India vs Australia 1st T20: ବିଶାଖାପାଟନମରେ ଖେଳାଯାଇଥିବା ପ୍ରଥମ ଟି-୨୦ ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତୀୟ ଦଳ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି ।
Trending Photos
India vs Australia 1st T20I: ବିଶାଖାପାଟନମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୨୦ ଓଭରରେ ୩ ୱିକେଟ୍ ହରାଇବା ପରେ ୨୦୮ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଟିମ୍ ଇଣ୍ଡିଆ ୧୯.୫ ଓଭରରେ ୮ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ସୁର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆର ଏହା ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା ଓ ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବରେ ସୂର୍ଯ୍ୟ ବିଜୟ ସହ ଆରମ୍ଭ କରିଛନ୍ତି । ଏହା ମଧ୍ୟ ଭାରତର ସବୁଠାରୁ ବଡ଼ ରନ୍ ଚେଜ୍ ଥିଲା । ଶେଷରେ ଛକା ମାରି ରିଙ୍କୁ ସିଂ ଭାରତକୁ ବିଜୟ ପ୍ରଦାନ କରିଥିଲେ ।
ସୁର୍ଯ୍ୟକୁମାର, ଇଶାନ ଓ ରିଙ୍କୁ କରିଥିଲେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ
ଏହି ମ୍ୟାଚ୍ରେ ସୁର୍ଯ୍ୟକୁମାର ଅଧିନାୟକ ଇନିଂସ ଖେଳିଥିଲେ ଓ ଦଳ ୨୦୯ ରନ୍ର ଲକ୍ଷ୍ୟ ପିଛାକରି ସହଜରେ ଜିତିଥିଲା । ସୂର୍ଯ୍ୟକୁମାର ପଡ଼ିଆକୁ ଆସିବା ପରେ ଉଭୟ ଭାରତର ଓପନର୍ ୨୨ ରନ୍ ସ୍କୋରରେ ଆଉଟ୍ ହୋଇ ସାରିଥିଲେ । ସେ ଇଶାନ କିଶନଙ୍କ ସହ ତୃତୀୟ ୱିକେଟ୍ ପାଇଁ ୧୧୨ ରନ୍ ଯୋଡିଥିଲେ । କିଶାନ ମଧ୍ୟ ୩୯ ବଲରେ ୫୮ ରନ୍ ସଂଗ୍ରହ କରି ଭାରତର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହା ସହ ଟିମ୍ ଇଣ୍ଡିଆ ସିରିଜରେ ୧-୦ରେ ଆଗରେ ରହିଛି । ସୂର୍ଯ୍ୟକୁମାର ୪୨ଟି ବଲରେ ୮୦ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ, ଯେଉଁଥିରେ ୯ଟି ଚୌକା ଓ ୪ଟି ଛକା ସାମିଲ୍ ଥିଲା । ଶେଷରେ ରିଙ୍କୁ ସିଂ ୧୪ଟି ବଲରେ ଅପରାଜିତ ୨୮ ରନ୍ ସଂଗ୍ରହ କରି ଭାରତକୁ ବିଜୟ ଦେଇଥିଲେ ।
ବୋଲରମାନେ କରିଥିଲେ ନିରାଶ
ଟସ୍ ହାରିବା ପରେ ପ୍ରଥମେ ଖେଳିବାକୁ ଆସିଥିବା ଅଷ୍ଟ୍ରେଲିଆ ତରଫରୁ ଇଂଲିସ ୧୧୦ ଓ ଷ୍ଟିଭ୍ ସ୍ମିଥଙ୍କ ୫୨ ରନ୍ ସହାୟତାରେ ୩ ୱିକେଟ୍ ହରାଇ ୨୦୮ ରନ୍ ସଂଗ୍ରହ କରିଥିଲା । ଦ୍ୱିତୀୟ ୱିକେଟ୍ ପାଇଁ ଦୁହେଁ ୧୩୦ ରନ୍ ଯୋଡିଥିଲେ । ଭାରତ ପାଇଁ ରବି ବିଷ୍ଣୋଇ ଓ ପ୍ରସାଦ କୃଷ୍ଣ ଗୋଟିଏ ଲେଖାଏଁ ସଫଳତା ପାଇଥିଲା । ୪ ଓଭରରେ ୨୯ ରନ୍ ଦେଇ ମୁକେଶ କୁମାର ଭଲ ଇକୋନମିରେ ବୋଲିଂ କରିଥିଲେ । ତାଙ୍କ ବ୍ୟତୀତ ସମସ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ବିଷ୍ଣୋଇ ୪ ଓଭରରେ ସର୍ବାଧିକ ୫୪ ରନ୍ ଦେଇଥିଲେ ।
ଏହା ସହ ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ ରେ ଆଗୁଆ ହୋଇଛି । ଏହି ସିରିଜର ଦ୍ୱିତୀୟ ମ୍ୟାଚ୍ ୨୬ ନଭେମ୍ବରରେ ଥିରୁବନନ୍ତପୁରମରେ ଖେଳାଯିବ । ଆଜିର ମ୍ୟାଚ୍ରେ ବୋଲରଙ୍କ ଖରାପ ପର୍ଦଶନ ପରେ ସୂର୍ଯ୍ୟ ଆଗାମୀ ମ୍ୟାଚରେ କୌଣସି ପରିବର୍ତ୍ତନ କରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା । ଆଜିର ମ୍ୟାଚରେ ଜିତେଶ ଶର୍ମା, ଶିବମ୍ ଦୁବେ, ୱାଶିଂଟନ୍ ସୁନ୍ଦର ଓ ଆବେଶ ଖାନଙ୍କୁ ସୁଯୋଗ ମିଳି ନଥିଲା ।