T20 World Cup 2022: ଗେଲଙ୍କ ଭବିଷ୍ୟବାଣୀ; ଭାରତ-ପାକିସ୍ତାନ ନୁହେଁ, ଏହି ୨ ଦଳ ମଧ୍ୟରେ ହେବ ଟି-20 ବିଶ୍ୱକପ ଫାଇନାଲ
Advertisement
Article Detail0/zeeodisha/odisha1389894

T20 World Cup 2022: ଗେଲଙ୍କ ଭବିଷ୍ୟବାଣୀ; ଭାରତ-ପାକିସ୍ତାନ ନୁହେଁ, ଏହି ୨ ଦଳ ମଧ୍ୟରେ ହେବ ଟି-20 ବିଶ୍ୱକପ ଫାଇନାଲ

T20 World Cup 2022: ଗେଲ୍ କହିଛନ୍ତି ଯେ, "ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ୍ ହେବ ବୋଲି ମୁଁ ଭାବୁଛି ।" ତେବେ ଏହି ଦାବି ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟି-20 ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍ ପାଇଁ ରାସ୍ତା ସହଜ ହେବ ନାହିଁ । କାରଣ ଅନେକ ବରିଷ୍ଠ ଖେଳାଳି ଦଳର ସାମିଲ ନାହାଁନ୍ତି ।

T20 World Cup 2022: ଗେଲଙ୍କ ଭବିଷ୍ୟବାଣୀ; ଭାରତ-ପାକିସ୍ତାନ ନୁହେଁ, ଏହି ୨ ଦଳ ମଧ୍ୟରେ ହେବ ଟି-20 ବିଶ୍ୱକପ ଫାଇନାଲ

ନୂଆଦିଲ୍ଲୀ: T20 World Cup 2022: ଚଳିତ ମାସ ଅର୍ଥାତ ଅକ୍ଟୋବର ୧୬ରୁ ଅଷ୍ଟ୍ରେଲିଆରେ ଟି-20 ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ସମସ୍ତ ଦଳ ଅଷ୍ଟ୍ରେଲିଆରେ ପହଞ୍ଚିବା ଆରମ୍ଭ କରିସାରିଛନ୍ତି । ଭାରତୀୟ ଦଳ ମଧ୍ୟ ବହୁ ଆଶା ସହିତ ଅଷ୍ଟ୍ରେଲିଆରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛି । ବିଶ୍ୱକପ୍ ମଧ୍ୟ ଆରମ୍ଭ ହୋଇନାହିଁ, କିନ୍ତୁ ବର୍ତ୍ତମାନଠାରୁ ପୂର୍ବତନ କ୍ରିକେଟର ଓ ବିଶେଷଜ୍ଞଙ୍କ ଦ୍ୱାରା ବିଜେତା ଓ ଫାଇନାଲ ଖେଳିବାର ଦାବିଦାରର ନାମର ଘୋଷଣା କରାଯାଉଛି । ଏହି କ୍ରମରେ T20 ର ୟୁନିଭର୍ସଲ ବସ୍ କୁହାଯାଉଥିବା ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲ୍ (Chris Gayle) ବିଶ୍ୱକପ୍ ୨୦୨୨ର ଫାଇନାଲ୍ ଖେଳିବାକୁ ଯାଉଥିବା ଦୁଇଟି ଦଳର ନାମ ଘୋଷଣା କରିଦେଇଛି । 

ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟି-20 ବିଶ୍ୱକପ ପାଇଁ ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର କ୍ରିସ ଗେଲ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଏହି ଟୁର୍ନାମେଣ୍ଟ ଅକ୍ଟୋବର ୧୬ରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ଓ ନାମିବିଆ ମଧ୍ୟରେ ଖେଳାଯିବ । ଭାରତ ଓ ପାକିସ୍ତାନ ମଧ୍ୟରେ ଟ୍ରଫି ପାଇଁ ଏକ ନିର୍ଣ୍ଣାୟକ ମ୍ୟାଚ୍ ହୋଇପାରେ ବୋଲି ଅନେକ କ୍ରିକେଟ୍ ବିଶେଷଜ୍ଞ ଦାବି କରୁଛନ୍ତି । ଭାରତ ପ୍ରଥମ ଟି-20 ବିଶ୍ୱକପ ଜିତିଥିବାବେଳେ ଦ୍ୱିତୀୟ ସଂସ୍କରଣରେ ପାକିସ୍ତାନ ବିଜେତା ହୋଇଥିଲା ।

ଏକ ଦୈନିକ ଖବରକାଗଜ ସହ ସାକ୍ଷାତକାର ଦେବା ସମୟରେ ସେ କହିଛନ୍ତି ଯେ,  ୱେଷ୍ଟଇଣ୍ଡିଜର ଚଳିତ ବର୍ଷ ବିଶ୍ୱକପ୍ ଜିତିବାର ସମ୍ଭାବନା ଅଧିକ ଓ ଦଳ ନିଶ୍ଚିତ ଭାବରେ ଫାଇନାଲକୁ ଯିବ । ଅନ୍ୟପକ୍ଷରେ, ଗେଲଙ୍କ ଅନୁଯାୟୀ ଚଳିତ ବର୍ଷ ଆୟୋଜକ ଅଷ୍ଟ୍ରେଲିଆ ୱେଷ୍ଟଇଣ୍ଡିଜ ସହ ବିଶ୍ୱକପ ଫାଇନାଲ ଖେଳିବ ଓ ଉଭୟ ମଧ୍ୟରୁ ଜଣେ ବିଜେତା ହେବେ । ଗେଲ୍ କହିଛନ୍ତି ଯେ, "ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ୍ ହେବ ବୋଲି ମୁଁ ଭାବୁଛି ।" ତେବେ ଏହି ଦାବି ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟି-20 ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍ ପାଇଁ ରାସ୍ତା ସହଜ ହେବ ନାହିଁ । କାରଣ ଅନେକ ବରିଷ୍ଠ ଖେଳାଳି ଦଳର ସାମିଲ ନାହାଁନ୍ତି ।

ଗେଲ୍ ଭାରତୀୟ ଦଳ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ,  ଭାରତୀୟ ଦଳ ହେଉଛି ମଜବୁତ ଟିମ୍ ଓ ସେମାନେ ମଧ୍ୟ ଦାବିଦାର କିନ୍ତୁ ୱେଷ୍ଟଇଣ୍ଡିଜ୍ ଏହା ପାଇଁ ବଡ଼ ଦାବିଦାର । ଏଥି ସହିତ ସେ ଦଳର ଖେଳାଳିଙ୍କୁ ମଧ୍ୟ ପ୍ରଶଂସା କରି କହିଛନ୍ତି ଯେ, ଭାରତୀୟ ଖେଳାଳି ଅଷ୍ଟ୍ରେଲିଆର ବାଉନ୍ସ ପିଚ୍‌ରେ ଖେଳିବାକୁ ସକ୍ଷମ ଓ ଏହା ସେମାନଙ୍କୁ ବିଶ୍ୱକପରେ ଅତିରିକ୍ତ ସୁଯୋଗ ପ୍ରଦାନ କରିପାରେ ।

ଅଧିକ ପଢ଼ନ୍ତୁ:-ଜଷ୍ଟିସ୍ ଚନ୍ଦ୍ରଚୁଡ଼ ହେବେ ଦେଶର ପରବର୍ତ୍ତୀ CJI, ପ୍ରଧାନ ବିଚାରପତି ୟୁୟୁ ଲଲିତ ସରକାରଙ୍କୁ ପଠାଇଲେ ନାମ

ଅଧିକ ପଢ଼ନ୍ତୁ:-ସ୍ୱିସ୍ ବ୍ୟାଙ୍କରେ ଏହି ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ଜମା କରି ରଖିଛନ୍ତି କୋଟି କୋଟି ଟଙ୍କା; ଜାରି ହେଲା ଖାତା ଧାରକଙ୍କ ତାଲିକା, ଆଲର୍ଟ ମୋଡରେ ଆୟକର ବିଭାଗ

ଅଧିକ ପଢ଼ନ୍ତୁ:-'ଟ୍ରେନର ଏସି ବଗିରେ କରିପାରିବେ ସେକ୍ସ', ରେଲୱେ ଦେଉଛି ଖାସ୍ ସୁବିଧା!

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ଭାରତୀୟ ଦଳ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ । ବିଶ୍ୱକପ ଆରମ୍ଭ ପୂର୍ବରୁ ହିଁ ଟିମ ଇଣ୍ଡିଆକୁ ଜସପ୍ରୀତ ବୁମ୍ରାଙ୍କ ନାମରେ ଏକ ବଡ଼ ଧରଣର ଧକ୍କା ଲାଗିଛି । ତାଙ୍କ ସ୍ଥାନ ଖୋଜା ଚାଲିଛି । କିନ୍ତୁ ଏହା ସତ୍ତ୍ୱ ଦଳର ବ୍ୟାଟିଂ ଅତ୍ୟନ୍ତ ମଜବୁତ ସ୍ଥିତିରେ ଅଛି । ପ୍ରତ୍ୟେକ ଖେଳାଳି ଭଲ ଫର୍ମ ଦେଇ ଗତି କରୁଛନ୍ତି ।