚନା ମିଳିଥିବା ଜଣାପଡ଼ିଛି । ଯଦି ରୋହିତ ଓ ବିରାଟ ଏହି ଟି -20 ସିରିଜରେ ଖେଳିବେ ତାହାଲେ ହିଟ୍ ମ୍ୟାନଙ୍କୁ ଦଳର ଅଧିନାୟକ ଦାୟିତ୍ବ ମିଳିବ ବୋଲି ଆଶା କରାଯାଉଛି ।

ଏହାସହ ଚଳିତ ବର୍ଷ ଟି -20 ବିଶ୍ୱକପ ମଧ୍ୟ ଅନୁଷ୍ଠିତ ହେବ। ତେଣୁ ଆଫଗାନିସ୍ତାନ ସହ ଏହି ସିରିଜ୍ ଦଳ ପାଇଁ ଏକ ଅଭ୍ୟାସ ସଦୃଶ୍ୟ ଅଟେ । ଏହି ସିରିଜରୁ ହିଁ ଟି-୨୦ ବିଶ୍ବକପରେ କେଉଁ ଖେଳାଳି ଦଳରେ ଖେଳିବା ନେଇ ସୁଯୋଗ ପାଇବେ ତାହା ସ୍ଥିର ହେବ । ଯଦି ରୋହିତ ଆଫଗାନିସ୍ତାନ ସହ ଖେଳାଯିବାକୁ ଥିବା ଟି-୨୦ ସିରିଜରେ ଅଧିନାୟକତ୍ବ କରନ୍ତି, ତେବେ ପ୍ରଶଂସକମାନେ ରୋହିତଙ୍କୁ ଟି -20 ବିଶ୍ୱକପ ୨୦୨୪ରେ ମଧ୍ୟ ଅଧିନାୟକତ୍ବ ଭାବେ ଦେଖିବେ ।

ପ୍ରକାଶ ଥାଉ କି, ଉଭୟ ରୋହିତ ଓ ବିରାଟ ଶେଷ ଥର ପାଇଁ ୨୦୨୨ରେ ଟି -20 ବିଶ୍ୱକପ ଖେଳିଥିଲେ । ତା’ପଠାରୁ ଏହି ଦୁଇ ଖେଳାଳି କୌଣସି ଦ୍ୱିପାକ୍ଷିକ ଟି -20 ସିରିଜ ଖେଳିନାହାନ୍ତି। ରୋହିତଙ୍କ ସ୍ଥାନରେ ଟି -20 କ୍ରିକେଟରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକତ୍ୱ କରିଥିଲେ । ସେହିପରି ପାଣ୍ଡ୍ୟା ଆହତ କାରଣରୁ ଦଳରୁ ବାଦ ପଡିଥିବା ବେଳେ ସୁର୍ଯ୍ୟକୁମାର ଯାଦବ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି -20 ସିରିଜରେ ଅଧିନାୟକ ଦାୟିତ୍ବ ନେଇଥିଲେ ।